Home / ମୁଖ୍ୟ ଖବର / ପୁରୀ ସହର ଅଟୋ ଓ ଟୋଟ ମିଳିତ ମହାମଞ୍ଚ ତରଫରୁ ଜିଲ୍ଲାପାଳ ଙ୍କୁ ଦାବିପତ୍ର,

ପୁରୀ ସହର ଅଟୋ ଓ ଟୋଟ ମିଳିତ ମହାମଞ୍ଚ ତରଫରୁ ଜିଲ୍ଲାପାଳ ଙ୍କୁ ଦାବିପତ୍ର,

whatsapp image 2025 09 26 at 19.30.26 13fb03f0

ପୁରୀ,୨୬/୯/୨୦୨୫- ଶୁକ୍ରବାର ଦିନ ପୁରୀ ଅଟୋ ଟୋଟ ମିଳିତ ମହାମଞ୍ଚ ତରଫରୁ ବିଭିନ୍ନ ଦାବୀ କୁ ନେଇ ଏକ ଦାବିପତ୍ର ପୁରୀ ଜିଲ୍ଲାପାଳ ଙ୍କୁ ପ୍ରଦାନ କରାଯଇଛି |ଯେପରିକି ପୁରୀ ସହରରେ ପ୍ରାୟ ୧୦,୦୦୦ ଅଟୋ ଟୋଟ ରଖିବା ପାଇଁ ସ୍ଥାନ ନିରୂପଣ ହୋଇପାରିଲା ନାହିଁ ।

whatsapp image 2025 09 26 at 19.30.26 1abab73e

ତେଣୁ ଅଟୋ ଟୋଟ ଚାଳକ ଅଟୋ ଟୋଟ ଧରି ବିଭିନ୍ନ ରାସ୍ତାରେ ଯାଉଥିବା ବେଳେ, ପୋଲିସ ର ମାତ୍ରାଧିକ ଜୁଲମ ଓ ପୁଲିସ ମାନଙ୍କ ଦ୍ବାରା କୌଣସି କାରଣ ନଥାଇ ହଜାର ହଜାର ଟଙ୍କା ଚାଲାଣ କାଟୁଛନ୍ତି । ପ୍ରତିବାଦ କଲେ ଗାଡି ଗୁଡିକୁ ପୋଲିସ ଜୋର ଜବରଦସ୍ତ ଭିଡି ନେଉଛନ୍ତି। ତେଣୁ ମହାମଞ୍ଚ ଦାବୀ କରିଛି ଯେ
ଅଟୋ ଟୋଟ ଚାଳନା ପାଇଁ ମାର୍ଗଦର୍ଶିକା ଜାରି ଓ ଅଟୋ ଟୋଟ ରଖୀବା ପାଇଁ ସ୍ଥାନ ନିରୁପଣ । ଅଟୋ ଓ ଟୋଟ ଉପରେ ବେଆଇନ ଭାବେ ଚାଲାଣ କାଟିବା ବନ୍ଦ କରିବା।ପୋଲିସ ର ମାତ୍ରାକ ଜୁଲମ ବନ୍ଦ କରିବା।ଟାଉନ ବସ ମରିଚିକୋଟ ଛକ ପର୍ଯ୍ୟନ୍ତ ଯିବା ନିର୍ଦ୍ଦେଶ ପ୍ରତ୍ୟାହାର କରାଯାଉ ବୋଲି ମହାମଞ୍ଚ ଦାବୀ କରିଛି।

SPREAD YOUR LOVE WITH YOUR FRIENDS AND FAMILY

Leave a Reply