Home / ମୁଖ୍ୟ ଖବର / ୫୮ତମ କୁମାର ଉତ୍ସବ-୨୦୨୫ ନିମନ୍ତେ ଜିଲ୍ଲାସ୍ତରୀୟ ପ୍ରତିଯୋଗୀତା।

୫୮ତମ କୁମାର ଉତ୍ସବ-୨୦୨୫ ନିମନ୍ତେ ଜିଲ୍ଲାସ୍ତରୀୟ ପ୍ରତିଯୋଗୀତା।

whatsapp image 2025 08 25 at 20.56.19 8899ac3e

ପୁରୀ ତା ୨୫/୮/୨୦୨୫ – ନି:ପ୍ର- ପ୍ରମୁଖ ସଂସ୍କୃତିକୁ ସଂଗଠନ ‘କୁମାର ଉତ୍ସବ ସମିତି’ ପକ୍ଷରୁ ଆଗାମୀ ଅକ୍ଟୋବର ୮,୯ ଏବଂ ୧୦ ତାରିଖ ତିନିଦିନ ବ୍ୟାପି ଶରଧାବାଲି ମୁକ୍ତାକାଶ ରଙ୍ଗମଞ୍ଚରେ ଅନୁଷ୍ଠିତ ହେବାକୁ ଯାଉଛି “୫୮ତମ କୁମାର ଉତ୍ସବ-୨୦୨୫”। ଏହି ଉପଲକ୍ଷେ ଛାତ୍ର ଛାତ୍ରୀଙ୍କ ଅନ୍ତର୍ନିହିତ ପ୍ରତିଭାର ପରିପ୍ରକାଶ ପାଇଁ ଜିଲ୍ଲାସ୍ତରୀୟ ପ୍ରତିଯୋଗୀତା ଗତ ୨୩ ଓ ୨୪ ତାରିଖ ଦୁଇ ଦିନ ଧରି ଅନ୍ନପୂର୍ଣ୍ଣା ରଙ୍ଗମଞ୍ଚରେ ଅନୁଷ୍ଠିତ ହୋଇଯାଇଛି। ଚଳିତ ବର୍ଷ ଏହି ପ୍ରତିଯୋଗିତାକୁ ଦିବଂଗତା ପାର୍ବତୀ ପାଟ୍ଟଯୋଷୀ ମହାପାତ୍ରଙ୍କ ସ୍ମୃତିରେ ଉତ୍ସର୍ଗ କରାଯାଇଛି ।

whatsapp image 2025 08 25 at 20.55.59 ed164b60

ଗୀତା ପାଠ, ଓଡ଼ିଆ ଭାଗବତ ପଠନ,ଶ୍ରୀକ୍ଷେତ୍ର କୁମାର, କୁମାରୀ,ଶ୍ରୀକ୍ଷେତ୍ର ଗୃହିଣୀ, ଯୋଗ, ସଙ୍ଗୀତ, କୌତୁକପୋଷାକ, ସଙ୍ଗୀତ, ବକୃତା, ଓଡ଼ିଶୀ ନୃତ୍ୟ, ଭଜନ ନୃତ୍ୟ, ଚିତ୍ରାଙ୍କନ ଆଦି ପ୍ରତିଯୋଗୀତା ଅନୁଷ୍ଠିତ ହୋଇଯାଇଛି। ପିଲାମାନଙ୍କୁ ସୁନ୍ଦର ପରିବେଶ ଟିଏ ଯୋଗାଇ ଦେବା ପାଇଁ ଦୀର୍ଘବର୍ଷ ଧରି ଏହି ଅନୁଷ୍ଠାନ ପ୍ରୟାସ ଜାରି ରଖିଛି। ଏଥିରେ ଛତିଶା ନିଯୋଗ ନାୟକ ଜନାର୍ଦ୍ଦନ ପାଟ୍ଟଯୋଷି ମହାପାତ୍ର ପ୍ରତିଯୋଗୀତା କମିଟି ଅଧ୍ୟକ୍ଷ ସୁକାନ୍ତ ପଣ୍ଡା, କାର୍ଯ୍ୟକାରୀ ସଭାପତି ରାଜେଶ୍ କୁମାର ମିଶ୍ର ଓ ଚକ୍ରଧର ମହାପାତ୍ର, ସ୍ମରଣିକା ସମ୍ପାଦକ ଶ୍ରୀକାନ୍ତ ମହାନ୍ତି, ଭରତ ନାୟକ, ବିଦୁଲତା ଆଚାର୍ଯ୍ୟ,ଅମରେନ୍ଦ୍ର ପାଇକରାୟ,ରତନ କୁମାର ଦାସ, କଳ୍ପନା ମୁଦୁଲି, ସରସ୍ୱତୀ ପାତ୍ର, ଶ୍ୟାମ ପ୍ରକାଶ ସେନାପତି, ବିକାଶ ଦତ୍ତ, ଲକ୍ଷ୍ମୀଧର ପୂଜାପଣ୍ଡା, ରମା ବଲ୍ଲଭ ମହାପାତ୍ରଙ୍କ ସମେତ ସମିତିର କର୍ମକର୍ତ୍ତା ମାନେ ଉପସ୍ଥିତ ରହି ପ୍ରତିଯୋଗୀତା ପରିଚାଳନା କରିଥିଲେ। ପ୍ରକାଶ ଥାଉକି,ପ୍ରତିଯୋଗିତାରେ ଜିଲ୍ଲାର ବିଭିନ୍ନ ପ୍ରାନ୍ତରୁ ପ୍ରାୟ ୭୦୦ ପ୍ରତିଯୋଗୀ ଅଂଶ ଗ୍ରହନ କରିଥିଲେ। କୃତି ପ୍ରତିଯୋଗୀ ମାନଙ୍କୁ ଆସନ୍ତା କୁମାର ଉତ୍ସବ -୨୦୨୫ ମଞ୍ଚରେ ପୁରସ୍କୃତ କରାଯିବ ବୋଲି ସମିତିର ସାଧରଣ ସମ୍ପାଦକ ସ୍ୱାଧୀନ କୁମାର ପଣ୍ଡା ଜଣାଇଛନ୍ତି।

SPREAD YOUR LOVE WITH YOUR FRIENDS AND FAMILY

Leave a Reply