Home / ମୁଖ୍ୟ ଖବର / ପୁରୀ ରେ ପଥୋତ୍ସବ ଅନୁଷ୍ଠିତ- ବିବିଧ କାର୍ଯ୍ୟକ୍ରମ କୁ ଉପଭୋଗ କଲେ ହଜାର ହଜାର ଦର୍ଶକ

ପୁରୀ ରେ ପଥୋତ୍ସବ ଅନୁଷ୍ଠିତ- ବିବିଧ କାର୍ଯ୍ୟକ୍ରମ କୁ ଉପଭୋଗ କଲେ ହଜାର ହଜାର ଦର୍ଶକ

whatsapp image 2025 08 28 at 20.48.00 5c16550d

ପୁରୀ ୨୮/୮/୨୦୨୫ ନିପ୍ର:- ପୁରୀ ପୌରପାଳିକା ଆସନ୍ତା ୩୧ ତାରିଖରେ ପାଳନ କରିବାକୁ ଯାଉଛି ସ୍ବାୟତ ଶାସନ ଦିବସ।ଏହାର ଅବ୍ୟବହିତ ପୂର୍ବରୁ ଆରମ୍ଭ ହୋଇଛି ସପ୍ତାହ ବ୍ୟାପି ବିବିଧ କାର୍ଯ୍ୟକ୍ରମ।ତାହାର ଅଂଶ ସ୍ବରୂପ ଆଜି ପ୍ରତ୍ୟୁଷରୁ ସୁଭାଷ ବୋଷ ଛକ ଠାରୁ ହରିହର ଛକ ପର୍ଯ୍ୟନ୍ତ ଆରମ୍ଭ ହୋଇଥିଲା ରାହାଗିରି ବା ପଥୋତ୍ସବ।ଏହି କାର୍ଯ୍ୟକ୍ରମ ରେ ଜିଲ୍ଲାପାଳ ଦିବ୍ଯ ଜ୍ୟୋତି ପରିଡା ଯୋଗ ଦେଇ କଳାକାର ମାନଙ୍କୁ ଉତ୍ସାହିତ କରିବା ସହ ପ୍ରତିଭା ପ୍ରଦର୍ଶନ ଓ ନିଜର ପରିଚୟ ସୃଷ୍ଟି ପାଇଁ ପଥୋତ୍ସବ ଏକ ଉନ୍ନତ ମାଧ୍ୟମ ବୋଲି କହିଥିଲେ।

whatsapp image 2025 08 28 at 20.48.00 4e7c4612

ବିବିଧ କାର୍ଯ୍ୟକ୍ରମ ପରିବେଷଣ କରୁଥିବା କଳାକାର ଓ ଦଳ ମାନେ ନିଜର ଦକ୍ଷତା ଓ ନିଷ୍ଠା ବଳରେ ଜିଲ୍ଲା ପାଇଁ ସମ୍ବଳ ହୋଇ ବାହାରିବେ ବୋଲି ଜିଲ୍ଲାପାଳ ଆଶା ପ୍ରକାଶ କରିଥିଲେ।ଏହି କାର୍ଯ୍ୟକ୍ରମ ରେ ଅତିରିକ୍ତ ଜିଲ୍ଲାପାଳ ପ୍ରଶାସନ ଶରତ ଚନ୍ଦ୍ର ବେହେରା,ଅତିରିକ୍ତ ଜିଲ୍ଲାପାଳ ପ୍ରୋଟୋକଲ ନିଳମାଧବ ଭୋଇ,ଉପ ଜିଲ୍ଲାପାଳ ରାଜ କିଶୋର ଜେନା,ସୂଚନା ଓ ଲୋକ ସମ୍ପର୍କ ଉପ ନିର୍ଦ୍ଦେଶକ ସନ୍ତୋଷ କୁମାର ସେଠୀ, ଶିଶୁ ସୁରକ୍ଷା ଅଧିକାରୀ ମନୋଜ କୁମାର ତ୍ରିପାଠୀ,ପୌରପାଳିକା ସହକାରୀ ଯନ୍ତ୍ରୀ ଦେବବ୍ରତ ଷଡ଼ଙ୍ଗୀ, ଅତିରିକ୍ତ ପୌର ନିର୍ବାହୀ ଅଧିକାରୀ ଅରଜିତ ନାୟକ, ଏନଫୋର୍ସମେଣ୍ଟ ଅଧିକାରୀ ସ୍ବାଧୀନ ବିଶ୍ୱାଳ,ଅନ୍ୟାନ୍ୟ ଅଧିକାରୀ ଓ କର୍ମଚାରୀ ମାନେ ଯୋଗ ଦେଇ ସହଯୋଗ କରିଥିଲେ।ପୌର ନିର୍ବାହୀ ଅଧିକାରୀ ଅଭିମନ୍ୟୁ ବେହେରା ସମସ୍ତ କାର୍ଯ୍ୟ କୁ ତତ୍ତ୍ୱାବଧାନ ସହ ପରିଚାଳନା କରିଥିଲେ।ନୃତ୍ୟ, ସଂଗୀତ, ଯୋଗ, ସାଇକେଲିଂ,ସଡକ ସୁରକ୍ଷା, ବୃକ୍ଷ ରୋପଣ ଇତ୍ୟାଦି ସଚେତନତା ସୃଷ୍ଟି,ପେଣ୍ଟିଂ, ରଙ୍ଗୋଲୀ, ବିଜ୍ଞାନ ଭିତ୍ତିକ ପ୍ରକଳ୍ପ ପ୍ରଦର୍ଶନ, ବଭିନ୍ନ ଖାଦ୍ୟ ପ୍ରସ୍ତୁତି ଇତ୍ୟାଦି ପ୍ରଦର୍ଶନ କରାଯାଇଥିଲା।

whatsapp image 2025 08 28 at 20.49.04 69707232

ସେହିପରି ସରକାରଙ୍କ ବିଭିନ୍ନ ଜନ କଲ୍ୟାଣ କାରୀ ଯୋଜନା ଓ କାର୍ଯ୍ୟକ୍ରମ ସମ୍ପର୍କରେ ଲୋକ ମାନଙ୍କୁ ସଚେତନ କରାଯିବା ପାଇଁ ଏହି କାର୍ଯ୍ୟକ୍ରମ ମାଧ୍ୟମରେ ବ୍ୟବସ୍ଥା କରାଯାଇଥିଲା। ସାଂସ୍କୃତିକ ମଞ୍ଚରେ ଓଲିଉଡ ଗାୟିକା ସୁଜ୍ଞାନୀ ମହାପାତ୍ର, ଗାୟକ ମୃଣ୍ମୟ ଚିତ୍ତାକର୍ଷକ ସଙ୍ଗୀତ ପରିବେଷଣ କରିଥିବାବେଳେ ଶିବାନା ଓ ଗେଡାନା ଭାବରେ ପରିଚିତ ଧାରାବାହିକ ଅଭିନେତା ଆକର୍ଷଣୀୟ ଅଭିନୟ ପ୍ରଦର୍ଶନ କରିଥିଲେ I ଉପସ୍ଥାପିକା ତଥା ଅଭିନେତ୍ରୀ ଅଙ୍କିତା ମହାନ୍ତି,ପୀୟୁଷ ଏବଂ ଶ୍ୟାମ ପ୍ରକାଶ ସେନାପତି ମଞ୍ଚ ସଞ୍ଚାଳନ କରିଥିଲେ I

SPREAD YOUR LOVE WITH YOUR FRIENDS AND FAMILY

Leave a Reply