Home / ମୁଖ୍ୟ ଖବର / ଉପ ମୁଖ୍ୟମନ୍ତ୍ରୀ ଙ୍କ ସହଯୋଗ ରେ ବିଜୟଙ୍କ ମର ଶରୀର କୁ ଜନ୍ମ ସ୍ଥାନ କୁ ପଠାଗଲା

ଉପ ମୁଖ୍ୟମନ୍ତ୍ରୀ ଙ୍କ ସହଯୋଗ ରେ ବିଜୟଙ୍କ ମର ଶରୀର କୁ ଜନ୍ମ ସ୍ଥାନ କୁ ପଠାଗଲା

whatsapp image 2025 08 28 at 20.47.17 933ff9fc

ପୁରୀ ୨୮/୮/୨୦୨୫ – ନି:ପ୍ର- ଆଜି ସକାଳ ୧୧ ଘଟିକା ସମୟରେ କେରଳକୁ କାର୍ଯ୍ୟ କରିବାକୁ ଯାଇଥିବା ପୁରୀ ଜିଲ୍ଲା ନିମାପଡ଼ା ବ୍ଲକ ବଡ଼ମାଛ୍ଛପୁର ଗ୍ରାମର ପ୍ରବାସୀ ଓଡ଼ିଆ ଶ୍ରମିକ ସ୍ବର୍ଗତ ବିଜୟ ନାୟକଙ୍କର ମରଶରୀର ଭୁବନେଶ୍ବର ବିଜୁ ପଟ୍ଟନାୟକ ବିମାନ ବନ୍ଦରରେ ପହଞ୍ଚି ଥିଲା।ବିମାନ ବନ୍ଦର ରେ ଉପସ୍ଥିତ ରହି ଉପ ମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡା ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ସହ ତାଙ୍କ ଶୋକ ସନ୍ତପ୍ତ ପରିବାର ସଦସ୍ୟ ଙ୍କୁ ସମବେଦନା ଜଣାଇଥିଲେ।ସ୍ବର୍ଗତ ନାୟକ ଙ୍କ ମୃତ୍ୟୁ ପରେ ତାଙ୍କ ମରଶରୀରକୁ କେରଳରୁ ଆଣିବା ପାଇଁ ଉପ ମୁଖ୍ୟମନ୍ତ୍ରୀ ଶ୍ରୀମତୀ ପରିଡା ଉଦ୍ୟମ କରିଥିଲେ।ଆଜି ସ୍ବର୍ଗତ ନାୟକ ଙ୍କ ମର ଶରୀର ପହଞ୍ଚିବା ପରେ ତାଙ୍କ ଭାଇ ଶ୍ରୀ ପପ୍ପୁ ନାୟକ ଏବଂ ତାଙ୍କ ଗ୍ରାମବାସୀ ଙ୍କୁ ବିମାନ ବନ୍ଦର ଠାରେ ଉପ ମୁଖ୍ୟମନ୍ତ୍ରୀ ଙ୍କ ଉପସ୍ଥିତି ରେ ହସ୍ତାନ୍ତର କରାଯାଇଥିଲା।ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସ୍ବର୍ଗତ ନାୟକ ଙ୍କ ବିୟୋଗରେ ଶୋକ ବ୍ୟକ୍ତ କରିବା ସହ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠି ରୁ ଶୋକ ସନ୍ତପ୍ତ ପରିବାର ପାଇଁ ୪ ଲକ୍ଷ ଟଙ୍କାର ସହାୟତା ରାଶି ଘୋଷଣା କରିଛନ୍ତି। ଶ୍ରମ ଓ କର୍ମଚାରୀ ରାଜ୍ୟ ବୀମା ବିଭାଗ ତରଫରୁ ଶ୍ରମ ଆୟୁକ୍ତ, ପୁରୀ ଜିଲ୍ଲାପାଳ ଦିବ୍ୟ ଜ୍ୟୋତି ପରିଡାଙ୍କ ନିର୍ଦ୍ଦେଶ କ୍ରମେ ଖୋର୍ଦ୍ଧା ଜିଲ୍ଲା ଶ୍ରମ ଅଧିକାରୀ ପ୍ରଭାକର ବିଶ୍ଵାଳ, ପୁରୀ ପ୍ରଭାଗୀୟ ଶ୍ରମ ଆୟୁକ୍ତ ଚୌଧୁରୀ ସୁବ୍ରତ କୁମାର ଜେନା,ସହକାରୀ ଶ୍ରମ ଅଧିକାରୀ ଚିନ୍ମୟ ପ୍ରିୟଦର୍ଶୀ, ପ୍ରିୟଙ୍କା ପ୍ରିୟଦର୍ଶିନୀ, ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦର ପର୍ଯ୍ୟଟନ ଅଧିକାରୀ ଶ୍ରୀମତୀ ମଧୁସ୍ମିତା ଶୁକ୍ଲା ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ।ସ୍ବର୍ଗତ ନାୟକ ଙ୍କ ମରଶରୀର କୁ ଆମ୍ବୁଲାନ୍ସ ଯୋଗେ ପରିବାର ସହ ତାଙ୍କ ବାସସ୍ଥାନ କୁ ପ୍ରେରଣ କରାଯାଇଥିଲା।

SPREAD YOUR LOVE WITH YOUR FRIENDS AND FAMILY

Leave a Reply