ପୁରୀ : ୧୬/୧୦/୨୦୨୫ – ଜଗନ୍ନାଥ ମନ୍ଦିର ଭିତରେ ଥିବା ପାର୍ଶ୍ୱ ମନ୍ଦିର ଦର୍ଶନ ସମୟରେ ଜଣେ ହବିସ୍ୟାଳୀ ମାଆ ସନ୍ତୁଳନ ହରାଇ ପଡିଯାଇଥିଲେ, ଯାହା ଫଳରେ ତାଙ୍କ ପାଦରେ ଆଘାତ ଲାଗିଛି । ତାଙ୍କୁ ତତ୍କ୍ଷଣାତ୍ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ, ପୁରୀକୁ ପଠାଯାଇଥିଲା । ଚିକିତ୍ସକଙ୍କ ଅନୁସାରେ ତାଙ୍କ ପାଦ ମକଚି ହୋଇଥିବାରୁ ତାହାକୁ ଚିକିତ୍ସା ରେ ରଖାଯାଇଛି । ପୁରୀ ଆରକ୍ଷୀ ଅଧିକ୍ଷକ ଶ୍ରୀ ପ୍ରତୀକ ସିଂହ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ରେ ପହଞ୍ଚି ଆହତ ଙ୍କ ସ୍ୱାସ୍ଥ୍ୟ ଅବସ୍ଥା ସମ୍ପର୍କରେ ପଚାରି ବୁଝିବା ପାଇଁ ନିଜେ ଯାଇ ଦେଖା କରିଥିଲେ ।










