Home / ସାମାଜିକ / ପୁରୀ ତୁଳସୀ ଚଉରା ଛକରେ ଛାତ୍ର ମୃତ୍ୟୁକୁ କେନ୍ଦ୍ର କରି ଉତେଜନା

ପୁରୀ ତୁଳସୀ ଚଉରା ଛକରେ ଛାତ୍ର ମୃତ୍ୟୁକୁ କେନ୍ଦ୍ର କରି ଉତେଜନା

whatsapp image 2025 07 21 at 21.20.21 ba8cd534

ପୁରୀ, ୨୧/୦୭/୨୦୨୫ –  ତୃପ୍ତିମୟୀ ଜେନା- ପୁରୀ ସହରର ତୁଳସୀ ଚଉରା ଛକରେ ଏକ ଦୁଃଖଦ ସଡ଼କ ଦୁର୍ଘଟଣା ପରେ ଉତେଜନା ସୃଷ୍ଟି ହୋଇଥିଲା। ସାମନ୍ତ ଚନ୍ଦ୍ରଶେଖର ମହାବିଦ୍ୟାଳୟର +୩ ତୃତୀୟ ବର୍ଷର ଏକ ଛାତ୍ର ବିପରୀତ ଦିଗରୁ ଆସୁଥିବା ଦମକଳ ଗାଡି ସହ ବାଇକ ଧକ୍କା ହେବାରେ ଘଟଣାସ୍ଥଳରେ ମୃତ୍ୟୁ ହୋଇଛି। ଘଟଣା ପରେ ସ୍ଥାନୀୟ ଲୋକେ ଓ ଛାତ୍ରଛାତ୍ରୀମାନେ ରାସ୍ତାରୋକ କରି ତୀବ୍ର ପ୍ରତିବାଦ କରିଥିଲେ। ପ୍ରଶାସନ ଦ୍ୱାରା ସତଚେଷ୍ଟା ସତ୍ତ୍ୱେ ଯାତାୟାତ ବ୍ୟବସ୍ଥା ଦୀର୍ଘ ସମୟ ପର୍ଯ୍ୟନ୍ତ ଠପ ରହିଥିଲା। ଘଟଣାସ୍ଥଳକୁ ପୂର୍ବତନ ଛାତ୍ର ସଭାପତି ଚେତନ ମିଶ୍ର, କଂଗ୍ରେସ ଛାତ୍ର ସଂଘ ପୂର୍ବତନ ସଭାପତି ଆଶୁତୋଷ ମିଶ୍ର, ଛାତ୍ରନେତା ନାରାୟଣ ସିଂହ, ବିଶ୍ବରଂଜନ ମହାପାତ୍ର, ଆଦର୍ଶ ମିଶ୍ର ଓ ଅନ୍ୟ ଅନେକ ଜଣେ ପହଁଚି ମୃତ ଛାତ୍ରଙ୍କ ପରିବାରକୁ ସାନ୍ତ୍ବନା ଦେଇଥିଲେ। ସେମାନେ ଏହି ଦୁଃଖଦ ଘଟଣା ପାଇଁ କ୍ଷତିପୂରଣ ଦାବୀ କରିଥିଲେ।

SPREAD YOUR LOVE WITH YOUR FRIENDS AND FAMILY

Leave a Reply