Home / ମୁଖ୍ୟ ଖବର / ପୁରୀ ବ୍ଲୁ ଫ୍ଲାଗ ବିଚ ରେ ହରଘର ତ୍ରିରଙ୍ଗା କାର୍ଯ୍ୟକ୍ରମ

ପୁରୀ ବ୍ଲୁ ଫ୍ଲାଗ ବିଚ ରେ ହରଘର ତ୍ରିରଙ୍ଗା କାର୍ଯ୍ୟକ୍ରମ

whatsapp image 2025 08 14 at 19.50.05 5dc5fa3d

ପୁରୀ ୧୪/୮/୨୦୨୫- (ତୃପ୍ତିମୟୀ ଜେନା) ହରଘର ତ୍ରିରଙ୍ଗା କାର୍ଯ୍ୟକ୍ରମ ଅବସରରେ ଆଜି ଅପରାହ୍ନ ରେ ବ୍ଲୁ ଫ୍ଲାଗ ବିଚ ଠାରେ ପୁରୀ ଜିଲ୍ଲା ପ୍ରଶାସନ ଓ ପୁରୀ ପୌରପାଳିକା ପକ୍ଷରୁ ତ୍ରିରଙ୍ଗା ପତାକା ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା।ଏହି ଶୋଭାଯାତ୍ରା ରେ ଯୋଗ ଦେଇ ଜିଲ୍ଲାପାଳ ଦିବ୍ଯ ଜ୍ୟୋତି ପରିଡା ତ୍ରିରଙ୍ଗା ଆମ ଦେଶପ୍ରେମ ଓ ସ୍ବାଭିମାନ ର ପ୍ରତୀକ।ଏହାର ଗାରିମା କୁ ଆମେ ବଜାୟ ରଖିବା କୁ ସେ ଆହ୍ବାନ ଦେଇଥିଲେ।ସେହିପରି ସମସ୍ତଙ୍କ ପାଇଁ ସ୍ବଛତା ଏକ ଅପରିହାର୍ଯ୍ୟ ଆବଶ୍ୟକତା।ସୁସ୍ଥ ଓ ନୀରୋଗ ରହିବାକୁ ସ୍ବଛତା ପ୍ରେରଣା ଦିଏ।ତେଣୁ ଆମେ ସମସ୍ତେ ନିଜ ପରିସର କୁ ସ୍ବଛ ରଖିବାକୁ ପଦକ୍ଷେପ ନେବାକୁ ସେ ପରାମର୍ଶ ଦେଇଥିଲେ।ଏହି ଅବସରରେ ହରଘର ତ୍ରିରଙ୍ଗା ଓ ହରଘର ସ୍ବଛତା ଶପଥ ପାଠ କରାଯାଇଥିଲା।

whatsapp image 2025 08 14 at 19.50.07 6ab223aa

ଏହି କାର୍ଯ୍ୟକ୍ରମ ରେ ଅତିରିକ୍ତ ଜିଲ୍ଲାପାଳ ପ୍ରଶାସନ ଶରତ ଚନ୍ଦ୍ର ବେହେରା, ଅତିରିକ୍ତ ଜିଲ୍ଲାପାଳ ପ୍ରୋଟୋକଲ ନିଳମାଧବ ଭୋଇ,ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ପ୍ରିୟରଞ୍ଜନ ପୃଷ୍ଟି,ପୌର ନିର୍ବାହୀ ଅଧିକାରୀ ଅଭିମନ୍ୟୁ ବେହେରା,ସୂଚନା ଓ ଲୋକ ସମ୍ପର୍କ ଉପ ନିର୍ଦ୍ଦେଶକ ସନ୍ତୋଷ କୁମାର ସେଠୀ, ଜିଲ୍ଲା କ୍ରିଡା ଅଧିକାରୀ ଚନ୍ଦନ ସାହୁ, ଜିଲ୍ଲା ସମାଜ କଲ୍ୟାଣ ଅଧିକାରୀ ତନୁପ୍ରଭା ବେଉରା,ଅତିରିକ୍ତ ପୌର ନିର୍ବାହୀ ଅଧିକାରୀଅରଜିତ ନାୟକ ପ୍ରମୁଖ ଯୋଗ ଦେଇଥିଲେ।ବିଭିନ୍ନ ବିଭାଗର କର୍ମଚାରୀ, ଜନ ପ୍ରତିନିଧି, ବିଭିନ୍ନ ଅନୁଷ୍ଠାନ ର କର୍ମକର୍ତ୍ତା,ମହିଳା ସ୍ବୟଂ ସହାୟକ ଗୋଷ୍ଠୀର ସଦସ୍ୟା ପ୍ରମୁଖ ଯୋଗ ଦେଇ ତ୍ରିରଙ୍ଗା ଧରି ଦେଶପ୍ରେମ ର ନାରା ଦେଇଥିଲେ।ସମୁଦ୍ର କୂଳରେ ଏକ ବୃହତ ମାନବ ଶୃଙ୍ଖଳର ଆୟୋଜନ କରାଯାଇଥିଲା।

SPREAD YOUR LOVE WITH YOUR FRIENDS AND FAMILY

Leave a Reply