Home / ସାମାଜିକ / “ସ୍ମାଇଲ ନୟାଗଡ଼” ପକ୍ଷରୁ ନୟାଗଡ଼ ଆଦର୍ଶ ଶ୍ମଶାନ ପରିସରରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ।

“ସ୍ମାଇଲ ନୟାଗଡ଼” ପକ୍ଷରୁ ନୟାଗଡ଼ ଆଦର୍ଶ ଶ୍ମଶାନ ପରିସରରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ।

whatsapp image 2025 08 09 at 20.12.38 33dfd7ab

ନୟାଗଡ଼, ତା- ୯.୮.୨୫ରିଖ-ଭାସ୍କର ଚନ୍ଦ୍ର ସ୍ବାଇଁ- ନୟାଗଡ଼ର ଅଗ୍ରଣୀ ସ୍ୱେଚ୍ଛାସେବୀ ଅନୁଷ୍ଠାନ ସ୍ମାଇଲ ନୟାଗଡ଼ ପକ୍ଷରୁ ପବିତ୍ର ଗହ୍ମା ପୂର୍ଣ୍ଣିମା ଅବସରରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ନୟାଗଡ଼ ଆଦର୍ଶ ଶ୍ମଶାନ ଠାରେ ସ୍ମାଇଲ ନୟାଗଡ଼ର ଅଧ୍ୟକ୍ଷ ରବୀନ୍ଦ୍ର କୁମାର ଦାଶଙ୍କ ତତ୍ୱାବଧାନରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଇଂ ଦେବାଶିଷ ପଟ୍ଟନାୟକ ଯୋଗ ଦେଇଥିଲେ ।

whatsapp image 2025 08 09 at 20.13.54 680f0dd7
whatsapp image 2025 08 09 at 20.13.54 680f0dd7

ଅନ୍ୟମାନଙ୍କ ମଧ୍ୟରେ ସିଭିଲ ସୋସାଇଟ୍ ପକ୍ଷରୁ ଗୋଦାବରିଶ୍ ସାହୁ, ସାମ୍ବାଦିକ ଭବନ ସଭାପତି ବୈଦ୍ୟ ଭୂଷଣ ମହାପାତ୍ର, କାର୍ଯ୍ୟକାରୀ ସମ୍ପାଦକ ଅନୀଲ କୁମାର ପଣ୍ଡା ପ୍ରମୁଖ ସାମିଲ ହୋଇଥିଲେ । ସ୍ମଶାନ ପରିସରରେ ଅଁଳା, ଲିମ୍ବ ଓ ଅନ୍ୟାନ ଫଳଗଛ ବୃକ୍ଷରୋପଣ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ କାଉନସିଲର କିଷାନ୍ ଦାଶ, ବିଜୟ ପଟ୍ଟନାୟକ, ସାମ୍ବାଦିକ ବିଶ୍ୱଜିତ ନାୟକ, ସାମ୍ବାଦିକ ନିହାର ରଞ୍ଜନ ପଟ୍ଟନାୟକ , ସୂର୍ଯ୍ୟପ୍ରସାଦ ଦାଶ, ନାଗଭୂଷଣ ଦାଶ ପ୍ରମୁଖ ସାମିଲ ହୋଇଥିଲେ ।

SPREAD YOUR LOVE WITH YOUR FRIENDS AND FAMILY

Leave a Reply