Home / ସାମାଜିକ / ୬ ଘଣ୍ଟିଆ ପୁରୀ ଜିଲ୍ଲା ବନ୍ଦ ହଲ ସଫଳ

୬ ଘଣ୍ଟିଆ ପୁରୀ ଜିଲ୍ଲା ବନ୍ଦ ହଲ ସଫଳ

bjd

ସତ୍ୟବାଦୀ: ୭/୮/୨୦୨୫ – ନି:ପ୍ର – ବଳଙ୍ଗା ନାବାଳିକା ଙ୍କ ପରିବାରକୁ ନ୍ୟାୟଦାବିରେ ବିଜେଡ଼ି ପକ୍ଷରୁ ୬ ଘଣ୍ଟିଆ ପୁରୀ ଜିଲ୍ଲା ବନ୍ଦ ଡ଼ାକରା ଦିଆଯାଇଥିଲା । ଏହି ପରୀପ୍ରେକ୍ଷୀରେ ସତ୍ୟବାଦୀରେ ବିଜେଡ଼ି କର୍ମୀମାନେ ହରତାଳ କରିଥିଲେ। ସକାଳୁ ସାକ୍ଷୀଗୋପାଳ ମନ୍ଦିର ମୂଖ୍ୟ ରାସ୍ତାର ଷ୍ଟେଟବ୍ୟାଙ୍କ ଛକରେ ଦଳର ଯୁବ କର୍ମୀମାନେ ଟାୟାର ଜଳାଇ ରାସ୍ତା ଅବରୋଧ କରିଥିଲେ। ଫଳରେ ଯାନବାହାନ ଚଳାଚଳ ବାଧାପ୍ରାପ୍ତ ହୋଇଥିଲା। ହାତରେ ବ୍ୟାନର ପ୍ଲାକାର୍ଡଧରି ଅପାରଗ ସରକାର ଙ୍କ ଇସ୍ତଫା ଦାବିକରି ଆନ୍ଦୋଳନକାରୀ ମାନେ ନାରାବାଜି ଦେବାର ଦେଖାଯାଇଥିଲା। ଦୋକାନ ବଜାର ସବୁ ବନ୍ଦ ରହିଥିଲା।

ପୁରୀ ଜିଲ୍ଲା ବିଜେଡି ସଭାପତି ତଥା ପୂର୍ବତନ ବିଧାୟକ ଉମାକାନ୍ତ ସାମନ୍ତରାୟ ଙ୍କ ନେତୃତ୍ବରେ ଶତାଧିକ କର୍ମୀ ସାକ୍ଷୀଗୋପାଳ ବସଷ୍ଟାଣ୍ଡ ଠାରୁ ଏକ ଶୋଭାଯାତ୍ରାରେ ସାକ୍ଷୀଗୋପାଳ ମନ୍ଦିର ପର୍ଯ୍ୟନ୍ତ ଯାଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ସତ୍ୟବାଦୀ ପଞ୍ଚାୟତ ସମିତି ଅଧ୍ୟକ୍ଷ ସୁନୀଲ କୁମାର ପଣ୍ଡା, ରାଜ୍ୟ ସଭା ସାଂସଦ ସୁବାଶିଷ ଖୁଣ୍ଟିଆ, ବ୍ଲକ ବିଜେଡ଼ି ସଭାପତି ପ୍ରମୋଦ କୁମାର ରାଉତରାୟ, ବ୍ଲକ ଯୁବ ସଭାପତି ଶରତ କୁମାର ରାଉତରାୟ, ଜିଲ୍ଲା ପରିଷଦ ସଭ୍ୟ ନାରାୟଣ ରାଉତରାୟ, ପୂର୍ବତନ ବ୍ଲକ୍ ଅଧ୍ୟକ୍ଷ ପ୍ରେମାନନ୍ଦ ବେହେରା, ପୂର୍ବତନ ଉପାଧ୍ୟକ୍ଷ ବିକ୍ରମ ଜେନା ,ଆତ୍ମା ଅଧ୍ୟକ୍ଷ ମହମ୍ମଦ ଜିକିରିଆ, ଛାତ୍ର ସଭାପତି ହଟ୍ଟକିଶୋର ବାରିକ, ସରପଞ୍ଚ ଦୁଃଶାସନ ପ୍ରଧାନ, ସମିତି ସଭ୍ୟ ପ୍ରଫୁଲ୍ଲ ପ୍ରଧାନ, ବିଜେଡ଼ି ରାଜ୍ୟ ମହିଳା ସମ୍ପାଦିକା କସ୍ତୁରୀ ବାଳ ସ୍ବାଇଁ, ପୂର୍ବତନ ସରପଞ୍ଚ ପ୍ରକାଶ ଚନ୍ଦ୍ର ଖଟେଇ, ସ୍ବାଧିନ ଜେନା, ସୁବାଷ ପ୍ରଧାନ, ସୁବ୍ରତ ଛାଟୋଇ, ବିଜୟ ମହାପାତ୍ର, ଦେବଦତ୍ତ ସାମନ୍ତରାୟ, ସବୁଜ କେଶରୀ ମିଶ୍ର, ଦେବେନ୍ଦ୍ର ମହାପାତ୍ର, ଜଳନ୍ଧର ସେଠୀ, ରାଜ କିଶୋର ଭୋଇ, ଆଶୁତୋଷ ପଣ୍ଡା, କାର୍ତ୍ତିକ ବାରିକ, ସମ୍ବିତ ପ୍ରଧାନ, ବାସୁଦେବ ବାରିକ ଓ ସୁରେନ୍ଦ୍ର ଭୋଇ ପ୍ରମୁଖ ଆନ୍ଦୋଳନ ରେ ଆନ୍ଦୋଳନ ରେ ସାମିଲ ହୋଇଥିଲେ।

ଶାନ୍ତି ଶୃଙ୍ଖଳା ବଜାୟ ରଖିବା ନିମନ୍ତେ ଥାନା ଆଇଆଇସି ବିଜୟ କେତନ ବେହେରା ପୋଲିସ ଫୋର୍ସ ସହ ମୁତୟନ ରହିଥିଲେ। ଏହି ଅବସରରେ ଜୟପୁର ପଞ୍ଚାୟତ ର ଓ୍ବାର୍ଡସଭ୍ୟ ନାଗାର୍ଜୁନ ସେନାପତି ଙ୍କ ସହିତ ପେଣ୍ଠପଡା ଓ ଜୟପୁର ପଞ୍ଚାୟତ ର ପ୍ରାୟ ୩୦ଜଣ ଯୁବକର୍ମୀ ଭାଜପା ଛାଡି ବିଜେଡ଼ି ରେ ସାମିଲ ହୋଇଥିଲେ।

SPREAD YOUR LOVE WITH YOUR FRIENDS AND FAMILY

Leave a Reply