ଡେଲାଙ୍ଗ : ୨୦/୮/୨୦୨୫ – ନି:ପ୍ର- ପୁରୀ ଜିଲ୍ଲା ଡେଲାଙ୍ଗ ବ୍ଲକ, ରେଞ୍ଚ ଗ୍ରାମରେ ଏବେ ଏକ ଚାଞ୍ଚଲ୍ୟକର ଘଟଣା ସାମ୍ନାକୁ ଆସିଛି । ତେବେ ସୂଚନାଯୋଗ୍ୟ କି, ଉକ୍ତ ଗ୍ରାମରେ ଜନୈକ ମହିଳା – ଦୀର୍ଘ ୧୫ ବର୍ଷ ତଳେ କେଉଁଆଡ଼ୁ ଚାଲିଆସି, ଏହି ନିର୍ଜନ ପରିତ୍ୟକ୍ତ ସ୍ଥାନରେ, ଆଲୋକୀକରଣ ସଂଯୋଗ ନଥିବା, ଝରକା ନଥିବା କିଟିମିଟି ଅନ୍ଧାର ଘରେ ଏକ ଛୋଟ ଶିଶୁପୁତ୍ରକୁ ଧରି ଭଡା ରହୁଥିଲେ। କିଛି ଦିନ ପରେ ଶିଶୁ ପୁତ୍ରଟିକୁ କେଉଁଆଡ଼େ ଛାଡି ଦେବା ପରେ ଏହି ଅନ୍ଧାର ଘରେ ଏକା ରହିବା ପରେ ନିଜର ଦେହ ବ୍ୟବସାୟ ଆରମ୍ଭ କରିଥିଲେ। ଆଜକୁ ୨ବର୍ଷରୁ ଉର୍ଦ୍ଧ୍ବ ଦିନ ହେବ ରାତି ବାରଟା ହେବା ମାତ୍ରେ ଏହି ଜାଗାରେ ଆରମ୍ଭ ହୋଇଯାଉଛି ଦେହ ବ୍ୟାପାର । ଏହା ପୁଣି ପିପିଲି-ଡେଲାଙ୍ଗ ମୂଖ୍ୟ ରାସ୍ତା ଉପରେ ଏହି ଅନ୍ଧାର ଘରଟି ଥିବା ଯୋଗୁଁ ରାତି ୩ଟା ପର୍ଯ୍ୟନ୍ତ ଚାଲୁଛି ଅନେକ ଦେହଜୀବୀ, କାମୁକ ପୁରୁଷଙ୍କ ଏହି ଅନୈତିକ କାର୍ଯ୍ୟକଳାପ । ମୁଖ୍ୟ ରାସ୍ତା ଉପରେ ଥିବା ସତ୍ତ୍ୱେ ,ଏବଂ ଡେଲାଙ୍ଗ ଥାନାଠୁ ମାତ୍ର ୧ କିମି ଦୂରରେ ଥିବା ବେଳେ ଏହି ଅବୈଧ କାର୍ଯ୍ୟ ସ୍ଥାନୀୟ ପୋଲିସର ଦୃଷ୍ଟି ଅନ୍ତରାଳେ ରହି କିଭଳି ସୁରକ୍ଷା ପାଇଛି, ତାହା ଏବେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି । ଅନ୍ୟପକ୍ଷରେ ଜନୈକ ଦେହଜୀବୀ ମହିଳାଙ୍କ ସହ ଜନୈକ ନାମକ ଦେହଜୀବୀ ପୁରୁଷକୁ ସ୍ଥାନୀୟ ଲୋକେ ବିଭିନ୍ନ ସମୟରେ ଏକତ୍ର ଅଶାଳୀନ ଅବସ୍ଥାରେ ଧରି ପ୍ରତିବାଦ ମଧ୍ୟ କରିଥିବାର ସ୍ଥାନୀୟ ଲୋକେ ପ୍ରତିକ୍ରିୟା ରଖିଛନ୍ତି । ପ୍ରତିଦିନ ରାତିରେ ସମ୍ପୃକ୍ତ ଦେହଜୀବୀ ପୁରୁଷ ଜଣକ ରାତି ୧୨.୩୦ ପର୍ଯ୍ୟନ୍ତ ରହି ସେହି ଅନ୍ଧାରୀ ରୁମରୁ ବାହାରୁଥିବାର ଦେଖାଯାଇଛି । ତେବେ ସୂଚନାଯୋଗ୍ୟ କି ସମ୍ପୃକ୍ତ ଦେହଜୀବୀ ପୁରୁଷ ଜଣକ ସେହି ଦେହ ବ୍ୟବସାୟ ସ୍ଥାନରୁ ମାତ୍ର ୫୦ ମିଟର ଦୂରରେ ଅବସ୍ଥିତ ଏକ ଦୋକାନ ପଛପଟ ବଗିଚା ମାଟି ତଳେ ଦେଶୀ ବିଦେଶୀ ମଦ ଆଣି ଦେହଜୀବୀଙ୍କୁ ବିକ୍ରି କରୁଛି । ଅନ୍ୟପକ୍ଷରେ ଯେଉଁ ଭଡା ଘରେ ଦେହ ବ୍ୟବସାୟ ଚାଲିଛି, ସେହି ଭଡା ଘର ମାଲିକ ୨୦ମିଟର ଦୂର ନିଜ ଘରେ ଥାଇ ଘଟଣା ସମ୍ପର୍କରେ ଅବଗତ ନୁହଁନ୍ତି, ତାହା ଏବେ ବୁଦ୍ଧିଜୀବି ମହଲରେ ଚର୍ଚାର ବିଷୟ ପାଲଟିଛି । ତେବେ ଦେଖାଯାଉ ଖବର ପ୍ରକାଶ ପରେ ଥାନାଧିକାରୀ ବାବୁ , ଏସ୍ଡିପିଓ ଏବଂ ଏସ୍ପି କି ପଦକ୍ଷେପ ନେଉଛନ୍ତି ନା ସେକ୍ସ ରାକେଟ କୁ ଏମିତି ସମାଜ ଖରାପ ହେବାପାଇଁ ଛାଡି ଦେଉଛନ୍ତି ।
ଡେଲାଙ୍ଗ ପୋଲିସ ନାକ ତଳ ରେଞ୍ଚରେ ଚାଲିଛି ବେଶ୍ୟାଳୟ











