Home / ସ୍ୱାସ୍ଥ୍ୟ / ରକ୍ତଦାନ କ୍ଷେତ୍ର ରେ ରାଜ୍ୟ ରେ ଏକ ନୂତନ ଜାଗରଣ ସୃଷ୍ଟି କରିବା ପାଇଁ ଏକ ଅଭିନବ ପ୍ରସ୍ତାବ

ରକ୍ତଦାନ କ୍ଷେତ୍ର ରେ ରାଜ୍ୟ ରେ ଏକ ନୂତନ ଜାଗରଣ ସୃଷ୍ଟି କରିବା ପାଇଁ ଏକ ଅଭିନବ ପ୍ରସ୍ତାବ

happy1

କରୋନା ର କରୁଣ ପରିସ୍ଥିତି ସହ ସାରା ଦେଶବାସୀ ଯେତେବେଳେ ଜୀବନ ମରଣ ର ସଂଘର୍ଷ ଭିତରେ କାଳାତିପାତ କରୁଥିଲେ , ସେ ଭଳି ଏକ ଘଡିସନ୍ଧି ମୁହୁର୍ତ୍ତ ରେ ଆମ ଓଡ଼ିଆ ପୁଅ ତଥା ବ୍ଲଡ଼ ଡୋନର ଗ୍ରୁପ ର ମୁଖ୍ୟ ପରିଚାଳକ ପଦ୍ମ ଲୋଚନ ମହାପାତ୍ର ଆଦିବାସୀ ବହୁଳ ଓ ବିକାଶ କ୍ଷେତ୍ର ରେ ଦେଶ ର ପଛୁଆ ରାଜ୍ୟ ଭାବେ ଗଣା ଯାଉଥିବା ଝାଡଖଣ୍ଡ ର ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ମହୋଦୟ ଏବଂ ତାଙ୍କ ପିତା ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବର୍ତ୍ତମାନ ର ରାଜ୍ୟସଭା ସାଂସଦ ଶିବୁ ସୋରେନ ଙ୍କୁ ବ୍ୟକ୍ତିଗତ ଭାବେ ସରକାରୀ କାର୍ଯ୍ୟାଳୟ ଓ ବାସଭବନ ରେ ଭେଟି ରକ୍ତଦାନ କ୍ଷେତ୍ର ରେ ରାଜ୍ୟ ରେ ଏକ ନୂତନ ଜାଗରଣ ସୃଷ୍ଟି କରିବା ପାଇଁ ଭିନ୍ନ ଏକ ଅଭିନବ ପ୍ରସ୍ତାବ ଦେଇଥିଲେ । ପ୍ରସ୍ତାବ ମୁତାବକ ରାଜ୍ୟ ରକ୍ତଭଣ୍ଡାର ଗୁଡ଼ିକ ରେ ଆବଶ୍ୟକୀୟ ରକ୍ତ ୟୁନିଟ ମହଜୁଦ ରଖିବା , ରାଜ୍ୟ ର ବିଭିନ୍ନ ସ୍ଥାନ ରେ ରକ୍ତଦାନ ଶିବିର ର ଆୟୋଜନ କରି ସଂଗୃହିତ ରକ୍ତ ଗୁଡ଼ିକୁ ବିଭିନ୍ନ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ କୁ ପହଞ୍ଚାଇବା ର ଉତ୍ତମ ବ୍ୟବସ୍ଥା କରିବା ଏବଂ ବିଶେଷ କରି ଭବିଷ୍ୟତ ରେ ରୋଗୀ ଓ ରକ୍ତଦାତା ଙ୍କ ମଧ୍ୟ ରେ ସିଧାସଳଖ ଯୋଗାଯୋଗ ରକ୍ଷା କରି ରକ୍ତ ଯୋଗାଇବା ଏବଂ ରାଜ୍ୟ ରେ ଏକ ସ୍ବତନ୍ତ୍ର ବ୍ଲଡ଼ ଟ୍ରାନ୍ସଫ୍ୟୁଜନ ସେଲ ଗଠନ କରିବା ନେଇ ଏକ ଲିଖିତ ପ୍ରସ୍ତାବ ପ୍ରଦାନ କରିଥିଲେ । ସଦ୍ୟପ୍ରାପ୍ତ ସୂଚନା ଅନୁଯାୟୀ ସରକାର ସମାନ ଢାଞ୍ଚା କୁ ଅନୁସରଣ କରି ନିଜର କାର୍ଯ୍ୟ ଖସଡ଼ା ପ୍ରସ୍ତୁତ କରିବା କୁ ମୌଖିକ ଅନୁମତି ଦେବା ସହ ଆଗାମୀ ଦିନ ରେ ସରକାରୀ ବିଜ୍ଞପ୍ତି ଜରିଆରେ ଲିଖିତ ଘୋଷଣା ପତ୍ର ଜାରି କରିବା ପାଇଁ ସହମତି ପ୍ରକାଶ କରିଛନ୍ତି । ଏ ଭଳି ମହତ୍ତ କାର୍ଯ୍ୟ ପାଇଁ ଓଡ଼ିଆ ପୁଅ ପଦ୍ମଲୋଚନ ଙ୍କୁ ବୁଦ୍ଧିଜୀବୀ ମହଲ ରୁ ପ୍ରଶଂସା ର ସୁଅ ଛୁଟିବା ସହ ଆଗାମୀ ଦିନ ରେ କାର୍ଯ୍ୟକ୍ରମ କୁ ଆଗକୁ ନେବା ପାଇଁ ସହଯୋଗ ର ହାତ ବଢୁଛି ।

SPREAD YOUR LOVE WITH YOUR FRIENDS AND FAMILY

Leave a Reply