Home / ମୁଖ୍ୟ ଖବର / ଶ୍ରୀଜଗନ୍ନାଥ ମନ୍ଦିର ପରିଚାଳନା କମିଟିର ସଦସ୍ୟ ମହନ୍ତ ଶ୍ରୀ ରଘୁବୀର ଦାସଜୀଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା

ଶ୍ରୀଜଗନ୍ନାଥ ମନ୍ଦିର ପରିଚାଳନା କମିଟିର ସଦସ୍ୟ ମହନ୍ତ ଶ୍ରୀ ରଘୁବୀର ଦାସଜୀଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା

whatsapp image 2025 08 28 at 20.11.46 15948d75

ପୁରୀ, ତା:୨୮.୦୮.୨୦୨୫ରିଖ-ନିପ୍ର: – ଶ୍ରୀଜଗନ୍ନାଥ ମନ୍ଦିର ପରିଚାଳନା କମିଟିର ସଦସ୍ୟ ଭାବରେ ଶ୍ରୀକ୍ଷେତ୍ର ମଠ ମନ୍ଦିର ତରଫରୁ ବଳରାମ କୋଟ ମଠର ମହନ୍ତ ଶ୍ରୀ ରଘୁବୀର ଦାସଜୀ ମହାରାଜଙ୍କୁ ଓଡ଼ିଶା ସରକାରଙ୍କ ଦ୍ଵାରା ମନୋନୀତ କରିବାକୁ ସମସ୍ତ ମଠାଧୀଶ ମାନେ ସ୍ୱାଗତ କରିଛନ୍ତି। ଶ୍ରୀକ୍ଷେତ୍ରସ୍ଥ ମଠାଧୀଶ ଏବଂ ସାଧୁ ସନ୍ଥମାନେ ଗୁରୁବାର ତା:୨୮.୦୮.୨୦୨୫ରିଖ ପାପୁଡିୟା ମଠ ପରିସରରେ ଅନୁଷ୍ଠିତ ଏକ ସମ୍ବର୍ଧନା ସଭାରେ ଶ୍ରୀମହନ୍ତ ରାମକୃଷ୍ଣ ଦାସ, ମହନ୍ତ ନାରୟଣ ରାମାନୁଜ ଦାସ, ମହନ୍ତ ରାମଚରଣ ଦାସ, ମହନ୍ତ ସୁଖରାମ ଦାସ, ମହନ୍ତ ସ୍ୱାମୀ ଶୁଭାନନ୍ଦ ପୁରୀ, ମହନ୍ତ ସୁବଳ ଚରଣ ଦାସ, ମହନ୍ତ ଅଭିରାମ ଦାସ, ଵାଵାଜୀ ରାମମନୋହର ଦାସ ଆଦି ମାଠଧୀଶ ମାନେ ଉପସ୍ଥିତ ରହି ମହନ୍ତ ରଘୁବୀର ଦାସଜୀ ମହାରାଜଙ୍କୁ ସମ୍ବର୍ଦ୍ଧନା କରିଥିଲେ। ଏହି ସଭାରେ ମହନ୍ତ ରଘୁବୀର ଦାସ ମଠ ଓ ଶ୍ରୀମନ୍ଦିରର ସମନ୍ୱୟ ଏବଂ ସୁପରିଚାଳନା ପାଇଁ ବିଶେଷ ଗୁରୁତ୍ୱ ଦିଆଯିବ ବୋଲି କହିଥିଲେ।

whatsapp image 2025 08 28 at 20.11.46 15948d75

ମଠ ଗୁଡିକର ମୂଳ ବିଜେସ୍ଥଳୀ ଗୁଡିକ ସ୍ୱତନ୍ତ୍ର କରାଯିବା ଅତ୍ୟନ୍ତ ଆବଶ୍ୟକ ଏବଂ ଏହି କାର୍ଯ୍ୟକୁ ସମସ୍ତ ଅଧିକାରୀ, ସଦସ୍ୟ ତଥା ଭକ୍ତ ମାନେ ଅନୁଭବ କରୁଛନ୍ତି ଏହାକୁ ଶୀଘ୍ର ବାସ୍ତବତା ରେ ରୂପାନ୍ତରିତ କରାଯିବ, ଏହା ସହିତ ଭାରତ ବର୍ଷର ସବୁ ତୀର୍ଥ ଭଳି ଦୂର ଦୁରାନ୍ତରୁ ଆସୁଥିବା ବିଶିଷ୍ଟ ସାଧୁ ସନ୍ଥ ମାନଙ୍କ ସୁଗମ ଦର୍ଶନର ବ୍ୟବସ୍ଥା କରାଯିବ ଯାହା ଦ୍ୱାରା ଶ୍ରୀକ୍ଷେତ୍ରର, ମହାପ୍ରଭୁଙ୍କର ଏବଂ ଓଡ଼ିଆ ସଂସ୍କୃତିର ଆହୁରି ମହିମା ମଣ୍ଡିତ ହେବ ବୋଲି ଆଶା ରଖିଛନ୍ତି। ସର୍ବ ଶେଷରେ ଏହି ସେବା ଏବଂ ଗୁରୁଦାୟିତ୍ୱକୁ ସୁଚାରୁ ରୂପେ ନିର୍ବାହ କରିପାରିବାର ଶକ୍ତି ମହାପ୍ରଭୁ ତାଙ୍କୁ ପ୍ରଦାନ କରନ୍ତୁ ବୋଲି ସନ୍ଥ ମାନଙ୍କୁ ସେ ନିବେଦନ କରିଥିଲେ। ଏହି ସମ୍ବର୍ଧନା ସଭାକୁ ଶ୍ରୀକ୍ଷେତ୍ର ମଠାଧୀଶ ସେବା ସଂଘ୍ ତରଫରୁ ପରିଚାଳନା କରାଯାଇଥିଲା।

SPREAD YOUR LOVE WITH YOUR FRIENDS AND FAMILY

Leave a Reply