Home / ମୁଖ୍ୟ ଖବର / ପୁରୀ କୃଷି ବିଜ୍ଞାନ କେନ୍ଦ୍ରରେ ପି.ଏମ୍ କିଷାନର ୨୦ ତମ କିସ୍ତି ପ୍ରଦାନର ଜିଲ୍ଲାସ୍ତରୀୟ ସମାରୋହ

ପୁରୀ କୃଷି ବିଜ୍ଞାନ କେନ୍ଦ୍ରରେ ପି.ଏମ୍ କିଷାନର ୨୦ ତମ କିସ୍ତି ପ୍ରଦାନର ଜିଲ୍ଲାସ୍ତରୀୟ ସମାରୋହ

whatsapp image 2025 08 02 at 20.00.19 904558d8

ପୁରୀ, ୦୨/୦୮/୨୦୨୫- ତୃପ୍ତିମୟୀ ଜେନା – ଉତ୍ତର ପ୍ରଦେଶର ବାରଣାସୀଠାରେ ତା ୦୨.୦୮.୨୦୨୫ ରିଖରେ ମାନ୍ୟବର ପ୍ରଧାନମନ୍ତ୍ରୀଙ୍କ ଦ୍ଵାରା ପି.ଏମ କିଷାନର ୨୦ତମ କିସ୍ତି ଲୋକାର୍ପଣ ଉପଲକ୍ଷେ ତାହାର ସିଧା ପ୍ରସାରଣ ସାକ୍ଷୀ ଗୋପାଳ ସ୍ଥିତ କୃଷି ବିଜ୍ଞାନ କେନ୍ଦ୍ର ଠାରେ ଜିଲ୍ଲାସ୍ତରୀୟ ସମାନ୍ତରାଳ ପି.ଏମ କିଷାନ ଉତ୍ସବ ଦିବସରେ ପ୍ରସାରିତ କରାଯାଇଥିଲା। ଉକ୍ତ ଉତ୍ସବରେ ଉପ ମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡା ମୁଖ୍ୟ ଅତିଥି ଭାବରେ ଯୋଗଦାନ କରି କୃଷି ଓ କୃଷକ ର ବିକାଶ ପାଇଁ ସରକାର ପ୍ରତିଶ୍ରୁତିବଦ୍ଧ ଓ ସରକାର ଦେଇଥିବା କଥା କୁ ପାଳନ କରିଛନ୍ତି।ଧାନ ସଂଗ୍ରହ ବେଳେ କ୍ୟୁଣ୍ଟାଲ ପିଛା ୮୦୦ ଟଙ୍କା ର ଅତିରିକ୍ତ ସହାୟତା ରାଶି ମଧ୍ୟ ପ୍ରଦାନ କରିଛନ୍ତି।ଚାଷକୁ ଦ୍ବିଗୁଣିତ କରିବା ସହ କୃଷକ ଭାଇର ସର୍ବାଙ୍ଗୀନ ବିକାଶ ପାଇଁ ସରକାର କାର୍ଯ୍ୟ କରିଚାଲିଛନ୍ତି ବୋଲି ଉପ ମୁଖ୍ୟମନ୍ତ୍ରୀ କହିଥିଲେ।

whatsapp image 2025 08 02 at 20.00.20 127a145c

ପୁରୀ ଜିଲ୍ଲାର ମୋଟ ୧ ଲକ୍ଷ ୬୦ହଜାର ୫୨୬ ଜଣ କୃଷକ ଏହି ୨୦ ତମ କିସ୍ତିରେ ୨୦୦୦ ହିସାବରେ ପି.ଏମ କିଷାନ ସମ୍ମାନ ନିଧି ସହାୟତା ମାଧ୍ୟମରେ ୩୨୧୦୫୨୦୦୦ ଟଙ୍କା ପ୍ରାପ୍ତ କରିଛନ୍ତି। ଅନ୍ୟ ମାନଙ୍କ ମଧ୍ୟରେ ସତ୍ୟବାଦୀ ବିଧାୟକ ଓମ ପ୍ରକାଶ ମିଶ୍ର, ଅତିରିକ୍ତ ଜିଲ୍ଲାପାଳ ପ୍ରଶାସନ ଶରତ ଚନ୍ଦ୍ର ବେହେରା, ଓୟୁଏଟି ର ଡିନ ଡଃ ପ୍ରସନ୍ନ ଜିତ ମିଶ୍ର, ମୁଖ୍ୟ ଜିଲ୍ଲା କୃଷି ଅଧିକାରୀ ତପନ କୁମାର ମହାପାତ୍ର, କୃଷି ବିଜ୍ଞାନ କେନ୍ଦ୍ର ମୁଖ୍ୟ ବୈଜ୍ଞାନିକ ଡଃ ସୂର୍ଯ୍ୟ କୁମାର ମିଶ୍ର ପ୍ରମୁଖ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇ କୃଷି ଓ କୃଷକ ର ବିକାଶ, ସେମାନଙ୍କ ପାଇଁ ଥିବା ବ୍ୟବସ୍ଥା, ସହାୟତା ଓ ସହଯୋଗ ସମ୍ପର୍କରେ ଆଲୋଚନା କରିଥିଲେ।ଏହି ଅବସରରେ ମୁଖ୍ୟ ଅତିଥି ସବସିଡ ମାଧ୍ୟମରେ ବିଭିନ୍ନ କୃଷି ଉପକରଣ ପ୍ରଦାନ କରିବା ସହ ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନା ର ଗୋ ଆହେଡ ସାର୍ଟିଫିକେଟ ବା ଅଗ୍ରଗତି ପ୍ରମାଣ ପତ୍ର ବଣ୍ଟନ କରିଥିଲେ। ଉକ୍ତ ସଭାରେ କୃଷି ଆନୁଷଙ୍ଗିକ ବିଭାଗ ତଥା ଉଦ୍ୟାନ କୃଷି ସହକାରୀ ନିର୍ଦ୍ଦେଶକ, ପ୍ରକଳ୍ପ ନିର୍ଦ୍ଦେଶକ, ଜଳଛାୟା ପ୍ରକଳ୍ପ, ସହକାରୀ ଜିଲ୍ଲା ମତ୍ସ୍ୟ ଅଧିକାରୀ, ମୁଖ୍ୟ ପ୍ରାଣୀଧନ ଚିକିତ୍ସାଧିକାରୀ, ଜିଲ୍ଲା କୃଷି ଅଧିକାରୀ, ସମସ୍ତ ବ୍ଲକ୍ ସ୍ତରୀୟ ଓ ଜିଲ୍ଳା ସ୍ତରୀୟ କୃଷି ଅଧିକାରୀ ଓ କର୍ମଚାରୀ ଓ ୨୦୦ରୁ ଉର୍ଦ୍ଧ୍ବ କୃଷକ ଉପସ୍ଥିତ ଥିଲେ।

SPREAD YOUR LOVE WITH YOUR FRIENDS AND FAMILY

Leave a Reply