ସତ୍ୟବାଦୀ : ୭/୮/୨୦୨୫- ନି:ପ୍ର – ଦୀର୍ଘ ଦିନ ହେବ ବନ୍ଦ ପଡିଛି ପୁରୀ ଜିଲ୍ଲା ସତ୍ୟବାଦୀ ବ୍ଲକ ଅନ୍ତର୍ଗତ ପଟ୍ଟନାଇକିୟା ଛକ ଠାରେ ଖୋଲିଥିବା ମିଶନ ଶକ୍ତି କାଫେ। ଦୀର୍ଘ ଦିନ ହେବ ଏହି କାଫେ ରେ ଝୁଲୁଚି ତାଲା। ସରକାରୀ ଅର୍ଥ ହେଉଛି ଧୂଳିସାତ । ପୂର୍ବ ସରକାର ସମୟରେ ଜନତାଙ୍କ ସ୍ୱାର୍ଥ କୁ ଦୃଷ୍ଟିରେ ରଖି ଖୋଲାଯାଇଥିଲା ମିଶନ ଶକ୍ତି କାଫେ , ଏହି କାଫେ ଦ୍ୱାରା ଜନତା ଘରୋଇ ଓ ସ୍ଵଛତା ସହିତ ମାଆ ମାନଙ୍କ ହାତ ତିଆରି ବିଭିନ୍ନ ପାରମ୍ପରିକ ଖାଦ୍ୟ ପର୍ଯ୍ୟଟକଙ୍କୁ ସତ୍ୟବାଦୀ ପ୍ରତି ଆକୃଷ୍ଟ କରପାରୁଥିବା ବେଳେ ସତ୍ୟବାଦୀର ପରିଚୟ ସୃଷ୍ଟି ମଧ୍ୟ ହୋଇପାରୁଥିଲା , ଏଠାରେ କାମ କରୁଥିବା ଅନେକ ମହିଳାଙ୍କୁ ମଧ୍ୟ ମିଳୁଥିଲା ବଞ୍ଚିବାର ରାହା । ୨ପଇସା ରୋଜଗାର କରି ମହିଳା ହେଇପାରୁଥିଲେ ସ୍ୱାବଲମ୍ବୀ । କିନ୍ତୁ ବର୍ତ୍ତମାନର ସରକାର ରେ “ଲକ୍ଷପତି ଦିଦି” ନାମରେ ଯୋଜନାର ଡିଣ୍ଡିମ ପିଟୁଥିବା ବେଳେ ବର୍ତ୍ତମାନ ପ୍ରାୟ ଏକ ବର୍ଷ ହେବ ବନ୍ଦ ହୋଇ ତାଲା ଝୁଲୁଥିବା ଦେଖିବାକୁ ମିଳିଛି । ତେବେ ଏଠାରେ ପ୍ରଶ୍ନ ଉଠୁଛି ଏହା କଣ ସରକାରଙ୍କ ଡବଲ ଇଞ୍ଜିନ ର ଫାଇଦା , ନା ଏହା ହେଉଛି ସରକାରଙ୍କ ନାରୀ ସଶକ୍ତିକରଣ? ତେବେ ଏ ନେଇ ସତ୍ୟବାଦୀ ବିଡ଼ିଓଙ୍କୁ ବାରମ୍ବାର ଯୋଗାଯୋଗ କରାଯାଇଥିଲେ ମଧ୍ୟ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ ।











