Home / ମୁଖ୍ୟ ଖବର / ଚାଖି ଖୁଣ୍ଟିଆ ଙ୍କ ଜୟନ୍ତୀ ପାଳନ ଉପଲକ୍ଷେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ

ଚାଖି ଖୁଣ୍ଟିଆ ଙ୍କ ଜୟନ୍ତୀ ପାଳନ ଉପଲକ୍ଷେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ

whatsapp image 2025 12 17 at 7.44.01 pm

ପୁରୀ ୧୭/୧୨ ଚଳିତ ବର୍ଷ ସ୍ବାଧୀନତା ସଂଗ୍ରାମୀ,ଦେଶପ୍ରେମୀ ଚାଖି ଖୁଣ୍ଟିଆ ବା ଚନ୍ଦନ ହଜୁରୀ ଙ୍କ ୨୦୪ ତମ ଜୟନ୍ତୀ ଜିଲ୍ଲା ପ୍ରଶାସନ ପକ୍ଷରୁ ପାଳନ କରାଯିବ।ପ୍ରତି ବର୍ଷ ଶାମ୍ବ ଦଶମୀ ତିଥିରେ ଚାଖି ଖୁଣ୍ଟିଆ ଙ୍କ ଜୟନ୍ତୀ ଜିଲ୍ଲା ପ୍ରଶାସନ ଓ ଚାଖି ଖୁଣ୍ଟିଆ ସ୍ମୃତି ପରିଷଦର ମିଳିତ ଆନୁକୂଲ୍ୟରେ ପାଳିତ ହୋଇଥାଏ।ଚଳିତ ବର୍ଷ ଡିସେମ୍ବର ୩୦ ତାରିଖରେ ଶାମ୍ବ ଦଶମୀ ପଡୁଥିବାରୁ ଚାଖି ଙ୍କ ଜୟନ୍ତୀ ସେହି ଦିନ ପାଳିତ ହେବ।ଏହି ଉତ୍ସବ କୁ ଶୃଙ୍ଖଳା ର ସହ ପାଳନ ପାଇଁ ଏକ ପ୍ରସ୍ତୁତି ବୈଠକ ଆଜି ପୂର୍ବାହ୍ନରେ ସର୍କିଟ ହାଉସ ମିନି ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଥିଲା।

whatsapp image 2025 12 17 at 7.44.02 pm

ଏଥିରେ ଅଧ୍ୟକ୍ଷତା କରି ପୌର ନିର୍ବାହୀ ଅଧିକାରୀ ଅଭିମନ୍ୟୁ ବେହେରା ଚାଖି ଖୁଣ୍ଟିଆ କେବଳ ଜଣେ ସଂଗ୍ରାମୀ ଭାବେ ନୁହନ୍ତି ମହାପ୍ରଭୁଙ୍କ ଜଣେ ଶ୍ରେଷ୍ଠ ଭକ୍ତ ଭାବେ ବେଶ ପରିଚିତ।ତାଙ୍କ ଜୟନ୍ତୀ ଙ୍କୁ ସୁନ୍ଦର ଭାବେ ପାଳନ ପାଇଁ ସମସ୍ତ ବ୍ୟବସ୍ଥା କରାଯିବ ବୋଲି ସେ କହିଥିଲେ।ପୁରୀ ପୌର ପାଳିକା ପକ୍ଷରୁ ପିକେଡିଏ ସ୍ଥିତ ଚାଖି ଙ୍କ ପ୍ରତିମୂର୍ତ୍ତି ସ୍ଥଳ,ବୈଠକ ସ୍ଥଳ ପରିସ୍କାର ପରିଛନ୍ନ ସହ ଆଲୋକ ବ୍ୟବସ୍ଥା ଇତ୍ୟାଦି କରାଯିବ ବୋଲି କହିଥିଲେ।ପ୍ରାରମ୍ଭରେ ସୂଚନା ଓ ଲୋକ ସମ୍ପର୍କ ଉପ ନିର୍ଦେଶକ ସନ୍ତୋଷ କୁମାର ସେଠୀ ସମସ୍ତଙ୍କୁ ସ୍ବାଗତ କରିବା ସହ କାର୍ଯ୍ୟସୂଚୀ ଅନୁସାରେ ବୈଠକ ପରିଚାଳନା କରିଥିଲେ।ବିସ୍ତୃତ ଆଲୋଚନା ପରେ ସ୍ଥିର ହେଲା ଯେ, ଡିସେମ୍ବର ୩୦ ତାରିଖ ପୂର୍ବାହ୍ନ ୯ ଘଟିକା ସମୟରେ ପିକେଡିଏ ସ୍ଥିତ ଚାଖି ଙ୍କ ପ୍ରତିମୂର୍ତ୍ତି ରେ ଅତିଥି ମାନେ ଓ ଅନ୍ୟାନ୍ୟ ବ୍ୟକ୍ତି ବିଶେଷ ମାଲ୍ୟାର୍ପଣ କରିବେ।ବିଗତ ବର୍ଷ ମାନଙ୍କ ପରି ସ୍କାଉଟ,ଗାଇଡ ପିଲା ମାନେ ଏଥିରେ ଯୋଗ ଦେବେ।ପରେ ସମସ୍ତେ ସଦଭାବନା ସଭାଗୃହ ଠାରେ ଆୟୋଜିତ ସମାରୋହରେ ଯୋଗ ଦାନ କରିବେ।ଅତିଥି ମାନଙ୍କ ଉଦବୋଧନ ପରେ ପୂର୍ବରୁ ଅନୁଷ୍ଠିତ ବିବିଧ ପ୍ରତିଯୋଗିତାର କୃତି ପ୍ରତିଯୋଗୀ ଙ୍କୁ ପୁରସ୍କୃତ କରାଯିବ।ଏହି ଅବସରରେ ଏକ ଦେଶାତ୍ମବୋଧକ କବିତା ପାଠୋତ୍ସବ ମଧ୍ୟ ଅନୁଷ୍ଠିତ ହେବ ବୋଲି ସ୍ଥିର ହେଲା।ବୈଠକରେ ଅନ୍ୟ ମାନଙ୍କ ମଧ୍ୟରେ ଜିଲ୍ଲା ସଂସ୍କୃତି ଅଧିକାରୀ ହେମନ୍ତ ବେହେରା, ସ୍ମୃତି ପରିଷଦର ସଭାପତି ମାୟାଧର ମହାରଣା, ସଂପାଦକ ଧ୍ରୁବ ଚରଣ କର,କାର୍ଯ୍ୟକାରୀ ସଂପାଦକ ପୂର୍ଣ୍ଣଚନ୍ଦ୍ର ଗୋଛିକାର,ଚାଖି ଖୁଣ୍ଟିଆ ଙ୍କ ଦାୟାଦ ନୀଳକଣ୍ଠ ହଜୁରୀ, ସଦସ୍ୟ ସୁକାନ୍ତ ପଣ୍ଡା ପ୍ରମୁଖ ଯୋଗ ଦେଇ ଆଲୋଚନା ରେ ଅଂଶ ଗ୍ରହଣ କରିଥିଲେ।ଉପଖଣ୍ଡ ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ପ୍ରଦୀପ୍ତ କୁମାର ସେନାପତି ଓ ଲୋକ ସମ୍ପର୍କ କାର୍ଯ୍ୟାଳୟ ର କର୍ମଚାରୀ ମାନେ କାର୍ଯ୍ୟ ପରିଚାଳନା ରେ ସହଯୋଗ କରିଥିଲେ।

SPREAD YOUR LOVE WITH YOUR FRIENDS AND FAMILY

Leave a Reply