ପୁରୀ ପୌରପାଳିକା ଦ୍ୱାରା ୧୫ ଦିନ ବ୍ୟାପି ସଚେତନତା ଅଭିଯାନ ” ଆଇନଗତ ସଫେଇ ସୁରକ୍ଷିତ ସଫେଇ ” ଗରିମା ଯୋଜନା ଅନ୍ତର୍ଗତ ଗତ ସ୍ୱାଧୀନତା ଦିବସ ଠାରୁ ଆରମ୍ଭ ହୋଇ ତା ୩୧/୮/୨୦୨୫ ପର୍ଯ୍ୟନ୍ତ ଚାଲୁଅଛି l ଏହି ପରିପ୍ରେକ୍ଷୀରେ ଗତ ତା ୨୬/୭/୨୦୨୫ ରିଖରେ ଗୋଷ୍ଠୀ ସ୍ତରୀୟ ସଚେତନତା ଶିବିର ଓ ଶପଥ ଗ୍ରହଣ କାର୍ଯ୍ୟକ୍ରମ ବିଭିନ୍ନ ୱାର୍ଡ ରେ ଆୟୋଜିତ ହୋଇଥିଲା l ସେଥିମଧ୍ୟରୁ ରାମ ମନ୍ଦିର ସ୍ଥିତ କାର୍ଯ୍ୟକ୍ରମରେ ପୁରୀ ପୌରପାଳିକାର କାର୍ଯ୍ୟ ନିର୍ବାହୀ ଅଧିକାରୀ ଶ୍ରୀଯୁକ୍ତ ଅଭିମନ୍ୟୁ ବେହେରା, ଶ୍ରୀଯୁକ୍ତ ବିକ୍ରମ ରାଉତ, ଜେନେରାଲ ମ୍ୟାନେଜେର ୱାଟକୋ ମୁଖ୍ୟ ଅତିଥି ଭାବେ ଯୋଗଦାନ କରିଥିଲେ l କାର୍ଯ୍ୟକ୍ରମରେ ଅତିଥି ମାନେ ଗରିମା ଯୋଜନା ମୁଖ୍ୟ ପରିମଳ କର୍ମଚାରୀ ମାନଙ୍କ ସୁରକ୍ଷା ଏବଂ ସମ୍ମାନ ପାଇଁ କାମ କରୁଥିବା କଥା ଆଲୋକ ପାତ କରିଥିଲେ l ତତସହିତ ପାଇଖାନା ଟାଙ୍କି ସଫା ପାଇଁ କେବଳ ସ୍ୱୀକୃତିପ୍ରାପ୍ତ ସଂସ୍ଥାର ଶେଷପୁଲ ଗାଡି ଏବଂ ତାଲିମ ପ୍ରାପ୍ତ ପରିମଳ କର୍ମଚାରୀ ନିୟୋଜିତ କରିବା ଉପରେ ଗୁରୁତ୍ଵାରୋପ କରିଥିଲେ ଯାହାକି ଏହି ୧୫ ଦିନ ବ୍ୟାପି ଅଭିଯାନର ମୂଳ ଲକ୍ଷ୍ୟ l

ଏହାଦ୍ୱାରା ଆମ୍ଭେମାନେ ଏହି ଅବୈଧ ଏବଂ ବିପଦ ଜନକ ପ୍ରକିୟାକୁ ବନ୍ଦ କରିବା,ପାଇଖାନା ଟାଙ୍କି ସଫା କରିବା ପାଇଁ ଟୋଲ ଫ୍ରି ନମ୍ବର ୧୪୪୨୦ କୁ ବ୍ୟବହାର କରିବା ଏବଂ ଏହାର ବ୍ୟାପକ ପାଚାର ପ୍ରସାର ଉପରେ ଗୁରୁତ୍ୟାରୋପ କରିବା ସହ ସୃକୃତୀପ୍ରାପ୍ତ ସେଶପୁଲ ଗାଡି କିମ୍ବା ଅନାତାଲିମ ପ୍ରାପ୍ତ ପରିମଳ କର୍ମଚାରୀ ଙ୍କୁ ନିୟୋଜିତ କରି ପାଇଖାନା ଟାଙ୍କି କିମ୍ବା ସ୍ଵରେଜ ନଳା ସଫା କରାଇବା ଏକ ଦଣ୍ଡନୀୟ ଅପରାଧ ବୋଲି ମଧ୍ୟ୍ୟ ସେମାନେ ସୂଚନା ଦେଇଥିଲେ l ଉକ୍ତ ସଚେତନତା କାର୍ଯ୍ୟକ୍ରମ ରେ ବିଭିନ୍ନ ପ୍ରତି ଯୋଗିତା କାର୍ଯ୍ୟକ୍ରମ ଆୟୋଜିତ ହେବା ସହିତ କୃତି ପ୍ରତିଯୋଗି ମାନଙ୍କୁ ପୁରସ୍କାର ବିତରଣ କରଯାଇଥିଲା l ସଚେତନତା ଲିଫଲେଟ, ଷ୍ଟିକର ବିତରଣ ହେବା ସହିତ ୧୫୦ ଜଣ ରୂ ଅଧିକ ଅଂଶଗ୍ରହଣ କାରି ମାନେ ଶପଥ ପାଠ କରିଥିଲେ ଯେ ସୁରକ୍ଷିତ ଭାବରେ ପାଇଖାନା ଟାଙ୍କି ସଫା କରାଇବେ l

ନିଜର ସହମତି ଶପଥ ବୋର୍ଡ଼ରେ ଦେବା ସହିତ ସେଲ୍ଫି ଷ୍ଟାଣ୍ଡ ରେ ନିଜର ଫୋଟୋ ମଧ୍ୟ୍ୟ ଉଠାଇଥିଲେ l ସୂଚନା ଥାଇ କି, ଏହି ଅଭିଯାନ କୁ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ମୋହନ ଚରଣ ମାଝୀ ଜାତୀୟ ସ୍ତରୀୟ କର୍ମଶାଳାରେ ତା୨୬/୭/୨୦୨୫ ରିଖରେ ଉଦଘାଟନ କରିଥିଲେ l ଏହି ଅଭିଯାନ ଅନ୍ତର୍ଗତ ପୂରୀ ପୌରପାଳିକା ଅନେକ ସଚେତନତା କାର୍ଯ୍ୟକ୍ରମ ହାତକୁ ନେଇଛନ୍ତି ଯଥା ଆକାଶ ବାଣୀ ପୁରୀ ରେଡ଼ିଓ ରେ ୮ ଦିନ ବ୍ୟାପି ସଚେତନତା ବାର୍ତା, ଗୋଷ୍ଠୀ ସ୍ତରୀୟ ବୈଠକ, ସଚେତନତା ବାର୍ତା, ଲିଫଲେଟ, ଷ୍ଟିକର ବିତରଣ, ସ୍ଵଛ ସଵାରୀ ଗାଡି ମାଧମରେ ପ୍ରଚାର ପ୍ରସାର, ଗରିମା ବ୍ରାଣ୍ଡିଙ୍ଗ, ସଂସ୍ଥା ଓ ମୁଖ୍ୟ ପରିମଳ କର୍ମଚାରୀ ମାନଙ୍କ ସହିତ ଆଲୋଚନା ଚକ୍ର, ବ୍ୟାକ୍ତିଗତ ସୁରକ୍ଷା ଉପକରଣ ପରିମଳ କର୍ମଚାରୀ ମାନଙ୍କୁ ବିତରଣ, ସଚେତନତା ରାଲି ଉତ୍ୟାଦି l ଆଜିର ଏହି ସଚେତନତା କାର୍ଯ୍ୟକ୍ରମ ରେ ଅତିରିକ୍ତ କାର୍ଯ୍ୟନିବାହି ଅଧିକାରୀ ଶ୍ରୀଯୁକ୍ତ ଅର୍ଜିତ ନାୟକ, ଶ୍ରୀଯୁକ୍ତ ସ୍ୱାଧୀନ କୁମାର ବିଶ୍ଵାଳ, ପ୍ରବର୍ତନ ଅଧିକାରୀ, ଡ଼କ୍ଟର ଅଶୋକ ମିଶ୍ର, ସ୍ୱାସ୍ଥ୍ୟ ଅଧିକାରୀ ଆଇନଗତ ସଫେଇ ସୁରକ୍ଷିତ ସଫେଇ ଉପରେ ମାଧ୍ୟ୍ୟ ଆଲୋକପାତ କରିଥିଲେ l ଏହି କାର୍ଯ୍ୟକ୍ରମକୁ ରେଶମା ମହାନ୍ତି, ଅନୁଶୟା ପଟନାୟକ, ଗୋଷ୍ଠୀ ସଂଯୋଜିକା, ଗରିମା ଆଂଚଳିକ ସଂଯୋଜକ ଶ୍ରୀ ରାମଚନ୍ଦ୍ର ସାମଲ ଅନ୍ୟ ସାଥି ସୁପର ଭାଇଜର ମାନେ ସଫଳ କରିବାରେ ସହଯୋଗ କରିଥିଲେ l











