ପୁରୀ-୧୫.୦୮.୨୫- ତୃପ୍ତିମୟୀ ଜେନା – ଶୁକ୍ରବାର ସ୍ଥାନୀୟ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର, ମାରୁତି ନଗର, ପୁରୀ ପରିସରରେ ସ୍ଵାଧୀନତା ଦିବସ ଓ ଜନ୍ମାଷ୍ଟମୀ ଉତ୍ସବ ବହୁ ଧୁମଧାମରେ ପାଳିତ ହୋଇଯାଇଛି।ଅନୁଷ୍ଠାନର ସଭାପତି ପ୍ରଫେସର ଡାକ୍ତର ମହେଶ୍ଵର ଦାଶଙ୍କ ପୌରହିତରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ଭାବେ ପ୍ରଫେସର ଶ୍ରୀଯୁକ୍ତ ସୁକାନ୍ତ ପ୍ରଧାନ ବିଭିନ୍ନ ସ୍ଵାଧୀନତା ସଂଗ୍ରାମୀ ଓ ଶ୍ରୀକୃଷ୍ଣଙ୍କ ଜନ୍ମ ବିଷୟରେ ଶିଶୁ କଳିକାମାନଙ୍କୁ ଆଲୋକପାତ କରିଥିଲେ । ପରିଚାଳନା ସମିତି ର ସଭ୍ୟ ଶ୍ରୀଯୁକ୍ତ ସାରଙ୍ଗଧର ଷଡ଼ଙ୍ଗୀ ଉତ୍ସବ ରେ ଯୋଗ ଦେଇ କୃଷବେଶ ହୋଇ ଆସିଥିବା ଶିଶୁଙ୍କୁ ବନ୍ଦାପନା କରିଥିଲେ ।

ପ୍ରଧାନାଚାର୍ଯ୍ୟ ଶ୍ରୀଯୁକ୍ତ ବିନୋଦ କୁମାର ସେନାପତି ଅତିଥି ପରିଚୟ ପ୍ରଦାନ କରିଥିଲେ। ଏହି ଅବସରରେ ଶିଶୁମାନଙ୍କର ଅଷ୍ଟାଦଶ ଶ୍ଳୋକୀ ଗୀତା ଓ ଦ୍ଵାଦଶ ଅଧ୍ୟାୟ ଶ୍ଳୋକ ପ୍ରତିଯୋଗିତା ମୋଟ ୫୪ ଜଣ ଶିଶୁ ଅଂଶଗ୍ରହଣ କରି ସେଥିରୁ ୧୨ ଶିଶୁ କୃତକାର୍ଯ୍ୟ ହୋଇଥିଲେ। ବିଭିନ୍ନ ଶିଶୁ ଭିନ୍ନ ଭିନ୍ନ ସ୍ଵାଧୀନତା ସଂଗ୍ରାମୀଙ୍କ ବେଶ ଓ ଶ୍ରୀକୃଷ୍ଣଙ୍କ ବେଶ ହୋଇ ବିଦ୍ୟାଳୟ ର ଶୋଭା ବଢେଇଥିଲେ । ଆଚାର୍ଯ୍ୟା ଶ୍ରୀମତୀ ଲକ୍ଷ୍ମୀପ୍ରିୟା ରଥ ମଞ୍ଚ କରିଥିଲେ। କାର୍ଯ୍ୟକ୍ରମ ଶେଷରେ ସଂପାଦକ ଶ୍ରୀଯୁକ୍ତ ସରୋଜ କୁମାର ସେଠୀ ମହୋଦୟ ଧନ୍ୟବାଦ ଅର୍ପଣ କରିଥିଲେ।











