Home / ମୁଖ୍ୟ ଖବର / ଦଧିନଉତି’ ର ସମୀକ୍ଷା ଆସର

ଦଧିନଉତି’ ର ସମୀକ୍ଷା ଆସର

whatsapp image 2025 08 28 at 18.39.55 a88153f3

ପୁରୀ ତା ୨୮/୮/୨୦୨୫ – ନି:ପ୍ର – ଅଭିନନ୍ଦନିକାର ପ୍ରତିଷ୍ଠାତା ସମ୍ପାଦକ ତଥା କବି ଶ୍ୟାମ ପ୍ରକାଶ ସେନାପତି ଙ୍କର କବିତା ପୁସ୍ତକ ‘ଦଧିନଉତି’ ର ସମୀକ୍ଷା ଆସର ବଡ଼ଦାଣ୍ଡ ସ୍ଥିତ ସେନାପତି ଭବନ ପରିସରରେ ଅନୁଷ୍ଠିତ ହୋଇଯାଇଛି I ଏଥିରେ ବିଶିଷ୍ଟ ସ୍ତମ୍ବକାର ଓ ସମାଜସେବୀ ଡଃ ପ୍ରଭାସ ଚନ୍ଦ୍ର ଆଚାର୍ଯ୍ୟ, ଉତ୍କଳ ସାହିତ୍ୟ ସମାଜର ପାଠାଗାର ସମ୍ପାଦକ ବ୍ରହ୍ମାନନ୍ଦ ବିଶ୍ଵାଳ, ସାହିତ୍ୟିକା ଗୀତାଞ୍ଜଳି ପୃଷ୍ଟି ଏବଂ ସାଂସ୍କୃତିକ ସଂଗଠକ ରାଜୀବ କୁମାର ଷଡଙ୍ଗୀ ପ୍ରମୁଖ ଯୋଗ ଦେଇ ପୁସ୍ତକ ର ସମୀକ୍ଷା କରିଥିଲେ I ଏହି ସଂକଳନରେ କବି ଜଗନ୍ନାଥ ଙ୍କୁ ଅନନ୍ତ,ମହାକାଳ, ଅଚିନ୍ତ୍ୟ, ଅବ୍ୟକ୍ତ ଓ ପୂର୍ଣ୍ଣ ପୁରୁଷ ଭାବରେ ପ୍ରକାଶ କରିଛନ୍ତି I ଏହା ଜଗନ୍ନାଥ ବିଭୂତିର ଏକ ସମର୍ପିତ କାବ୍ୟିକ ପରିପ୍ରକାଶ ଏବଂ ଶ୍ରୀଜଗନ୍ନାଥ ଚେତନାର ଏକ ବିମୁଗ୍ଧ କାବ୍ଯକଳ୍ପ I ଏହି ସଂକଳନଟି କ୍ଷେତ୍ର ଓ କ୍ଷେତ୍ରପତି କ୍ରମରେ ଦୁଇ ଭାଗରେ ସଜ୍ଜିତ ହୋଇଛି I ଏଥିରୁ ଦୟଣା, ତୁଳସୀର ବାସ୍ନା ଓ ମରୁଆ ର ମନ୍ତ୍ରଧ୍ଵନି ଅନୁଭବ କରିପାରିବେ ବୋଲି ସମୀକ୍ଷକ ମାନେ ପ୍ରକାଶ କରିବା ସହିତ ଦଧିନଉତି ଏକ ସାର୍ଥକ କବିତା ସଂକଳନ ବୋଲି ମତବ୍ୟକ୍ତ କରିଥିଲେ I କବି ଶ୍ରୀ ସେନାପତି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ I

SPREAD YOUR LOVE WITH YOUR FRIENDS AND FAMILY

Leave a Reply