Home / ମୁଖ୍ୟ ଖବର / ପୁଣି ଶ୍ରୀମନ୍ଦିରରେ ଗୁପ୍ତ କ୍ୟାମେରା, କୋଲକାତାର ଜଣେ ଭକ୍ତ ଅଟକ

ପୁଣି ଶ୍ରୀମନ୍ଦିରରେ ଗୁପ୍ତ କ୍ୟାମେରା, କୋଲକାତାର ଜଣେ ଭକ୍ତ ଅଟକ

whatsapp image 2025 08 27 at 21.09.02 2b445a7b

ପୁରୀ: କୋଲକାତାର ଜଣେ ଭକ୍ତ ବୁଧବାର ଦିନ ତାଙ୍କ ଚଷମାରେ ଥିବା ଏକ ଗୁପ୍ତ କ୍ୟାମେରା ବ୍ୟବହାର କରି ପୁରୀର ଶ୍ରୀ ଜଗନ୍ନାଥ ମନ୍ଦିର ଭିତର ଦୃଶ୍ୟ ରେକର୍ଡ କରୁଥିବା ଅଭିଯୋଗରେ ଧରାପଡ଼ିଛନ୍ତି। ଅଭିଯୁକ୍ତ ଅରୂପ ରାୟ (୩୧)ଙ୍କୁ ମନ୍ଦିର ସୁରକ୍ଷା କର୍ମଚାରୀ ଭିତର କାଠ ନିକଟରେ ଗିରଫ କରିଥିଲେ। ଯିଏକି ମହାପ୍ରଭୁଙ୍କ ଦର୍ଶନ କରିବାକୁ ଚେଷ୍ଟା କରୁଥିବା ସମୟରେ ତାଙ୍କ ଉପରେ ସନ୍ଦେହ ବଢିଥିଲା। ପରେ ତାଙ୍କୁ ଅଟକ ରଖାଯାଇ ଅଧିକ ତଦନ୍ତ ପାଇଁ ସିଂହଦ୍ୱାର ପୋଲିସକୁ ହସ୍ତାନ୍ତର କରାଯାଇଥିଲା।ଯାଞ୍ଚ ପାଇଁ ତାଙ୍କ ଚଷମା ଏବଂ ମୋବାଇଲ୍ ଫୋନ୍ ଜବତ କରାଯାଇଛି।

ବ୍ୟକ୍ତି ଜଣକ ତାଙ୍କ ପରିବାର ସହିତ କୋଲକାତାରୁ ପୁରୀ ଆସିଥିଲେ। ଶ୍ରୀ ଜଗନ୍ନାଥ ମନ୍ଦିର ଆଇନର ଧାରା ୩୦ ଅନୁଯାୟୀ ତାଙ୍କ ବିରୁଦ୍ଧରେ ଏକ ମାମଲା ମଧ୍ୟ ରୁଜୁ କରାଯାଇଥିବା ନେଇ ପୁରୀ ଏସପି ପ୍ରତୀକ ସିଂହ ଗଣମାଧ୍ୟମକୁ କହିଛନ୍ତି। ତେବେ ଶ୍ରୀମନ୍ଦିର ଭିତରେ ଫଟୋଗ୍ରାଫି ଏବଂ ଭିଡିଓଗ୍ରାଫି ଉପରେ ନିଷେଧାଦେଶ ଏବଂ ସାଇନବୋର୍ଡ ଲଗାଯାଇଥିବା ସତ୍ତ୍ୱେ ନିକଟରେ ଏପରି ଅନେକ ଘଟଣା ଘଟିଛି। ତେବେ ବାରମ୍ବାର ଏଭଳି ଘଟୁଥିବାରୁ ଓଡ଼ିଶା ସରକାର ଶ୍ରୀ ଜଗନ୍ନାଥ ମନ୍ଦିର ଆଇନ ୧୯୫୫କୁ ସଂଶୋଧନ କରିବାକୁ ଚିନ୍ତା  କରିଛନ୍ତି

SPREAD YOUR LOVE WITH YOUR FRIENDS AND FAMILY

Leave a Reply