ପୁରୀ : ୩/୮/୨୦୨୫ – ତୃପ୍ତିମୟୀ ଜେନା – ଶ୍ରୀଗୁଣ୍ଡିଚା ଆଧ୍ୟାତ୍ମିକ ଟ୍ରଷ୍ଟ, ଅଟଳ ବିଚାର ମଞ୍ଚ ଓ ପୁରୀଜିଲ୍ଲା ବରିଷ୍ଠ ନାଗରିକ ମଞ୍ଚର ମିଳିତ ଆନୁକୂଲ୍ୟରେ ଉତ୍କଳ ରତ୍ନ ପୂର୍ବତନ ରାଜ୍ୟପାଳ ଶ୍ରୀଯୁକ୍ତ ବିଶ୍ୱଭୂଷଣ ହରିଚନ୍ଦନଙ୍କ ୯୨ତମ ଜନ୍ମ ଜୟନ୍ତୀ ଅବସରରେ ଆଶିଷ ଭିକ୍ଷା କରାଯାଇଛି l

ସିଂହଦ୍ୱାର ସମ୍ମୁଖରେ ପ୍ରଦୀପ ପ୍ରଜ୍ବଳନ ପୂର୍ବକ ଆଶିଷ ଭିକ୍ଷା କରାଯାଇଥିଲା l ଆବାହକ ତଥା ବରିଷ୍ଠ ଆଇନଜୀବି ବିନୟ ନୃସିଂହ ମହାପାତ୍ରଙ୍କ ନେତୃତ୍ୱରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା l ଅନ୍ୟମାନଙ୍କ ମଧ୍ୟରେ ରବି ନାରାୟଣ ଦାଶ, ବଳଭଦ୍ର ମହାନ୍ତି, ବିଶ୍ୱନାଥ ପଣ୍ଡା, ରାଜକିଶୋର ମହାନ୍ତି, ଲକ୍ଷ୍ମୀ ନାରାୟଣ ପଟ୍ଟନାୟକ, ଭାଗବତ ପ୍ରସାଦ ପଟ୍ଟନାୟକ, ସରୋଜ ମିଶ୍ର, ତରୁଣଦିତ୍ୟ ମିଶ୍ର, ପ୍ରଶାନ୍ତ ଭୂୟାଁ, ଗୋଲକ ଚନ୍ଦ୍ର ଜେନା, ଡକ୍ଟର କାର୍ତ୍ତିକ କୁମାର ଦାସ, କୃଷ୍ଣଚନ୍ଦ୍ର ସାମନ୍ତରାୟ, କବିତା ରଥ, ବିଷ୍ଣୁ ଦାସ, ଲଲାଟେନ୍ଦୁ ମିଶ୍ର, ପ୍ରମୁଖ ଯୋଗଦାନ କରିଥିଲେ l ଏହି ଅବସରରେ ପ୍ରାତଃ ସମୟରେ ଶ୍ରୀମନ୍ଦିରରେ ଧ୍ବଜା ବନ୍ଧା ହେବାସହ ବ୍ରାହ୍ମଣ ମାନଙ୍କୁ ମହାପ୍ରସାଦ ସେବାରେ ଆପୟତ କରାଯାଇଥିଲା l











