Home / ମୁଖ୍ୟ ଖବର / ପୁରୀରୁ ନିଆଳି କୁ ଗଡ଼ିଲା ସ୍ୱତନ୍ତ୍ର ବସ,ଭକ୍ତଙ୍କ ପାଇଁ ମହାପ୍ରଭୁଙ୍କ ମାମୁଁଘର ଦର୍ଶନ ହେଲା ସହଜ

ପୁରୀରୁ ନିଆଳି କୁ ଗଡ଼ିଲା ସ୍ୱତନ୍ତ୍ର ବସ,ଭକ୍ତଙ୍କ ପାଇଁ ମହାପ୍ରଭୁଙ୍କ ମାମୁଁଘର ଦର୍ଶନ ହେଲା ସହଜ

whatsapp image 2025 08 18 at 19.43.46 986b70dd

ପୁରୀ: – ୧୭/୦୮/୨୦୨୫ – ତୃପ୍ତିମୟୀ ଜେନା – ପୁରୀ ରୁ ନିଆଳି କୁ ଗଡ଼ିଲା ସ୍ୱତନ୍ତ୍ର ବାତାନୁକୁଳିତ ବସ |ପୁରୀ ଶ୍ରୀମନ୍ଦିର ରୁ ନିଆଳି ମାଧବାନନ୍ଦ ମନ୍ଦିରକୁ ଯୋଡିବ ଏହି ବସ ସେବା | ଶ୍ରୀମନ୍ଦିର ପ୍ରଶାସନ ତରଫରୁ କୃଟ କୁ ପ୍ରଦାନ କରାଯାଇଥିବା ବସ ମଧ୍ୟରୁ ୩ ଗୋଟି ବସ ପ୍ରାରମ୍ଭିକ ଭାବେ ରୁଟ ନମ୍ବର ୭୨ ମାଧ୍ୟମରେ ପ୍ରତ୍ୟହ ସକାଳ ୭ ଟା୩0 ମିନିଟ ସମୟରେ ଶ୍ରୀମନ୍ଦିର ନିକଟସ୍ଥ ମର୍ଚିକୋଟ ଛକ ରୁ ବାହାରି ଶରଧାବାଲି, ଛଇତନା, ଗୋପ ଦେଇ ମାଧବାନନ୍ଦ ମନ୍ଦିରରେ ପହଂଚିବ |

whatsapp image 2025 08 18 at 19.43.47 fd26aa50

ସେହିପରି ମାଧବାନନ୍ଦ ମନ୍ଦିର ନିକଟରୁ ସକାଳ ୯. ୫୫ ମିନିଟ ରେ ବାହାରି ଗୋପ, ଛଇତନା, ଶରଧାବାଲି ଦେଇ ମର୍ଚିକୋଟ ଛକରେ ପହଂଚିବ| ପ୍ରଥା ଅନୁସାରେ ନିଆଳି ମହାପ୍ରଭୁ ଶ୍ରୀଜଗନ୍ନାଥ ଙ୍କ ମାମୁଁଘର | ପ୍ରଥମା ଅଷ୍ଟମୀ ତିଥିରେ ମହାପ୍ରଭୁ ଙ୍କ ପାଇଁ ପଡୁଆ ଭାର ନିଆଳୀ ମାଧବାନନ୍ଦ ରୁ ଆସିଥାଏ |ଏହି ବସ ସେବାକୁ ମାଧବାନନ୍ଦ ମନ୍ଦିର ଟ୍ରଷ୍ଟ ର ଉପଦେଷ୍ଟା ତଥା ଶ୍ରୀମନ୍ଦିର ମୁକ୍ତି ମଣ୍ଡପ ପଣ୍ଡିତ ରାମକୃଷ୍ଣ ମହାପାତ୍ର, ମାଧବାନନ୍ଦ ମନ୍ଦିର ସେବକ ଭାସ୍କର ପୁଷ୍ପାଳକ, ତ୍ରିଲୋଚନ ପୁଷ୍ପାଳକ, ସମାଜସେବୀ ପିତାମ୍ବର ରାଉତ, ସୁକାନ୍ତ କୁମାର ସାହୁ, ଚତୃଭୁଜ ପରିଡା ପ୍ରମୁଖ ମର୍ଚିକୋଟ ଛକ ରେ ପହଁଚି ବସ କୁ ସ୍ୱାଗତ କରିବା ସହିତ ଜିଲ୍ଲା ପ୍ରଶାସନ ଏବଂ କୃଟ ତରଫରୁ ନିଆଯାଇଥିବା ଏହି ସ୍ୱାଗତ ଯୋଗ୍ୟ ପଦକ୍ଷେପ କୁ ପ୍ରଶଂସା କରିଥିଲେ|

SPREAD YOUR LOVE WITH YOUR FRIENDS AND FAMILY

Leave a Reply