Home / ମୁଖ୍ୟ ଖବର / ଆଗକୁ ସରକାର ଆମ ଦାବି ପୂରଣ ନକରିଲେ ଆଗାମୀ ପଞ୍ଚାୟତ ନିର୍ବାଚନରେ କାର୍ଯ୍ୟ ବନ୍ଦ ସହିତ ଭୋଟ ବର୍ଜନ କରିବୁ l

ଆଗକୁ ସରକାର ଆମ ଦାବି ପୂରଣ ନକରିଲେ ଆଗାମୀ ପଞ୍ଚାୟତ ନିର୍ବାଚନରେ କାର୍ଯ୍ୟ ବନ୍ଦ ସହିତ ଭୋଟ ବର୍ଜନ କରିବୁ l

whatsapp image 2025 08 02 at 20.04.55 add2dd90

ପୁରୀ:୦୨/୦୮/୨୦୨୫ – ତୃପ୍ତିମୟୀ ଜେନା – ପୁରୀ ସଦର ଓଡିଶା ସ୍କୁଲ କଲେଜ ଶିକ୍ଷକ ଓ କର୍ମଚାରୀ ସମନ୍ୱୟ ସମିତି ପକ୍ଷରୁ ବିଭିନ୍ନ ଦାବିନେଇ ଆଜି ପୁରୀ ସଦରବ୍ଲକ ଶିକ୍ଷାଧିକାରୀଙ୍କ ଅନୁପସ୍ଥିତି ରେ ଅତିରିକ୍ତ ବ୍ଲକ ଶିକ୍ଷାଧିକାରୀଙ୍କୁ ନିଜର ଦାବିପତ୍ର ପ୍ରଦାନ କରିଛନ୍ତି l

whatsapp image 2025 08 02 at 20.04.55 35573560

ସେମାନେ ଦାବିପତ୍ର ରେ ଉଲ୍ଲେଖ କରିଛନ୍ତି ଯେ ସମସ୍ତ ଯୋଗ୍ୟ ବିବେଚିତ ବିଦ୍ୟାଳୟଗୁଡିକୁ ଅନୁଦାନ ପ୍ରଦାନ ସହିତ ସମସ୍ତ ନୂତନ ଅନୁଦାନ ପ୍ରାପ୍ତ ବିଦ୍ୟାଳୟ ଓ ମହାବିଦ୍ୟାଳୟଗୁଡ଼ିକରୁ ଅବସର ନେଇଥିବା ଏବଂ ଅବସର ନେବାକୁ ଯାଉଥିବା ଶିକ୍ଷକ ଓ ଶିକ୍ଷା କର୍ମଚାରୀମାନଙ୍କୁ ଚାକିରୀ ସର୍ତାବଳି, ପେନସନ ଓ ଅବସରକାଳୀନ ସୁବିଧା ସୁଯୋଗ ପ୍ରଦାନ ଏବଂ ଅବସର ସିମା ୬୦ରୁ ୬୨ବର୍ଷକୁ ବୃଦ୍ଧି କରାଯିବା ସହିତ ଶିକ୍ଷକ ଓ ଶିକ୍ଷାକର୍ମଚାରୀ ମାନଙ୍କ ଗ୍ରେଡ଼ପେରେ ଥିବା ଅସଙ୍ଗତି ଦୂରୀକରଣ କରାଯାଉ l ଏଥିସହିତ ସମସ୍ତ ନୂତନ ଓ ପୂର୍ଣ୍ଣ ଅନୁଦାନପ୍ରାପ୍ତ ବିଦ୍ୟାଳୟ ଓ ମହାବିଦ୍ୟାଳୟ ଗୁଡିକୁ ସରକାରୀକରଣ ଏବଂ ଶିକ୍ଷକ ନିଯୁକ୍ତି କରିବା ସହିତ ୨୦୦୪ରୁ୨୦୧୩ ମଧ୍ୟରେ ନିଯୁକ୍ତି ପାଇଥିବା ଚୁକ୍ତିଭିତ୍ତିକ ଶିକ୍ଷକ ମାନଙ୍କୁ ୬ଟି ନୋସନାଲ ଇନକ୍ରିମେଣ୍ଟ ସହିତ ବରିଷ୍ଠତା ପ୍ରଦାନ ଓ ନୂତନ ପେନସନ ପରିବର୍ତ୍ତେ ପୁରାତନ ପେନସନ ସ୍କିମର ପୁନଃ ପ୍ରଚଳନ କରାନଗଲେ ଆଗାମୀ ପଞ୍ଚାୟତ ନିର୍ବାଚନ ରେ ନିର୍ବାଚନକାର୍ଯ୍ୟ ବନ୍ଦ କରିବା ସହିତ ଭୋଟ ବର୍ଜନ କରିବୁ ବୋଲି ଗଣମାଧ୍ୟମ କୁ ସୂଚନା ଦେଇଛନ୍ତି ପୁରୀ ସଦର ବ୍ଲକର ଓଡିଶା ସ୍କୁଲ କଲେଜ ଶିକ୍ଷକ ଓ କର୍ମଚାରୀ ସମନ୍ୱୟ ସମିତିର ସଦସ୍ୟ ସଦସ୍ୟାମାନେ l

SPREAD YOUR LOVE WITH YOUR FRIENDS AND FAMILY

Leave a Reply