କଣାସ ତା ୧୧/୭,(ନିପ୍ର) କଣାସ ବ୍ଲକ ଅନ୍ତର୍ଗତ ଗ୍ରାମେଶ୍ବର ବିଶ୍ବନାଥ ନୋଡାଲ ଉଚ୍ଚ ବିଦ୍ୟାଳୟ ଆଞ୍ଚଳିକ ସାଧନ କେନ୍ଦ୍ରାଧୀନ କିଷାନ ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ବିଦ୍ୟାଳୟ ନିରାପତ୍ତା ସପ୍ତାହ ମହାସମାରୋହରେ ପାଳିତ ହୋଇ ଯାଇଛି। ଏଥିରେ ନିରାପତ୍ତା କମିଟି ସଭାପତି ଶିବ ପ୍ରସାଦ ବଳିଆରସିଂହ ସଭାପତିତ୍ବ କରିଥିଲେ।

ସଦସ୍ୟ ଶିକ୍ଷକ ସିଦ୍ଧେଶ୍ବର ବେହେରା, ଶିକ୍ଷୟିତ୍ରୀ ଚାରୁଲତା ଦେଈ, ଅଭିଭାବକ ବାହନ ବଳବନ୍ତରାୟ,କାଦମ୍ବିନୀ ରଣସିଂହ,କ୍ୟାବିନେଟ ମୁଖ୍ଯ ମନ୍ତ୍ରୀ ଆୟୁଷ ମଙ୍ଗରାଜ,ମୀନା ମଞ୍ଚ ଛାତ୍ରୀ ମାମାଲି ମଙ୍ଗରାଜ,ଓ୍ବାର୍ଡ ମେମ୍ବର ସବିତା ମଙ୍ଗରାଜ,ଅଙ୍ଗନବାଡି କର୍ମୀ କାଦମ୍ବିନୀ ମଙ୍ଗରାଜ,ଆଶାକର୍ମୀ ସଂଯୁକ୍ତା ବୈରୀଗଞ୍ଜନ ଯୋଗ ଦେଇଥିଲେ। ପ୍ରଧାନ ଶିକ୍ଷକ ପ୍ରଶାନ୍ତ କୁମାର ମଙ୍ଗରାଜ ସପ୍ତାହ ବ୍ୟାପି କାର୍ଯ୍ୟକ୍ରମ କୁ ପରିଚାଳନା କରିଥିଲେ। ପ୍ରଥମ ଦିବସରେ ବିଦ୍ୟାଳୟ ର ବିପଦାଞ୍ଚଳ ଚିହ୍ନଟ କରାଯାଇ ଥିଲା। ଦ୍ବିତୀୟ ଦିବସରେ ପାଣି ଟାଙ୍କି ସଫେଇ, ଖୋଲାକୂଅ ଢାଙ୍କୁଣୀ, ପାଣି ପାଇପ ମରାମତି,୩ୟ ଦିବସରେ ପରିମଳ ବ୍ୟବସ୍ଥା ଓ ପାଇଖାନା ସଫେଇ ଏବଂ ଅଗ୍ନି ନିର୍ବାପକ ଯନ୍ତ୍ରର କାର୍ଯ୍ୟକ୍ଷମତା,୪ର୍ଥ ଦିବସରେ ଶିକ୍ଷକ ଓ ଛାତ୍ରଛାତ୍ରୀ ମାନେ କଣ କରବେ ନ କରିବେ ଉପରେ ଆଲୋଚନା ଓ ୫ମ ଦିବସରେ ବିଦ୍ୟାଳୟ ରେ ନିଆ ଯାଇଥିବା ସମସ୍ତ ପ୍ରସ୍ତାବ ଅନୁମୋଦନ ହୋଇ ଥିଲା। ୬ଷ୍ଠ ଓ ୭ମ ଦିବସରେ ବିଦ୍ୟାଳୟ ବିକାଶ ଯୋଜନା ପ୍ରସ୍ତୁତ କରି ବିଦ୍ୟାଳୟକୁ ବିପଦମୁକ୍ତ କରିବା ପାଇଁ ସ୍ଥିର ହୋଇଛି। ବିଦ୍ୟାଳୟରେ ଏପରି କାର୍ଯ୍ୟକ୍ରମକୁ ଅଭିଭାବକମାନେ ବେଶ୍ ପ୍ରଶଂସା କରିଛନ୍ତି।











