କାକଟପୁର ୧୭/୭, ( ତୁଷାର ଦୀକ୍ଷିତ ) ବାଲେଶ୍ୱର ଏଫଏମ କଲେଜ ଛାତ୍ରୀ ସୌମ୍ୟାଶ୍ରୀଙ୍କ ଆତ୍ମହୁତି ଦେବା ଘଟଣାକୁ ନେଇ ଆଜି ଓଡିଶା ପ୍ରଦେଶ କଂଗ୍ରେସ କମିଟି ଓ ବାମପନ୍ଥୀ ଦଳ ପକ୍ଷରୁ ବିଚାର ବିଭାଗୀୟ ତଦନ୍ତ ଦାବୀ କରି ୧୨ ଘଣ୍ଟିଆ ଓଡିଶା ବନ୍ଦ ଡାକରାରେ କାକଟପୁର ବ୍ଲକ କଂଗ୍ରେସ ପକ୍ଷରୁ ପିକେଟିଂ କରାଯାଇ ଓଡିଶା ବନ୍କୁ ସଫଳ କରାଯାଇଥିଲା l ଆଜି ଦିନ ତମାମ କାକଟପୁର ବଜାରର ସମସ୍ତ ଦୋକାନ ବଜାର ବନ୍ଦ ରହିଥିବା ସାଙ୍ଗକୁ ଗାଡ଼ିମଟର ଚଳାଚଳ ବନ୍ଦ ରହିଥିବାବେଳେ ସମ୍ପୂର୍ଣ ବଜାର ଖାଁ ଖାଁ ରହିଥିଲା l ଏହି ବନ୍ଦକୁ ସମସ୍ତ ସାଧାରଣ ଜନତା, ସମସ୍ତ ବ୍ୟବସାୟୀ ବନ୍ଧୁ ଓ ବୁଦ୍ଧିଜୀବୀ ମାନେ ସମର୍ଥନ ଦେଇଥିବାରୁ ବନ୍ଦ ସଫଳ ହୋଇଥିବା ଜଣା ପଡିଛି l କଂଗ୍ରେସର ଛାମୁଆ ନେତା ମାନଙ୍କ ମଧ୍ୟରେ କାକଟପୁର କଂଗ୍ରେସ ବିଶ୍ୱ ଦାସ,ବ୍ଲକ ସଂଯୋଜକ ବଂଶୀଧର ମହାନ୍ତି, କାକଟପୁର ବ୍ଲକ ପୂର୍ବତନ ଅଧ୍ୟକ୍ଷ ତଥା ପୁରୀଜିଲ୍ଲା କଂଗ୍ରେସ ଉପସଭାପତି ବିପିନ ମହାନ୍ତି,ସଂଖ୍ୟାଲଘୁ ସମ୍ପାଦକ ଶେଖ ଲିଆକତ,ଆଡ଼ଭୋକେଟ ପ୍ରଫୁଲ୍ଲ ନାୟକ, ପ୍ରଫୁଲ୍ଲ ବିଶ୍ୱାଳ, ପୂର୍ବତନ ବ୍ଲକ ସଭାପତି ଅବଧୂତ ସ୍ୱାଇଁ, ପୂର୍ବତନ ସରପଞ୍ଚ,ବିଚିତ୍ରାନନ୍ଦ ଦାଶ, ଲକ୍ଷ୍ମୀନାରାୟଣ ଜେନା, ତପନ କାଣ୍ଡି, ନଳିନୀକାନ୍ତ ଦୀକ୍ଷିତ ଙ୍କ ସମେତ ଶହ ଶହ କଂଗ୍ରେସ କର୍ମୀ ବିଜେପି ବିରୋଧୀ ନାରା ଦେଇ ବଜାର ପରିକ୍ରମା କରିଥିବାବେଳେ ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ ଏବଂ ସାଂସଦ ପ୍ରତାପ ଷଡ଼ଙ୍ଗୀଙ୍କ କୁଶପୁତ୍ତଳିକା ଦାହ କରିଥିଲେ l











