Home / ସାମାଜିକ / ଜୟ ନୟାଗଡ଼ ଫାଉଣ୍ଡେସନ” ତରଫରୁ ମେଡିକାଲ କଲେଜ ପ୍ରତିଷ୍ଠା ପାଇଁ ଜିଲ୍ଲା ସ୍ତରୀୟ ଆଲୋଚନା ଚକ୍ର।

ଜୟ ନୟାଗଡ଼ ଫାଉଣ୍ଡେସନ” ତରଫରୁ ମେଡିକାଲ କଲେଜ ପ୍ରତିଷ୍ଠା ପାଇଁ ଜିଲ୍ଲା ସ୍ତରୀୟ ଆଲୋଚନା ଚକ୍ର।

whatsapp image 2025 08 04 at 07.51.44 21f68866

ନୟାଗଡ, ତା- ୩.୮.୨୫ରିଖ – ଭାସ୍କର ଚନ୍ଦ୍ର ସ୍ବାଇଁ – ରାଜଧାନୀରୁ ମାତ୍ର ୮୦ କି.ମି. ଦୂରରେ ନୟାଗଡ଼ ଜିଲ୍ଲା ରାଜଧାନୀର କର୍ଣ୍ଣ କହିଲେ ଅତ୍ୟୁକ୍ତି ହେବ ନାହିଁ। ସରକାର ପରେ ସରକାର ଆସୁଅଛି କିନ୍ତୁ ନୟାଗଡ଼ ଜିଲ୍ଲାର ଅବସ୍ଥା ଯଥା ପୂର୍ବଂ ତଥା ପରଂ ଭଳି ପଡ଼ି ରହିଛି। ଜିଲ୍ଲା ହେବାର ୩୨ ବର୍ଷ ବିତିଯାଇଥିଲେ ମଧ୍ୟ ନୟାଗଡ଼ ହେଉଛି ଅବହେଳିତ, ନିଷ୍ପେଷିତ ଓ ଶିଳ୍ପବିହୀନ ଜିଲ୍ଲା । ନା’ ଏଠାରେ ଅଛି ସ୍ୱାସ୍ଥ୍ୟ ପାଇଁ ମେଡିକାଲ କଲେଜ, ନା ଅଛି ଶିକ୍ଷାର ଉନ୍ନତି ପାଇଁ ବିଶ୍ବବିଦ୍ୟାଳୟ ନା ଏଠାରେ ରହିଅଛି କୌଣସି ଶିଳ୍ପ ସଂସ୍ଥାନ।

whatsapp image 2025 08 04 at 07.51.50 ec0ac67e

ନୟାଗଡ଼ ଜିଲ୍ଲାର ଅପହଞ୍ଚ କୁଜାମେଣ୍ଢୀ ଗ୍ରାମ ପଞ୍ଚାୟତ ଠାରୁ ଭୁବନେଶ୍ବର ପର୍ଯନ୍ତ ପ୍ରାୟ 180 କିମି ମଧ୍ୟରେ କୌଣସି ମେଡ଼ିକାଲ କଲେଜ ନଥିବା ବେଳେ ନୟାଗଡ଼ଠାରେ ଏକ ମେଡ଼ିକାଲ କଲେଜ ପ୍ରତିଷ୍ଠା ହେବାର ଅତ୍ୟନ୍ତ ଆବଶ୍ୟକତା ରହିଅଛି। କିଛି ଦୃଢମନା ଯୁବବନ୍ଧୁଙ୍କ ପ୍ରଚେଷ୍ଟାରେ ନୟାଗଡରେ ମେଡିକାଲ କଲେଜ ପ୍ରତିଷ୍ଠା ଦାବିକୁ ସମସ୍ତ ନୟାଗଡ଼ିଆଙ୍କ ସାମ୍ନାକୁ ଆଣି ସେମାନଙ୍କୁ ସଚେତନ କରାଇ ସରକାରଙ୍କ ନିକଟରେ ଆପଣଙ୍କ ଗଣମାଧ୍ୟମ, ଦସ୍ତଖତ ଅଭିଯାନ, ସେଲ୍ଫି ପଏଣ୍ଟ ଓ ସାମାଜିକ ଗଣମାଧ୍ୟମ ଜରିଆରେ ପହଞ୍ଚାଇବା କାର୍ଯ୍ୟ “ଜୟ ନୟାଗଡ ଫାଉଣ୍ଡେସନ” ଜରିଆରେ ନୟାଗଡ଼ ମାଟି ତରଫରୁ କରାଯାଇଅଛି ବୋଲି ସଂଗଠନର ପ୍ରତିଷ୍ଠାତା ଶେଖ ଅବଦୁଲ ଆହାଦ ପ୍ରାରମ୍ଭିକ ଭାଷଣରେ କହିଛନ୍ତି। ତା୦୩.୦୮.୨୦୨୫ରିଖରେ ଜୟ ନୟାଗଡ଼ ଫାଉଣ୍ଡେସନ ତରଫରୁ ଆୟୋଜିତ “ନୟାଗଡ଼ ମେଡିକାଲ କଲେଜ ପ୍ରତିଷ୍ଠା” ଆଲୋଚନା ଚକ୍ରରେ ରୋଟାରିଆନ( ସିବିଲ ସୋସାଇଟି ) ଗୋଦାବରୀ ସାହୁ, ସମାଜସେବୀ ପ୍ରମୋଦ ପଟ୍ଟନାୟକ, ମନୋଜ କୁମାର ସାହୁ, ସନ୍ତୋଷ ପ୍ରଧାନ, ଭଗବତୀ ପଟ୍ଟନାୟକ, ସମାଜସେବୀ ପ୍ରଭାସିନୀ ନନ୍ଦ, ସାମ୍ବାଦିକ ଶ୍ରୀକାନ୍ତ ଖଟେଇ, ଲୋକନାଥ ମିଶ୍ର, ସୁବାସ ମହାପାତ୍ର, ବୈଦ୍ୟନାଥ ମହାପାତ୍ର, ବସନ୍ତ ପଟ୍ଟନାୟକ, ରାମକୃଷ୍ଣ ରଥ ପ୍ରମୁଖ ନିଜର ମତ ବ୍ୟକ୍ତ କରିଥିଲେ। ଏହି ଆଲୋଚନା ପରେ ମେଡିକାଲ କଲେଜ କ୍ରିୟାନୁଷ୍ଠାନ କମିଟି ଗଠନ କରାଯିବା ସହ ଆଗାମୀ ଦିନରେ ପଦଯାତ୍ରା ଠାରୁ ଆରମ୍ଭ କରି ମୁଖ୍ୟମନ୍ତ୍ରୀ ନିକଟକୁ ଦାବିପତ୍ର ପହଞ୍ଚାଇବା ପର୍ଯ୍ୟନ୍ତ କାର୍ଯ୍ୟ ଜାରି ରହିବ। ସବୁ ଜିଲ୍ଲାରେ ଗୋଟିଏ ଗୋଟିଏ ମେଡିକାଲ କଲେଜ ନିମନ୍ତେ ସରକାର ଘୋଷଣା କରିଥିଲେ ହେଁ ନୂଆ ସରକାର ନୟାଗଡ଼ ପାଇଁ ବୈମାତୃକ ମନୋଭାବ କଣ ପାଇଁ ? ପ୍ରତ୍ୟେକ ରାଜନୈତିକ ଦଳର ନେତାମାନେ ନିଜର ରାଜନୈତିକ ଫାଇଦା ପାଇଁ ନୟାଗଡ଼ରେ ମେଡିକାଲ କଲେଜ କଥା କହୁଥିଲେ ହେଁ ଠିକ ସ୍ଥାନରେ କହିବା ପାଇଁ ସେମାନେ ଅସମର୍ଥ। ଏହି ଜିଲ୍ଲାସ୍ତରୀୟ ଆଲୋଚନା ଚକ୍ର କାର୍ଯ୍ୟକ୍ରମରେ ଜୟ ନୟାଗଡ ଫାଉଣ୍ଡେସନ ଜରିଆରେ ନୟାଗଡିଆଙ୍କ ଏହି ପ୍ରମୁଖ ଦାବିକୁ ଦଳ, ଧର୍ମ, ବର୍ଣ୍ଣ, ଜାତି, ସଂଗଠନଠାରୁ ଉପରେ ଉଠି ଏକତ୍ରିତ ହୋଇ ଆନ୍ଦୋଳନ କରିବା ସହ ସରକାରୀସ୍ତରରେ କିଭଳି ଆମର ଦାବି ଉପସ୍ଥାପନ କରାଯିବ ସେ ନେଇ ଆଲୋଚନା କରାଗଲା। ଏହି କାର୍ଯ୍ୟକ୍ରମରେ ନୟାଗଡ଼ର ପ୍ରାୟ ସାମ୍ବାଦିକ ବନ୍ଧୁମାନଙ୍କ ସମେତ ଆଇନଜିବୀ ନିରାକାର ମହଲ, ସଂଗଠନର ସଂଯୋଜକ ଶ୍ରୀତମ କୁମାର ପ୍ରଧାନ, ଅମ୍ଳାନ ଅଂଶୁମାନ ସାହୁ, ଅରବିନ୍ଦ ପାଢ଼ୀ, ଆଲୋକ କୁମାର ବେହେରା, ସୁଶୀଲ କୁମାର ସାହୁ, ଟ୍ରକ ମାଲିକ ସଙ୍ଘ ତରଫରୁ ରଜାକୁଦିନ ଖାଁ ଓ ସିଭିଲ ସୋସାଇଟିର ସଭ୍ୟମାନେ ଯୋଗଦେଇଥିଲେ ।

SPREAD YOUR LOVE WITH YOUR FRIENDS AND FAMILY

Leave a Reply