Home / ମୁଖ୍ୟ ଖବର / ପୁରୀ  ଇନ୍ଦିରା ଭବନ ଠାରେ ସ୍ବର୍ଗତ ପ୍ରଧାନମନ୍ତ୍ରୀ ଭାରତରତ୍ନ ରାଜୀବ ଗାନ୍ଧୀଙ୍କ ୮୧ ତମ ଜନ୍ମ ଜୟନ୍ତୀ ପାଳନ 

ପୁରୀ  ଇନ୍ଦିରା ଭବନ ଠାରେ ସ୍ବର୍ଗତ ପ୍ରଧାନମନ୍ତ୍ରୀ ଭାରତରତ୍ନ ରାଜୀବ ଗାନ୍ଧୀଙ୍କ ୮୧ ତମ ଜନ୍ମ ଜୟନ୍ତୀ ପାଳନ 

whatsapp image 2025 08 20 at 20.31.47 74e32739

ପୁରୀ : ୨୦/୦୮/୨୦୨୫- ପୁରୀ ଜିଲ୍ଲା କଂଗ୍ରେସ କାର୍ଯ୍ୟାଳୟ, ସ୍ଥାନୀୟ ଇନ୍ଦିରା ଭବନ ଠାରେ ସ୍ବର୍ଗତ ପ୍ରଧାନମନ୍ତ୍ରୀ ଭାରତରତ୍ନ ରାଜୀବ ଗାନ୍ଧୀଙ୍କ ୮୧ ତମ ଜନ୍ମ ଜୟନ୍ତୀ ପାଳନ ହୋଇଯାଇଛି । କଂଗ୍ରେସ ନେତା ତଥା ପ୍ରଦେଶ କଂଗ୍ରେସ କମିଟି ଅନୁସୂଚିତ ଜାତି ପ୍ରକୋଷ୍ଠ ର ଅଧ୍ୟକ୍ଷ ଶ୍ରୀଯୁକ୍ତ ମାନସ କୁମାର ମଲ୍ଲିକ ପୂର୍ବତନ ପ୍ରଧାନମନ୍ତ୍ରୀ ଭାରତରତ୍ନ ରାଜୀବ ଗାନ୍ଧୀ ଙ୍କ ବ୍ୟକ୍ତିଗତ ଜୀବନ ଠାରୁ ଆରମ୍ଭ କରି ରାଜନୈତିକ ନିଷ୍ପତ୍ତି ଯଥା ଗ୍ରାମାଞ୍ଚଳ ଉନ୍ନତି ପାଇଁ ଭାରତରେ ପଞ୍ଚାୟତିରାଜ ବ୍ୟବସ୍ଥା ପ୍ରଚଳନ କରିଥିଲେ ଏବଂ ପ୍ରଯୁକ୍ତି ବିଦ୍ୟା କ୍ଷେତ୍ରରେ ଭାରତରେ ବୈପ୍ଲବିକ ପରିବର୍ତ୍ତନ ଆଣିବାରେ ସମର୍ଥ ହୋଇଥିଲେ ।

whatsapp image 2025 08 20 at 20.31.53 969b616a

ସେହିପରି ଓଡ଼ିଶା ରାଜ୍ୟ ଓ.ଆର.ଭି ଆକ୍ଟ+୧୯୭୫ ଅର୍ଥାତ୍ ଓଡ଼ିଶା ପଦବୀ ଏବଂ ସେବାରେ ଖାଲି ପଦବୀ ସଂରକ୍ଷଣ (ଅନୁସୂଚିତ ଜାତି ଏବଂ ଜନଜାତି ପାଇଁ) ଆଇନ, ୧୯୭୫,କୁ ସଠିକ ଭାବେ କାର୍ଯ୍ୟକାରୀ କରୁନାହାନ୍ତି। ସରକାର ଙ୍କ କୈଣସି ବିଭାଗ ରେ ଆଇନ ର ରୁଲ ୩ ଅନୁଯାୟୀ ରୋଷ୍ଟର ମଧ୍ୟ ଉପଲବ୍ଧ ହେଉନାହିଁ । ଆଇନର ଧାରା ୧୫ ଅନୁଯାୟୀ ଓଡ଼ିଶା ବିଧାନ ସଭା ର ଯେଉଁ ତଦାରଖ କମିଟି ହେବା କଥା ତାହା ମଧ୍ୟ ଦୀର୍ଘ ବର୍ଷ ହେବ ହୋଇନାହିଁ । ସେହିପରି ୯୩ତମ ସମ୍ବିଧାନ ସଂଶୋଧନ କୁ ରାଜ୍ୟ ସରକାର ଆଇନରେ ପରିଣତ କଲେ ଦୁର୍ବଳ ବର୍ଗର ଲକ୍ଷାଧିକ ଛାତ୍ରଛାତ୍ରୀ ବେସରକାରୀ ଶିକ୍ଷାନୁଷ୍ଠାନରେ ମାନଙ୍କରେ ସଂରକ୍ଷଣ ପାଇ ଶିକ୍ଷା ଲାଭ ସୁଯୋଗ ପାଇପାରନ୍ତେ କିନ୍ତୁ ଓଡ଼ିଶା ସରକାର ଦୁର୍ବଳ ବର୍ଗ ଯଥା ଅନୁସୂଚିତ ଜାତି, ଜନଜାତି, ପଛୁଆବର୍ଗ ଓ ସଂଖ୍ୟାଲଘୁ ଛାତ୍ରଛାତ୍ରୀ ମାନଙ୍କର ତଥା କଂଗ୍ରେସ ଦଳର ଦୀର୍ଘ ଦିନର ଦାବିକୁ କର୍ଣ୍ଣପାତ କରୁନାହାନ୍ତି । ଯଦି ସରକାର ଖୁବ୍ ଶୀଘ୍ର ଏଦିଗରେ ସବିଶେଷ ପଦକ୍ଷେପ ଗ୍ରହଣ ନ କରନ୍ତି ରାଜ୍ୟ କଂଗ୍ରେସ ଆଇନ ଅମାନ୍ୟ ଆନ୍ଦୋଳନ ତଥା ରାଜ୍ୟବ୍ୟାପୀ ବିରୋଧ ପ୍ରଦର୍ଶନ କରିବ ବୋଲି ଶ୍ରୀଯୁକ୍ତ ମଲ୍ଲିକ କହିଥିଲେ ।

ପୁରୀ ଜିଲ୍ଲା କଂଗ୍ରେସ ସଂଯୋଜକ ଇଂ ରାଜେଶ କୁମାର ମିଶ୍ର ଙ୍କ ସଂଯୋଜନାରେ ଉତ୍ତମ ଆଚାର୍ଯ୍ୟ, ପୁଷ୍କର ମହାପାତ୍ର, ସୁଜିତ ମହାପାତ୍ର, ପ୍ରେମାନନ୍ଦ ମହାନ୍ତି, ସରସ୍ଵତୀ ପାତ୍ର, ବିଶ୍ବକେସନ ହରିଚନ୍ଦନ ମହାପାତ୍ର, ଉମାକାନ୍ତ ବରାଳ, ବିଶ୍ଵନାଥ ଦାଶ, ସୀତାକାନ୍ତ ମହାନ୍ତି, ବିଦ୍ୟୃତଲତା ଆଚାର୍ଯ୍ୟ, ସୁକାନ୍ତ କୁମାର ପ୍ରଧାନ, କାଳୀ ପ୍ରସାଦ ନାୟକ, ଅମରେନ୍ଦ୍ର ପାଇକରାୟ, ସ୍ବାଧୀନ କୁମାର ପଣ୍ଡା, ଜିବେଶ ଚନ୍ଦ୍ର ରଥ, ଅମିୟ ମହାପାତ୍ର, ମିଟୁ ସାମନ୍ତରାୟ, ଉମାକାନ୍ତ ବେହେରା ପ୍ରମୁଖ ଉପସ୍ଥିତ ଥିଲେ ।

SPREAD YOUR LOVE WITH YOUR FRIENDS AND FAMILY

Leave a Reply