ପୁରୀ,୨୪/୮,ନି:ପ୍ର- ଶରଧାବାଲି ନିକଟସ୍ଥ ଆଇତୋଟା ରେ ଥିବା ପ୍ରାଚୀ ମଧୁସୂଦନ ଶାନ୍ତି କୁଟୀର ଶାଖା ଆଶ୍ରମ ରେ ଯଥା ଵିଧି ରେ ପୂଜାର୍ଚ୍ଚନା ପ୍ରେମାଚାର୍ଯ୍ୟ ବାବା ମଧୁସୂଦନଙ୍କ ଶ୍ରୀ ବିଗ୍ରହ ଓ ପାଦୁକା ଷୋଡଶ ଉପଚାରରେ ବାବାଜୀ ଦାମୋଦର ଦାସ ଙ୍କ ତତ୍ୱାବଧାନ ରେ ଅନୁଷ୍ଠିତ ହୋଇଥିଲା ।

ଭବସାଗରରୁ ଉଦ୍ଧାର କେବଳ ସଦଗୁରୁ କରିଥାନ୍ତି, ସମୟ ବିଳମ୍ବ ନ କରି ସମସ୍ତ ମନୁଷ୍ୟ ସଦଗୁରୁ କରିବା ଉଚିତି ବୋଲି ସେ ଉପସ୍ଥିତ ଭକ୍ତ ଓ ଶ୍ରଦ୍ଧାଳୁ ମାନଙ୍କୁ ପରାମର୍ଶ ଦେଇଥିଲେ ।ସେବିକା ସବିତା ଦାସ ,ପ୍ରଭାତୀ ଦାସ ଓ ଶାଖା ଆଶ୍ରମ ସେବିକା ମିନା ମା ପ୍ରମୁଖ ବନ୍ଦାପନା ଭଜନ ପରିବେଷଣ କରିଥିଲେ ।ଉକ୍ତ କାର୍ଯ୍ୟ କ୍ରମ କୁ ସେବକ ପ୍ରୀତି ରଂଜନ ଦାସ ,ରତିକାନ୍ତ ଲେଙ୍କା,ଶ୍ରୀଚରଣ ସ୍ୱାଇଁ ,ସୁରେଶ ଭାଇ ,ପ୍ରମେଶ ଭାଇ,ଓ ଗୀତାଞ୍ଜଳି ସାମନ୍ତରାୟ ପ୍ରମୁଖ ପରିଚାଳନା କରି ଥିଲେ।











