Home / ମୁଖ୍ୟ ଖବର / ନୟାଗଡ଼ ଗାୟତ୍ରୀ ଶକ୍ତିପୀଠରେ ଶ୍ରାବଣୀ ପର୍ବ ପାଳନ।

ନୟାଗଡ଼ ଗାୟତ୍ରୀ ଶକ୍ତିପୀଠରେ ଶ୍ରାବଣୀ ପର୍ବ ପାଳନ।

whatsapp image 2025 08 09 at 19.05.10 10a4cf65

ନୟାଗଡ଼, ତା- ୯.୮.୨୫ରିଖ – ଭାସ୍କର ଚନ୍ଦ୍ର ସ୍ବାଇଁ- ଶ୍ରାବଣୀ ପର୍ବ ରେ ଦ୍ବିଜତ୍ବ ସଙ୍କଳ୍ପର ନବୀକରଣ କରାଯାଏ। ଏଥିପାଇଁ ପରମ୍ପରାଗତ ଢଙ୍ଗରେ ଲୋକେ ଏକତ୍ରିତ ହୋଇ ତୀର୍ଥ ଆବାହନ କରନ୍ତି। ଦଶସ୍ନାନ, ହେମାଦ୍ରୀ ସଂକଳ୍ପ ଏବଂ ତର୍ପଣ ଆଦି କର୍ମ କରି ଶ୍ରାବଣୀ ପର୍ବ ପାଳନ କରନ୍ତି। ଶ୍ରାବଣୀ ପର୍ବରେ ପୁରାତନ ପଇତାକୁ ବଦଳା ଯାଇ ନୂତନ ପଇତା ଧାରଣ କରାଯାଏ। ପ୍ରାୟଶ୍ଚିତ୍ତ ସଂକଳ୍ପ ପଢାଯାଏ, ପୂର୍ବରୁ କରାଯାଇଥିବା ଅବାଞ୍ଛନୀୟତାର ପ୍ରାୟଶ୍ଚିତ୍ତ ବିଧାନ କରାଯାଏ। ଶ୍ରାବଣୀ ପର୍ବ ବ୍ରାହ୍ମଣତ୍ୱର, ଋଷିତ୍ବର ଅଭିବର୍ଦ୍ଧନ ପର୍ବ। ସଦଜ୍ଞାନ ଓ ସତକର୍ମର ଯଦି କେଉଁଠି ଖଣ୍ଡନ ହୋଇଛି ତେବେ ତାହାକୁ ପ୍ରାୟଶ୍ଚିତ୍ତ କରି ଉଚ୍ଚ ଆଦର୍ଶବାଦୀ ଜୀବନକୁ ଅଧିକ ତେଜସ୍ବୀ କରିବା ପାଇଁ ଏହି ପର୍ବରେ ଆତ୍ମସଂକଳ୍ପ ଏବଂ ପରମାତ୍ମ ଅନୁଦାନକୁ ଯୋଗ କରିବାର ବିଧାନ କରାଯାଇଥାଏ।

whatsapp image 2025 08 09 at 19.05.11 925a6757

ଏହି ମର୍ମରେ ନୟାଗଡ଼ ଷ୍ଟାଡିୟମ ନିକଟସ୍ଥ ଗାୟତ୍ରୀ ଶକ୍ତିପୀଠରେ ଗାୟତ୍ରୀ ପରିବାରର ସମସ୍ତ ସଦସ୍ଯ ସଦସ୍ଯା ମାନେ ଉପସ୍ଥିତ ହୋଇ ମହାଆଡ଼ମ୍ବର ସହକାରେ ଆଜି ଶ୍ରାବଣୀ ପର୍ବକୁ ଧୁମଧାମରେ ପାଳନ କରିଛନ୍ତି। ସମସ୍ତ ପରିଜନ ମାନେ ଦଶସ୍ନାନ, ହେମାଦ୍ରୀ ସଂକଳ୍ପ, ଶିଖା ସିଞ୍ଚନ, ଯଜ୍ଞୋପବୀତ ନବୀକରଣ,ରକ୍ଷା ବନ୍ଧନ,ବୃକ୍ଷ ରୋପଣ କରିବା ସହିତ ଗାୟତ୍ରୀ ଯଜ୍ଞରେ ଆହୂତି ପ୍ରଦାନ କରିଥିଲେ। ଏହି କାର୍ଯ୍ୟକ୍ରମରେ ଗାୟତ୍ରୀ ପରିବାର ଜିଲ୍ଲା ସଂଯୋଜକ ଭାସ୍କର ଚନ୍ଦ୍ର ସାହୁ, ଜିଲ୍ଲା ସହସଂଯୋଜକ ଶ୍ରୀଧର ସାହୁ, ବରିଷ୍ଠ କାର୍ଯ୍ୟକର୍ତ୍ତା ରାହାସ ବିହାରୀ ସେଠୀ, ରାମଚନ୍ଦ୍ର ଦାସ, ପ୍ରାଣକୃଷ୍ଣ ସାହୁ, ଜୟଶ୍ରୀ ସାହୁ ଉପସ୍ଥିତ ରହି କାର୍ଯ୍ଯକ୍ରମକୁ ସଂଯୋଜନା କରିଥିଲା ବେଳେ ଅଜୟ ସାହୁ, ପ୍ରଭାତ ବେହେରା,ରାମଚନ୍ଦ୍ର ଆର୍ଯ୍ୟ ଆଦି ଜିଲ୍ଲାର ବହୁ କାର୍ଯ୍ୟକର୍ତ୍ତା ମାନେ ସହଯୋଗ କରିଥିଲେ।

SPREAD YOUR LOVE WITH YOUR FRIENDS AND FAMILY

Leave a Reply