Home / ମୁଖ୍ୟ ଖବର / ରଥ ଡିୟୁଟି ଅଧିକାରୀ ଙ୍କୁ ବିଦାୟ ସମ୍ବର୍ଦ୍ଧନା

ରଥ ଡିୟୁଟି ଅଧିକାରୀ ଙ୍କୁ ବିଦାୟ ସମ୍ବର୍ଦ୍ଧନା

whatsapp image 2025 07 11 at 01.47.25 5d0e5ed4

ପୁରୀ,ପୁରୀ- ୧୦/୦୭/୨୦୨୫ – (ତୃପ୍ତିମୟୀ ଜେନା) – ମହାପ୍ରଭୁଙ୍କ ରଥଯାତ୍ରା ରେ ସାମିଲ ହେବା ଏକ ଗୌରବ ର କଥା।ତେବେ ଏହାକୁ କେବଳ ଡିୟୁଟି ଅପେକ୍ଷା ଯଦି ମହାପ୍ରଭୁଙ୍କ ସେବା ବୋଲି ଭାବି କାର୍ଯ୍ୟ କରିବା ତେବେ ଆନନ୍ଦ ଲାଗିବ ବୋଲି ଜିଲ୍ଲାପାଳ ଚଞ୍ଚଳ ରାଣା ମତ ଦେଇଛନ୍ତି। ବୁଧବାର ସ୍ବତନ୍ତ୍ର ସର୍କିଟ ହାଉସ ଠାରେ ରଥଯାତ୍ରା କାର୍ଯ୍ୟ ରେ ନିୟୋଜିତ ମାଜିଷ୍ଟ୍ରେଟ ମାନଙ୍କୁ ବିଦାୟ ସମ୍ବର୍ଦ୍ଧନା ଦିଆ ଯାଇଥିଲା।

whatsapp image 2025 07 11 at 01.47.26 dbe19411

ଏଥିରେ ଯୋଗ ଦେଇ ଜିଲ୍ଲାପାଳ ଶ୍ରୀ ରାଣା ରଥଯାତ୍ରା ଏକ ସାମୁହିକ କାର୍ଯ୍ୟ।ସମସ୍ତଙ୍କ ସମନ୍ୱୟ ଓ ସହଯୋଗ ରେ ଏହା ସଫଳ ହୋଇଛି।ମାଜିଷ୍ଟ୍ରେଟ ମାନେ ସେମାନଙ୍କ ଡିୟୁଟି ସମୟରେ ଅନୁଭବ କରିଥିବା ପରିସ୍ଥିତି, ତାହାର ସମାଧାନ, ରଥଯାତ୍ରା ରେ ଶ୍ରଦ୍ଧାଳୁ ଙ୍କ ପାଇଁ ଅଧିକ ଶୃଙ୍ଖଳା ଓ ସୁବିଧା ଲାଗି ଅଭିଜ୍ଞତାକୁ ଆଧାର କରି ନିଜ ନିଜର ମତାମତ ଦେବାକୁ ଜିଲ୍ଲାପାଳ ପରାମର୍ଶ ଦେଇଥିଲେ।ଯାହା ଆଧାର ରେ ଭବିଷ୍ୟତ ପାଇଁ ଅଧିକ ପ୍ରସ୍ତୁତି କରାଯାଇ ପାରିବ ବୋଲି ସେ କହିଥିଲେ। ପରେ ଦାୟିତ୍ୱ ନିର୍ବାହ କରିଥିବା ମାଜିଷ୍ଟ୍ରେଟ ମାନଙ୍କୁ ମହାପ୍ରଭୁଙ୍କ ପ୍ରସାଦ ପ୍ରଦାନ କରାଯାଇ ବିଦାୟ ଦିଆଯାଇଥିଲା।ମାଜିଷ୍ଟ୍ରେଟ ମାନେ ସେମାନଙ୍କ ଅନୁଭବ କୁ ବର୍ଣ୍ଣନା ସହ ବିବିଧ ପ୍ରସ୍ତାବ ମାନ ଦେଇଥିଲେ। ଏହି କାର୍ଯ୍ୟକ୍ରମ ରେ ଅତିରିକ୍ତ ଜିଲ୍ଲାପାଳ ପ୍ରଶାସନ ଶରତ ଚନ୍ଦ୍ର ବେହେରା,ଅତିରିକ୍ତ ଜିଲ୍ଲାପାଳ ରାଜସ୍ବ ଡ.ଶରତ ଚନ୍ଦ୍ର ମହାପାତ୍ର, ଅତିରିକ୍ତ ଜିଲ୍ଲାପାଳ ପ୍ରୋଟୋକଲ ନିଳମାଧବ ଭୋଇ, ଅତିରିକ୍ତ ଉପ ଜିଲ୍ଲାପାଳ ନୀଳମାଧବ ମାଝୀ, ଡେପୁଟି କଲେକ୍ଟର ପ୍ରିୟଦର୍ଶିନୀ ମଲ୍ଲିକ ପ୍ରମୁଖ ଯୋଗ ଦେଇଥିଲେ।

SPREAD YOUR LOVE WITH YOUR FRIENDS AND FAMILY

Leave a Reply