Home / ମୁଖ୍ୟ ଖବର / ଆକ୍ସନ ମୁଡ଼ରେ କାକଟପୁର ପୋଲିସ ୩ ବାଲି ହାଇୱା ଜବତ

ଆକ୍ସନ ମୁଡ଼ରେ କାକଟପୁର ପୋଲିସ ୩ ବାଲି ହାଇୱା ଜବତ

whatsapp image 2025 08 13 at 20.27.12 9850bc9b

କାକଟପୁର ତା ୧୩/୮ (ତୁଷାର ଦୀକ୍ଷିତ ) ଆଜି ସକାଳ ସମୟରେ କାକଟପୁର ଥାନା ପୋଲିସ ପକ୍ଷରୁ ବେଆଇନ ଭାବରେ ଚୋରା ବାଲି ଚାଲାଣ ହେଉଥିବା ଖବର ପାଇ କାକଟପୁର ଥାନା ପୋଲିସ ୩(ତିନି) ଗୋଟି ହାଇୱା ବା ଟିପ୍ପର ଗାଡି ଯାହାର ନମ୍ବର OD 33 AP 5018 , OD 05 N 9822, OD 09 J 3938 କୁ ଖଣ୍ଡସାହି ଛକ ଓ ବଲରା ଛକରୁ ଜବତ କରିଛି । ଏ ସଙ୍କ୍ରାନ୍ତରେ କାକଟପୁର ଥାନାରେ ତିନି ଗୋଟି କେସ କରାଯାଇ ତିନି ଗୋଟି ଗାଡିକୁ ଅଟକ କରାଯାଇ ଅଛି । କାକଟପୁର ଥାନା କେସ ନମ୍ବର -216/25,217/25,218/25 U/S-303(2)/3(5)BNS R.W Sec-12 OMPTS Act 1989/ 51(1) OMMC Rule 2004 ପଞ୍ଜିକୃତ କରାଯାଇ ତଦନ୍ତ ଚାଲୁ ରହିଛି । ଆଜିର ଏହି ଚଢ଼ାଉ ରେ କାକଟପୁର ଥାନା ଆଇଆଇସି ବସନ୍ତ ସାହୁ, ଏସଆଇ ପ୍ରିୟଦର୍ଶିନୀ ବରାଳ ଏବଂ ଏଏସଆଇ ପ୍ରମୋଦ କୁମାର ସେଠୀ ପ୍ରମୁଖ ସାମିଲ ଥିଲେ l

SPREAD YOUR LOVE WITH YOUR FRIENDS AND FAMILY

Leave a Reply