ସତ୍ୟବାଦୀ:-୬/୮/୨୦୨୫ – ନି:ପ୍ର – ଏ ଘଟଣା ହେଉଛି ପୁରୀ ଜିଲ୍ଲା ସତ୍ୟବାଦୀ ବ୍ଲକର । ସୂଚନା ମୁତାବକ ଗତ ସରକାର ସମୟରେ ସତ୍ୟବାଦୀରେ କରାଯାଇଥିଲା ନିମ୍ନୋକ୍ତ ପ୍ରକଳ୍ପ ର ଭିତ୍ତିପ୍ରସ୍ତର ସ୍ଥାପନ ଏବଂ ମଞ୍ଜୁର ହୋଇଥିଲା ପାଇଁ କୋଟି କୋଟି ଟଙ୍କା ।
୧.ସାକ୍ଷୀଗୋପୀନାଥ ମନ୍ଦିର ଉନ୍ନତିକରଣ ପାଇଁ ୮୨ ଲକ୍ଷ(SPF),
୨. ବାବା ବରାଳ ବାଲୁଙ୍କେଶ୍ୱର ମନ୍ଦିର ପାଇଁ ୮୭ ଲକ୍ଷ ୫୦ ହଜାର ଟଙ୍କା(CMSA)
୩.ତୃତୀୟା ଦେବ ମନ୍ଦିର ପାଇଁ ୮୫ ଲକ୍ଷ ୩୭ ହଜାର (CMSA),
୪. ସତ୍ୟବାଦୀ ବଏଜ ହାଇ ସ୍କୁଲ ପଡିଆ ଉନ୍ନତିକରଣ ପାଇଁ ୧ କୋଟି (CMSA), |
୫. ଓଡ଼ିଆ ବିଶ୍ୱ ବିଦ୍ୟାଳୟ ପାଇଁ ୯ କୋଟି ୭୮ ହଜାର ,
୬. ଏବଂ ଅନ୍ୟାନ୍ୟ ପ୍ରକଳ୍ପ ରେ ପ୍ରାୟତଃ ୫ କୋଟି ଟଙ୍କା ଅନ୍ୟତମ ।
ଏହି ପ୍ରକଳ୍ପ ଗୁଡିକ ପୂର୍ବ ସରକାର ମଞ୍ଜୁର କରିବା ପରେ ସରକାର ବଦଳି ଯାଇଥିଲା । ଦେଖିବାକୁ ମିଳିଥିଲା ଯୋଜନା ଓ ପ୍ରକଳ୍ପ ର ନୂତନ ନାମକରଣ ପର୍ଯ୍ୟାୟ। କିନ୍ତୁ ପରବର୍ତ୍ତୀ ସମୟରେ ଏହି ପ୍ରକଳ୍ପ ଗୁଡିକ କାମ ଠପ ହୋଇଗଲା , ଆରମ୍ଭ ହୋଇଥିବା କାମ ମଧ୍ୟ ବନ୍ଦ କରିବାକୁ ନିର୍ଦ୍ଦେଶ ଆସିଲା । ଏହାର କିଛି ଦିନ ପରେ ନୂଆ ନେତା ନୂଆ ଢଙ୍ଗ ରେ ପୁନଶ୍ଚ ଭିତ୍ତିପ୍ରସ୍ତର ସ୍ଥାପନ କଲେ ଓ ବଡେଇ ନେଲେ । କିନ୍ତୁ ଦୁଃଖ ଓ ପରିତାପର ବିଷୟ ଆଜି ପର୍ଯ୍ୟନ୍ତ ଆରମ୍ଭ ହୋଇପାରିଲାନି ସେସବୁ କାର୍ଯ୍ୟ । ଏବେ କୁଆଡେ ଶୁଣିବାକୁ ମିଳୁଛି ସତ୍ୟବାଦୀରେ ଆଉ ଖର୍ଚ୍ଚ ହେବନାହିଁ ଏହି ମଞ୍ଜୁର ହୋଇଥିବା ଅର୍ଥ ରାଶି । ଫେରିଯିବ ସରକାରଙ୍କ ପାଖକୁ ।
ବିଗତ କିଛି ଦିନ ହେବ ସତ୍ୟବାଦୀ ବ୍ଲକ ରେ ଦେଖିବାକୁ ମିଳୁଛି କର୍ମଚାରୀଙ୍କ ବଦଳି ପର୍ଯ୍ୟାୟ । କୁଆଡେ ଶୁଣିବାକୁ ମିଳୁଛି ଯେଉଁ କର୍ମଚାରୀ ନେତାଙ୍କ କଥା ମାନି ତାଙ୍କ ଚାଟୁକାରଙ୍କୁ ବଟି ଦେଉନାହାନ୍ତି ସେମାନଙ୍କ ବଦଳି ହୋଇଯାଉଛି ଏବଂ ସେହି ସ୍ଥାନରେ ଆସୁଛନ୍ତି ନେତାଙ୍କ ନିଜ ସମ୍ପର୍କୀୟ କିମ୍ବା ସମର୍ଥକ କର୍ମଚାରୀ । ପୂର୍ବ ସରକାର ସମୟରେ ଆରମ୍ଭ ହୋଇଥିବା ପ୍ରକଳ୍ପ କୁ ସମ୍ପୂର୍ଣ୍ଣ କରିବା ପାଇଁ ଯେଉଁ ଯନ୍ତ୍ରୀ ଦିନ ରାତି ଏକ କରୁଥିଲେ ଏବେ ନୂଆ ନେତାଙ୍କ ଚାପରେ ନିମାପଡା କୁ ବଦଳି ହୋଇଛନ୍ତି , ଏହାଦ୍ୱାରା ସତ୍ୟବାଦୀ ବ୍ଲକ ରେ ଚାଲୁରହିଥିବା ବିଭିନ୍ନ ଉନ୍ନତିମୂଳକ କାର୍ଯ୍ୟ ରେ ବାଧା ଉପୁଜିଥିବା ଦେଖିବାକୁ ମିଳୁଛି । ପୂର୍ବରୁ ସତ୍ୟବାଦୀରେ ଥିବା ବିଡ଼ିଓ ଙ୍କୁ ମଧ୍ୟ ନେତାଙ୍କ ଚାପରେ ବଦଳି କରାଯାଇଥିବା ନେଇ ବୁଦ୍ଧିଜୀବୀ ମହଲରେ ଚର୍ଚା ଜୋର ଧରିଛି ।
ନୂଆ ସରକାର ରେ ନୂଆ ପ୍ରକଳ୍ପ କରାଯିବା ବଦଳରେ ମଞ୍ଜୁର ହୋଇଥିବା ପ୍ରକଳ୍ପ କୁ ବନ୍ଦ କରାଯିବା କୁ ନେଇ କ୍ଷୋଭ ପ୍ରକାଶ କରିଛନ୍ତି ସତ୍ୟବାଦୀ ବ୍ଲକ ଅଧ୍ୟକ୍ଷ ସୁନୀଲ ପଣ୍ଡା । ଏ ସମ୍ପର୍କରେ ସରକାର କଣ ପାଇଁ ଏତେ ନିଷ୍ଠୁର , ଜନତାଙ୍କ ପାଇଁ ଡବଲ ଇଞ୍ଜିନ ରେ ଡବଲ କାମ କରିବାର ପ୍ରତିଶୃତି କଣ ଭୁଲିଯାଇଛନ୍ତି ସରକାର , ନା ନିଜ ବ୍ୟକ୍ତିଗତ ସ୍ୱାର୍ଥ ପୂର୍ତ୍ତି ଏବଂ କ୍ଷମତା ର ଦୁର୍ବ୍ୟବହାର କରିବା ରେ ମସଗୁଲ ଅଛନ୍ତି ନେତା ବୋଲି ପ୍ରଶ୍ନ କରିଛନ୍ତି ଅଧ୍ୟକ୍ଷ । ସତ୍ୟବାଦୀରେ ଏବେ କେବଳ ଚାଟୁକାରିତା କରୁଥିବା ଲୋକ ହିଁ ସର୍ବଶ୍ରେଷ୍ଠ ବୋଲି କୁହାଯାଉଛି , ବ୍ଲକ ର ସମସ୍ତ ବିଭାଗ ରୁ ବଟି ଆଦାୟ କରିବା , ସତ୍ୟବାଦୀ ରେ ଥିବା ସମସ୍ତ ସରକାରୀ ବଙ୍ଗଳାରେ ସନ୍ଧ୍ୟା ରେ ବସି ନିଶା କାରବାର କରିବା , ଏବଂ ଏ ସବୁର ବଧାଦେଉଥିବା ସରକାରୀ କର୍ମଚାରୀଙ୍କୁ ନେତାଙ୍କ ବଳରେ ବଦଳି କରିବା ଘଟଣା ଏବେ ସତ୍ୟବାଦୀରେ ଚର୍ଚ୍ଚାର ବିଷୟ ପାଲଟିଛି । ତେବେ ଦେଖଯାଉ ନୂଆ ସରକାର ଏବଂ ତାଙ୍କ ନୂଆ ସରକାରୀ କର୍ମଚାରୀ ମାନେ କିଭଳି ସତ୍ୟବାଦୀର ଉନ୍ନତି କରୁଛନ୍ତି ଏବଂ ପଞ୍ଚସଖା ଙ୍କ ମାଟି କୁ ଗର୍ବିତ କରୁଛନ୍ତି ।











