ନୟାଗଡ, ୩୧/୦୮/୨୦୨୫ – ଭାସ୍କର ଚନ୍ଦ୍ର ସ୍ବାଇଁ – ନୟାଗଡ଼ରେ ପୂର୍ବାହ୍ନ ୧୦ ଘଣ୍ଟା ସମୟରେ ସ୍ଥାନୀୟ ଖଣ୍ଡପଡ଼ା ରୋଡ଼ ସ୍ଥିତ ନୀଳମାଧବ ହୋଟେଲରେ ସୃଜନିକା ପରିଷଦ ତରଫରୁ ଡ୍ୟାନ୍ସ ନୟାଗଡ ଡ୍ୟାନ୍ସ କାର୍ଯକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହାକୁ ନୟାଗଡ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଇଂ ଦେବାଶିଷ ପଟ୍ଟନାୟକ ଉଦଘାଟନ କରିଥିଲେ।

ବିଚାରକ ଭାବେ ବରିଷ୍ଠ ନାଟ୍ୟ ନିର୍ଦ୍ଦେଶକ ଭଗବତୀ ଚରଣ ପଟ୍ଟନାୟକ, ଅଧ୍ୟାପକ ଡ଼. ଆଶୁତୋଷ ମିଶ୍ର, ଓ ପ୍ରଦୀପ କୁମାର ମହାପାତ୍ର ଯୋଗ ଦେଇଥିଲେ। ଉଦ୍ ଘାଟକ ଶ୍ରୀ ପଟ୍ଟନାୟକ ନୟାଗଡର କଳା , ସାହିତ୍ୟ ଓ ସଂସ୍କୃତି ଉପରେ ଆଲୋକପାତ କରି କହିଥିଲେ ଯେ ନୟାଗଡ ଗୋଟିଏ ଐତିହ ଓ ସଂସ୍କୃତି ସଂପନ୍ନ ଜିଲ୍ଲା । ସାହିତ୍ୟ, ସଙ୍ଗୀତ ଓ ନୃତ୍ୟ କୌଣସି ଦିଗରେ ନୟାଗଡ ଜିଲ୍ଲା ପଛରେ ପଡ଼ିବ ନାହିଁ। ଏ ସବୁରେ ନୟାଗଡ ଆଗୁଆ ।ଏହି କାର୍ଯ୍ୟକ୍ରମରେ ୨୦ ଜଣ ପ୍ରତିଯୋଗୀ ସେମି ଫାଇନାଲକୁ ଯୋଗ୍ୟ ବିବେଚିତ ହୋଇଛନ୍ତି ଏବଂ ଆଗାମୀ ୨୧ ତାରିଖ ରବିବାର ଦିନ ଡ୍ୟାନ୍ସ ନୟାଗଡ ଡ୍ୟାନ୍ସର ଫାଇନାଲ ଅନୁଷ୍ଠିତ ହେବ ବୋଲି ସୃଜନିକାର ସଚିବ ଡ଼. ନିର୍ମଳ ଚନ୍ଦ୍ର ଶୂରଦେଓ ପ୍ରକାଶ କରିଛନ୍ତି । କ୍ଷଣପ୍ରଭା କର ଏହାକୁ ସଂଯୋଜନା କରିଥିବା ବେଳେ ଡ଼. ନିର୍ମଳ ଚନ୍ଦ୍ର ଶୂରଦେଓ ଏହାକୁ ପରିଚାଳନା କରିଥିଲେ।











