ପୁରୀ – ୧୪/୦୮/୨୦୨୫ – ତୃପ୍ତିମୟୀ ଜେନା -ଅନ୍ତର୍ଜାତୀୟ ବାଲୁକା ଶିଳ୍ପୀ ମାନସ କୁମାର ସାହୁ ୭୯ ତମ ସ୍ବାଧୀନତା ଦିବସ ଉପଲକ୍ଷ ବାଲୁକା ସ୍ୟାଣ୍ଡ ଆନିମେସନ ପ୍ରସ୍ତୁତ କରିଛନ୍ତି | ଏହି ସ୍ୟାଣ୍ଡ ଆନିମେସନ ଟି ଅପେରସନ ସିନ୍ଦୂର ର ବିଜୟ ଗାଥା କୁ ଆଧାର କରି କରାଯାଇଛି | ଏହା ସାରା ବିଶ୍ୱ ପାଇଁ ଏକ ଉଦାହରଣ ପାଲଟିଛି | ଆମ ଦେଶର ଆନ, ସାନ ଏବଂ ସୁରକ୍ଷା ପାଇଁ ଦେଶ ର ବୀରଯବାନ ମାନେ ନିଜ ଜୀବନ ଙ୍କୁ ବାଜିଲଗାଇ ଦେଉଛନ୍ତି |

ତାଙ୍କ ର ବୀର ଗାଥା କୁ ବାଲୁକା ଆନିମେସନ ରେ ଦର୍ଶାଇଛନ୍ତି ବାଲୁକା ଶିଳ୍ପୀ ମାନସ ସାହୁ |ଏହି ବାଲୁକା ଆନିମେସନ ଟି କୁ ପ୍ରସ୍ତୁତ କରିବାକୁ ମାନସ ସାହୁ ଙ୍କୁ 2 ଘଣ୍ଟା ସମୟ ଲାଗିଥିଲା | ଏହି ଆନିମେସନ ପୁରୀ ରେ ଥିବା ମାନସ ସାହୁ ଙ୍କ ସ୍ୟାଣ୍ଡ ଆର୍ଟ ଅନୁଷ୍ଠାନ ରେ ପ୍ରସ୍ତୁତ କରାଯାଇଛି |











