Home / ସାମାଜିକ / ଏଫ୍ ଏମ୍ କଲେଜ ଛାତ୍ରୀ ମୃତ୍ୟୁ ଘଟଣାରେ ନୟାଗଡ଼ ଜିଲ୍ଲା କଂଗ୍ରେସର ଜୋରଦାର ବିକ୍ଷୋଭ ପ୍ରଦର୍ଶନ।

ଏଫ୍ ଏମ୍ କଲେଜ ଛାତ୍ରୀ ମୃତ୍ୟୁ ଘଟଣାରେ ନୟାଗଡ଼ ଜିଲ୍ଲା କଂଗ୍ରେସର ଜୋରଦାର ବିକ୍ଷୋଭ ପ୍ରଦର୍ଶନ।

whatsapp image 2025 07 16 at 19.34.14 dc89552f

ନୟାଗଡ଼, ତା-୧୬.୭.୨୫ରିଖ – ଭାସ୍କର ଚନ୍ଦ୍ର ସ୍ବାଇଁଙ୍କ ରିପୋର୍ଟ- ଏଫ୍ ଏମ୍ କଲେଜର ଛାତ୍ରୀ ମୃତ ଘଟଣା ପାଇଁ ସାରା ରାଜ୍ୟ ତଥା ସାରା ଦେଶ ମର୍ମାହତ ହେଲେ ଦୁଃଖଦ ଘଟଣା ଏୟା କି ଆମ ଭଉଣୀ ସୌମ୍ୟାଶ୍ରୀ ନ୍ୟାୟ ମାଗି ମାଗି ଶେଷ ନିଃଶ୍ୱାସ ତ୍ୟାଗ କରିଦେଲେ ମଧ୍ୟ ଆଜି ଯାଏଁ ନ୍ୟାୟ ମିଳିପାରିଲା ନାହିଁ । ଯେହେତୁ ଏ ଅପାରଗ ସରକାର ନ୍ୟାୟ ଦବାକୁ ଅକ୍ଷମ ସେଥିପାଇଁ ଜିଲ୍ଲା ଛାତ୍ର କଂଗ୍ରେସ ନୟାଗଡ଼ ତରଫରୁ ଶବ ଶୋଭାଯାତ୍ରା ଓ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। ଜିଲ୍ଲା ଛାତ୍ର କଂଗ୍ରେସ ସଭାପତି ଶିବ ରଞ୍ଜନ ସାହୁ ନିଜ ବକ୍ତବ୍ୟ ରେ ବିଜେପି ସରକାରର ଅପାରଗତାକୁ ନେଇ ବର୍ଷିଥିଲେ ।

whatsapp image 2025 07 16 at 19.34.15 d36eedc5

ସୌମ୍ୟାଶ୍ରୀଙ୍କୁ ନ୍ୟାୟ ନ ମିଳିବା ଯାଏଁ ଛାତ୍ର କଂଗ୍ରେସ ଏମିତି ରାଜା ରାସ୍ତାକୁ ଓହ୍ଲାଇବ , ଆଉ ବିକ୍ଷୋଭ କରିବ। ବିକ୍ଷୋଭ ଆହୁରି ତୀବ୍ରତର ହେବ ଓ କାଲିର ଓଡ଼ିଶା ବନ୍ଦ ଡାକରାକୁ ବି ଛାତ୍ର କଂଗ୍ରେସ ସଫଳ କରିବ । ଛାତ୍ର ନେତା ଏହି ଅଭାବନୀୟ ଘଟଣା କୁ ଦୃଢ଼ ନିନ୍ଦା କରିବା ସହ ,ଉଚ୍ଚ ଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ୍ ଆଉ ମୁଖ୍ୟମନ୍ତ୍ରୀ ମୋହନ ମାଝିଙ୍କୁ ଇସ୍ତଫା ଦବା ପାଇଁ ବାଧ୍ୟ କରିଦେବେ ବୋଲି କହିଲେ। ତୁରନ୍ତ ଇସ୍ତଫା ନଦେଲେ ଆନ୍ଦୋଳନ ଆହୁରି ତୀବ୍ରତର ହେବ ବୋଲି ଚେତାବନୀ ଦେଲେ। ଏହି ବିକ୍ଷୋଭରେ ଛାତ୍ର କଂଗ୍ରେସ ସଭାପତି ଶିବ ରଞ୍ଜନ ସାହୁଙ୍କ ସମେତ ନୟାଗଡ଼ ଜିଲ୍ଲା କଂଗ୍ରେସ ସଭାପତି ସତ୍ୟବ୍ରତ ନାୟକ, ବରିଷ୍ଠ କଂଗ୍ରେସ ନେତା ରଣଜିତ୍ ଦାସ, ନକୁଳ ନାୟକ, ବିଭୁପ୍ରସାଦ ମିଶ୍ର , ହୁସେନ ଖାନ୍, କମଳ ଲୋଚନ ସାହୁ, ଛାତ୍ର ନେତା ଜୀବନ ଜ୍ୟୋତି, ଅମ୍ଳାନ ଅଂଶୁମାନ ସାହୁ ,ରୁଦ୍ର ନାରାୟଣ ପ୍ରଧାନ,ଶାଶ୍ଵତ ରଞ୍ଜନ ପ୍ରଧାନ ସମେତ ଶତାଧିକ ଛାତ୍ର ନେତା ଯୋଗଦେଇଥିଲେ।

SPREAD YOUR LOVE WITH YOUR FRIENDS AND FAMILY

Leave a Reply