ନୟାଗଡ,ତା- ୨୧.୮.୨୫ରିଖ – ଭାସ୍କର ଚନ୍ଦ୍ର ସ୍ବାଇଁ- ଜିଲ୍ଲା ଦୌରାଜଜ୍ ତଥା ଆଇନ୍ସେବା ପ୍ରାଧିକରଣ ଅଧ୍ୟକ୍ଷ ଆନନ୍ଦ ନାରାୟଣ ମହାରଣାଙ୍କ ନିର୍ଦ୍ଦେଶରେ ସଚିବ ଅଞ୍ଜଳି ମଛଖଣ୍ଡଙ୍କ ପ୍ରତ୍ୟକ୍ଷ ତତ୍ବାବଧାନରେ ଜିଲ୍ଲାପରଷଦ ନୟାଗଡ଼ଙ୍କ ଡି.ପି.ଆର୍.ସି. ସମ୍ମିଳନୀ କକ୍ଷରେ ପ୍ୟାନେଲ ଓକିଲ, ପୋଲିସ ଅଧିକାରୀ, ଜଙ୍ଗଲବିଭାଗ ଅଧିକାରୀ, ଅବକାରୀ ବିଭାଗର ଅଧିକାରୀମାନଙ୍କୁ ନେଇ ଏକ ତାଲିମି ଶିବିରକୁ ମୁଖ୍ୟଅତିଥି ସଚିବ ଅଞ୍ଜଳୀ ମଛଖଣ୍ଡ ଉଦ୍ଘାଟନ କରି ଓଡ଼ିଶା ଉଚ୍ଚନ୍ୟାୟାଳୟଙ୍କ ଭି.ସି. ନିୟମ ୨୦୨୦ ଉପରେ ବିସ୍ତୃତ ଭାବରେ ଆଲୋକପାତ କରିଥିଲେ । ସରକାରୀ ଓକିଲ ଦଣ୍ଡପାଣି ସ୍ୱାଇଁ ଦେୱାନୀ ପ୍ରଣାଳୀ ଓ ମଧ୍ୟସ୍ଥିତା ଆଇନ୍ ୨୦୦୭ ଉପରେ, ସମ୍ମାନିତ ଅତିଥି ବରିଷ୍ଠ ଅଧିବକ୍ତା ରମେଶ ଚନ୍ଦ୍ର ମହାରଣା ଫୌଜଦାରୀ ଆଇନ୍ ୧୯୯୭ ଓ ଭାରତୀୟ ନାଗରିକ ସୁରକ୍ଷା ସଂହିତା ୨୦୨୩ରେ ମୁଦାଲାମାନଙ୍କର ଅଧିକାର ଉପରେ ଆଲୋକପାତ କରିଥିଲେ । ତତ୍ସହିତ ସରକାରୀ ଓକିଲ ଆକାଶ ଦାଶ ସୁଭାସ ଆପ୍ ଦ୍ଵାରା ଇଂରାଜୀ ବିଚାରକୁ ଓଡ଼ିଆ ମାତୃଭାଷାରେ ପ୍ରକାଶ ପ୍ରକିୟା ଉପରେ ଆଲୋକପାତ କରିଥିଲେ ।

ଓକିଲ ଆକାଶ ଦାସ ଓ ରମେଶ ମହାରଣା ପୋଲିସ,ଅବକାରୀ ଓ ଜଙ୍ଗଲ ବିଭାଗ ଅଧିକାରୀ ମାନଙ୍କୁ ଧରାଯାଉଥିବା ଦୋଷୀ ଲୋକଙ୍କୁ କିଭଳି ଚାରସିଟ୍ ଦାଖଲ କରି ଉଚିତ କାର୍ଯ୍ୟାନୁଷ୍ଠାନ ନିଆଯାଇପାରିବ ଓ ତତଃ ସହିତ ଅଧିକାରୀ ମାନେ ନିଜ ସ୍ୱାର୍ଥ ଛାଡି ନିଜେ ସ୍ଵଛ ନିରପେକ୍ଷ ହେବା, ଗାରିମା ରକ୍ଷା କରିବା ପାଇଁ ପରାମର୍ଶ ଦେଇଥିଲେ ! କାହିଁକି ନା ବର୍ତ୍ତମାନ ବହୁତ ପ୍ରକାରର ଅଭିଯୋଗ ଅଧିକାରୀ ମାନଙ୍କ ଉପରେ ଦେଖିବାକୁ ମିଳିଛି ! ଉକ୍ତ ତାଲିମ ଶିବିରକୁ ସଫଳ କରିବାପାଇଁ ଜିଲ୍ଲା ଆଇନସେବା ପ୍ରାଧିକରଣର ଅଧିକାର ମିତ୍ର ପ୍ରଫୁଲ୍ଲ କୁମାର ବେହେରା, ଲିପ୍ସା ଦାସ, ସୋନାଲି ପଟ୍ଟନାୟକ, ଶୁଭସ୍ମିତା ମିଶ୍ର, ପ୍ରମୋଦ ମହାନ୍ତିଙ୍କ ସମେତ ସମସ୍ତ ଅଧିକାର ମିତ୍ର ଏବଂ ଆଇନସେବା ପ୍ରାଧିକରଣ କର୍ମଚାରୀ ପବନ କୁମାର ବେହେରା, ପ୍ରଶାନ୍ତ କୁମାର ସାହୁ, ରାଜେଶ କୁମାର ବାରିକ ପ୍ରମୁଖ ଉପସ୍ଥିତ ରହି ସମ୍ପୂର୍ଣ୍ଣ ସହଯୋଗ କରିଥିଲେ ।ଶେଷରେ ସଚିବ ଅଞ୍ଜଳି ମଛଖଣ୍ଡ ସମସ୍ତଙ୍କୁ ଏଭଳି ସଚେତନତା କାର୍ଯ୍ୟକ୍ରମକୁ ସଦା ସର୍ବଦା ଶୀର୍ଷକୁ ନେବାପାଇଁ ଓ ସହଯୋଗର ହାତ ବଢ଼ାଇବାକୁ ପ୍ରକାଶ କରିଥିଲେ ।











