Home / ମୁଖ୍ୟ ଖବର / ପୁରୀ ଜିଲ୍ଲା ପେସାଦାର ସାମ୍ବାଦିକ ସଂଘର ସାଧାରଣ ପରିଷଦ ବୈଠକ

ପୁରୀ ଜିଲ୍ଲା ପେସାଦାର ସାମ୍ବାଦିକ ସଂଘର ସାଧାରଣ ପରିଷଦ ବୈଠକ

whatsapp image 2025 08 13 at 21.08.17 f6c0bd5d

କାକଟପୁର ତା ୧୩/୮,( ତୁଷାର ଦୀକ୍ଷିତ ) ବୁଧବାରଦିନ ପିପିଲି ସ୍ଥିତ ମାଣିକ ଗାର୍ଡେନ ଠାରେ ଉତ୍କଳ ସାମ୍ବାଦିକ ସଂଘ ଅନୁବନ୍ଧିତ ପୁରୀଜିଲ୍ଲା ପେସାଦାର ସାମ୍ବାଦିକ ସଂଘର ସାଧାରଣ ପରିଷଦ ବୈଠକ ଅନୁଷ୍ଠିତ ହୋଇଥିଲା. ଉତ୍କଳ ସାମ୍ବାଦିକ ସଂଘ କାର୍ଯ୍ୟକାରୀ ସଭାପତି ପୂର୍ଣ୍ଣଚନ୍ଦ୍ର ନାୟକ ଙ୍କ ପୌରୋହିତ୍ୟରେ ଆୟୋଜିତ ଏହି ସଭାରେ ରାଜ୍ୟ ର ଅନ୍ୟତମ କାର୍ଯ୍ୟକାରୀ ସଭାପତି ହାରାଧନ ବାନାର୍ଜୀ,ସାଧାରଣ ସମ୍ପାଦକ ବେଣୁଧର ପଣ୍ଡା, ବିଶିଷ୍ଟ ସାହିତ୍ୟିକ ଓ ସାମ୍ବାଦିକ ବଙ୍କିମ ଚନ୍ଦ୍ର ନାୟକ, ବରିଷ୍ଠ ସାମ୍ବାଦିକ ପ୍ରସନ୍ନ ତ୍ରିପାଠୀ ଏବଂ ଉତ୍କଳ ସାମ୍ବାଦିକ ସଂଘ ଯାଜପୁର ଜିଲ୍ଲା ଶାଖା ସଭାପତି ହରିହର ସ୍ୱାଇଁ ଅତିଥି ଭାବେ ଯୋଗ ଦେଇ ବର୍ତ୍ତମାନ ସମୟରେ ସଂଘକୁ ଶକ୍ତିଶାଳୀ କରି ସାମ୍ବାଦିକ ମାନଙ୍କ ନ୍ୟାର୍ଯ୍ୟ ଦାବୀ ହାସଲ କରିବାର ଆବଶ୍ୟକତା ରହିଛି ସେଥିପାଇଁ ଏକତା ରକ୍ଷା ପାଇଁ ସବୁମତେ ଉଦ୍ୟମ ଜରୁରୀ ବୋଲି କହିଥିଲେ l

whatsapp image 2025 08 13 at 21.08.16 b79ca9db

ସଭାମଞ୍ଚ ରେ ସାମ୍ୱାଦିକ ସଞ୍ଜୟ ପତି ବରିଷ୍ଠ ସାମ୍ବାଦିକ ପୂର୍ଣ୍ଣଚନ୍ଦ୍ର ନାୟକଙ୍କୁ ଜିଲ୍ଲାର ସଭାପତି ପାଇଁ ପ୍ରସ୍ତାବ ରଖିଥିଲେ ତେବେ ଉପସ୍ଥିତ ସମସ୍ତ ସଦସ୍ୟ ମାନେ କରତାଳି ଦେଇ ଏହି ପ୍ରସ୍ତାବକୁ ସମର୍ଥନ କରିଥିଲେ. ନବ ନିଯୁକ୍ତ ସଭାପତି ଙ୍କ ପ୍ରସ୍ତାବ କ୍ରମେ ଆଦିତ୍ୟ ରାଉତଙ୍କୁ ସାଧାରଣ ସମ୍ପାଦକ, ସମୀର କରଙ୍କୁ କୋଷାଧକ୍ଷ ଏବଂ ବରିଷ୍ଠ ସାମ୍ବାଦିକ ପ୍ରସନ୍ନ ତ୍ରିପାଠୀ, ତୁଷାର ଦୀକ୍ଷିତ, ବିଚିତ୍ରା ନନ୍ଦ ସାହୁ ଓ ଅକ୍ଷୟ ବେହେରା ଙ୍କୁ ପରାମର୍ଶ ଦାତା ଭାବେ ମନୋନୀତ କରାଯାଇଅଛି l ଏହି ଅବସରରେ ସଂଘର ପ୍ରାକ୍ତନ ସଭାପତି ସ୍ବର୍ଗତ ତ୍ରିବିକ୍ରମ ରାମକୃଷ୍ଣ ମହାପାତ୍ର ଓ ସାମ୍ବାଦିକ ଅଜିତ ମଲିକ ଙ୍କ ପାଇଁ ଏକ ମିନିଟ ନିରବ ପ୍ରାଥନା କରାଯାଇଥିଲା l ସଞ୍ଜୟ ପତି ମଞ୍ଚ ପରିଚାଳନା କରିଥିବାବେଳେ ପ୍ରଦ୍ୟୁମ୍ନ କୁମାର ସୁବୁଦ୍ଧି, ବିଜୟ କୁମାର ମହାପାତ୍ର,ହେମନ୍ତ ସେଠି, ଆଦିତ୍ୟ ରାଉତ ପ୍ରମୁଖ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ l ଏଥିରେ ପୁରୀ ଜିଲ୍ଲାର ୧୧ ଟି ବ୍ଲକ ରୁ 106 ଜଣ ସାମ୍ବାଦିକ ଯୋଗଦେଇଥିଲେ l

SPREAD YOUR LOVE WITH YOUR FRIENDS AND FAMILY

Leave a Reply