Home / ମୁଖ୍ୟ ଖବର / ସୂଚନା କେନ୍ଦ୍ର ଅସ୍ଥାୟୀ ଘୋଷକ ଙ୍କୁ ସମ୍ବର୍ଦ୍ଧନା

ସୂଚନା କେନ୍ଦ୍ର ଅସ୍ଥାୟୀ ଘୋଷକ ଙ୍କୁ ସମ୍ବର୍ଦ୍ଧନା

whatsapp image 2025 07 11 at 01.48.43 03804d35

ପୁରୀ- ୯ /୦୭/୨୦୨୫ – (ତୃପ୍ତିମୟୀ ଜେନା)- ପବିତ୍ର ରଥଯାତ୍ରା ଅବସରରେ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ପୁରୀ ର ବିଭିନ୍ନ ସ୍ଥାନରେ ୧୨ ଗୋଟି ଅସ୍ଥାୟୀ ସୂଚନା କେନ୍ଦ୍ର ଖୋଲା ଯାଇଥିଲା।ମାଳତୀ ପାଟପୁର, ଶ୍ରୀମାର୍ଗ,ସିଂହଦ୍ଵାର,ଜଗନ୍ନାଥ ବଲ୍ଲଭ, ବଳଗଣ୍ଡି, ବଡଶଙ୍ଖ,ଗୁଣ୍ଡିଚା ମନ୍ଦିର ମୁକ୍ତାକାଶ ରଙ୍ଗମଞ୍ଚ,ସୁବାଷ ବୋଷ ଛକ,ରେଲୱେ ଷ୍ଟେସନ, ଦିଗ ବାରେଣୀ ପାନ୍ଥଭବନ ଓ ତାଳବଣିଆ ରେ ଏହି ସୂଚନା କେନ୍ଦ୍ର କରାଯାଇଥିଲା।

whatsapp image 2025 07 11 at 01.48.43 f6bd99ed

ଏହି କେନ୍ଦ୍ର ମାନଙ୍କ ରେ ମହାପ୍ରଭୁଙ୍କର ନିତୀ କାନ୍ତି ସମ୍ପର୍କରେ ବିଭିନ୍ନ ଅତ୍ୟାବଶ୍ୟକୀୟ ସୂଚନା ପ୍ରଦାନ ସହ ହଜିବା ଖୋଜିବା, ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ପ୍ରକାଶିତ ଉତ୍କଳ ପ୍ରସଙ୍ଗ, ଓଡିଶା ରିଭ୍ୟୁ,ଭଜନ ଜଣାଣ ବିକ୍ରି ଓ ସୂଚନା ପୁସ୍ତିକା ବିନା ମୂଲ୍ୟ ରେ ପ୍ରଦାନ କରାଯିବାର ବ୍ୟବସ୍ଥା କରାଯାଇଥିଲା।ଚଳିତ ବର୍ଷ ମଧ୍ୟ ବିଗତ ବର୍ଷ ମାନଙ୍କ ତୁଳନାରେ ସର୍ବାଧିକ ପୁସ୍ତକର ବିକ୍ରି କରାଯାଇଛି ବୋଲି ସୂଚନା ଓ ଲୋକ ସମ୍ପର୍କ ଉପ ନିର୍ଦ୍ଦେଶକ ସନ୍ତୋଷ କୁମାର ସେଠୀ ସୂଚନା ଦେଇଛନ୍ତି।ଏହି ସୂଚନା କେନ୍ଦ୍ର ରେ ସହଯୋଗ କରିଥିବା ଘୋଷକ ବ୍ରହ୍ମାନନ୍ଦ ରାଉତ,ଶୁଭେନ୍ଦୁ କୁମାର ଦାଶ,ସର୍ବେଶ୍ବର ନାୟକ,ପ୍ରଶାନ୍ତ ପଣ୍ଡା, ସୁଭ୍ରଜିତ ନାୟକ, ଦେବସ୍ମିତ ସୁବୁଦ୍ଧି, ତନ୍ମୟ ମହାନ୍ତି, ଅମୂଲ୍ୟ ପରିଡା, ସୂରଜ ମହାରଣା, ଚନ୍ଦନ କୁମାର ପତ୍ରି,ସସ୍ମିତା ଶତପଥୀ, କ୍ରିଷ୍ଣା ମିଶ୍ର, ଦୀପକ କୁମାର ଘଡେଇ, ଦୀପକ କୁମାର ସାଥୁଆ,ସୁକାନ୍ତ କୁମାର ରାଉତ, କିଷନ କୁମାର ମହାରଣା, କୃଷ୍ଣ ଚନ୍ଦ୍ର ସୁବୁଦ୍ଧି, ଟିକିନା ପ୍ରଧାନ, ଆଶିଷ କୁମାର ଦାଶ,ରଶ୍ମି ରଞ୍ଜନ ଦାଶ,ବିଶ୍ବ ରଞ୍ଜନ ଦାଶ,ସିଦ୍ଧାର୍ଥ ସାହୁ, ବିନୟ ଭୂଷଣ ରଥ,ଜ୍ୟୋତିସ୍ମିତା ଜୟସିଂ,ନରେନ କୁମାର ମହାନ୍ତି, ଶିବ ପ୍ରସାଦ ମହାରଣା, ସୁବାଶିଷ ବେହୁରା ପ୍ରମୁଖ ଏହି ସୂଚନା କେନ୍ଦ୍ର ପରିଚାଳନା କରିଥିଲେ।ଉପଖଣ୍ଡ ସୂଚନା ଅଧିକାରୀ ପ୍ରଦୀପ୍ତ କୁମାର ସେନାପତି ଓ ବିବେକ ଭୂଷଣ ଦାସ, ସହକାରୀ ସୂଚନା ଅଧିକାରୀ ରାଜେନ୍ଦ୍ର କୁମାର ପାତ୍ର,ବରିଷ୍ଠ ରାଜସ୍ବ ସହାୟକ ଜିତେନ୍ଦ୍ର ସ୍ବାଇଁ,ନିକ୍ଷେପକ ପ୍ରସନ୍ନ ସାହୁ, ଗ୍ରନ୍ଥାଗାରିକ ମିନତୀ ଦାସ କର୍ମଚାରୀ ପ୍ରତିମା ମହାନ୍ତି,ପ୍ରଦୀପ୍ତ ପଟ୍ଟନାୟକ, ସୁବ୍ରତ ସାହୁ, ତ୍ରିନାଥ ପାତ୍ର, ଲକ୍ଷ୍ମୀଧର ନାୟକ ଓ ପ୍ରଦୀପ କୁମାର ଲେଙ୍କା ପ୍ରମୁଖ ସୂଚନା କେନ୍ଦ୍ର ପରିଚାଳନା ରେ ସହଯୋଗ କରିଥିଲେ।

SPREAD YOUR LOVE WITH YOUR FRIENDS AND FAMILY

Leave a Reply