ନୟାଗଡ଼, ତା- ୨୧.୭.୨୫ରିଖ – ଭାସ୍କର ଚନ୍ଦ୍ର ସ୍ବାଇଁ- ନୟାଗଡ଼ ଜିଲ୍ଲା ଆଇନ୍ ସେବା ପ୍ରାଧିକରଣ ସଚିବ ଅଞ୍ଜଳି ମଛଖଣ୍ଡଙ୍କ ନିର୍ଦ୍ଦେଶରେ ଜିଲ୍ଲା ଆଇନ୍ ସେବା ପ୍ରାଧିକରଣର ମଧ୍ୟସ୍ଥତା କେନ୍ଦ୍ରରେ ୱାନ୍ ଷ୍ଟପ ସେଣ୍ଟରରେ ଥିବା ମହିପୁର ଅଞ୍ଚଳର ଅସହାୟ ମହିଳାଙ୍କର ଘର ବାହୁଡା଼ ହୋଇଛି । ପ୍ରକାଶ ଥାଉ କି , ଆଠ ଦିନ ତଳେ ଅସହାୟ ଅବସ୍ଥାରେ ମହିଳା ଜଣଙ୍କ ରାତ୍ରି ୯ଟାରେ ନୟାଗଡ଼ ଜଗନ୍ନାଥ ମନ୍ଦିର ପରିସରରେ ଥିଲେ ।

ଅଧିକାର ମିତ୍ର ପ୍ରଫୁଲ୍ଲ ବେହେରା ଉକ୍ତ ମହିଳାଙ୍କୁ ଉଦ୍ଧାର କରି ମୁଖ୍ୟ ଚିକିତ୍ସାଳୟ ପରିସରରେ ଥିବା ୱାନ୍ ଷ୍ଟପ୍ ସେଣ୍ଟରରେ ରଖିଥିଲେ ସଚିବଙ୍କ ନିର୍ଦ୍ଦେଶାନୁସାରେ । ଖୁସିର କଥା ଆଜି ମଧ୍ୟସ୍ଥତା କେନ୍ଦ୍ରରେ ଅଧିବକ୍ତା ଦଣ୍ଡପାଣି ସ୍ୱାଇଁ , ବରିଷ୍ଠ ଓକିଲ ରମେଶ ଚନ୍ଦ୍ର ମହାରଣା , ଅଧିକାର ମିତ୍ର ଲିପ୍ସା ଦାସ , ମମତା ବେହେରା ଏବଂ କର୍ମଚାରୀ ପ୍ରଶାନ୍ତ କୁମାର ସାହୁଙ୍କ ମଧ୍ୟସ୍ଥତାରେ ମହିଳା ଏବଂ ତାଙ୍କ ସ୍ଵାମୀଙ୍କୁ ବୁଝାଇ ପରସ୍ପରରେ ଥିବା ମନ ମାଳିନକୁ ଦୂର କରି ତାଙ୍କ ସ୍ବାମୀ ସ୍ତ୍ରୀଙ୍କ ମଧ୍ୟରେ ପୁନଃ ଭଲ ପାଇବା ଜାଗ୍ରତ କରି ଉଜୁଡ଼ା ସଂସାରକୁ ଯୋଡ଼ିଛନ୍ତି । ଜିଲ୍ଲା ଆଇନ୍ ସେବା ପ୍ରାଧିକରଣର ହସ୍ତକ୍ଷେପ ଯୋଗୁଁ ଅସହାୟ ମହିଳାଙ୍କ ଘର ବାହୁଡା଼କୁ ବୁଦ୍ଧିଜୀବୀ ମାନେ ପ୍ରଶଂସା କରିଛନ୍ତି ।











