Home / ମୁଖ୍ୟ ଖବର / ରାଜ୍ୟସ୍ତରୀୟ ଟାଇକୋଣ୍ଡ ପ୍ରତିଯୋଗିତାରେ ନୟାଗଡ ଜିଲ୍ଲାକୁ ୨ ସ୍ବର୍ଣ୍ଣ, ୩ ରୌପ୍ୟ ଏବଂ ୨ କାଂସ୍ୟ ପଦକ ।

ରାଜ୍ୟସ୍ତରୀୟ ଟାଇକୋଣ୍ଡ ପ୍ରତିଯୋଗିତାରେ ନୟାଗଡ ଜିଲ୍ଲାକୁ ୨ ସ୍ବର୍ଣ୍ଣ, ୩ ରୌପ୍ୟ ଏବଂ ୨ କାଂସ୍ୟ ପଦକ ।

ନୟାଗଡ଼,ତା-୨୮.୪.୨୬ରିଖ- ଭାସ୍କର ଚନ୍ଦ୍ର ସ୍ୱାଇଁଙ୍କ ରିପୋର୍ଟ- କଟକର ଜବାହରଲାଲ ନେହେରୁ ଇଣ୍ଡୋର ଷ୍ଟାଡିୟମରେ ୩ୟ ରାଜ୍ୟସ୍ତରୀୟ ଓପନ ଟାଇକୋଣ୍ଡ ଚାମ୍ପିୟନସିପ ୨୦୨୬ ଚଳିତ ଏପ୍ରିଲ ମାସ ୨୪ତାରିଖ ଠାରୁ ୨୬ତାରିଖ ମଧ୍ଯରେ ଅନୁଷ୍ଠିତ ହୋଇଯାଇଛି। ଏହି ପ୍ରତିଯୋଗିତାରେ ନୟାଗଡ ମାର୍ଶାଲ ଆର୍ଟ ଏକାଡେମୀର ମୋଟ ୭ ଜଣ ଖେଳାଳି ତଥା ଟିମ୍ କୋଚ୍ ଶ୍ରୀ ଶିବାନନ୍ଦ ରାୟଗୁରୁ ତଥା ଟିମ୍ ମ୍ୟାନେଜର ଶ୍ରୀ ସୌମ୍ୟରଞ୍ଜନ ସାହୁ ଏବଂ ଜାତୀୟ ରେଫରୀ ଶ୍ରୀ ଆଶିସ୍ ଓମ ପ୍ରକାଶ ଭାଗ ନେଇଥିଲେ। ସେଥିମଧ୍ୟରୁ କ୍ୟାଡେଟ ବିଭାଗରେ ଶାଶ୍ଵତ ସମ୍ବିତ ପ୍ରଧାନ ସ୍ବର୍ଣ୍ଣପଦକ, ଅଜିତେସ ପ୍ରଧାନ ରୌପ୍ୟପଦକ, ଶ୍ରୀୟାସି ସାହୁ ରୌପ୍ୟପଦକ ଏବଂ ଅଖିଳେଶ ମହାନ୍ତି କାଂସ୍ୟ ପଦକ ହାସଲ କରିଥିବା ବେଳେ ସବ-ଜୁନିୟର ବିଭାଗରେ ପ୍ରିତମ ପିୟୁସ ମିଶ୍ର ସ୍ବର୍ଣ୍ଣପଦକ, ଏସ ମମରାଜ ସାହିବ ରୌପ୍ୟପଦକ ଏବଂ ଦେବାଶିଷ ପ୍ରଧାନ କାଂସ୍ୟପଦକ ହାସଲ କରି ମୋଟ ୭ଟି ପଦକ ଆଣି ନୟାଗଡ ଜିଲ୍ଲାକୁ ଗୌରବାନ୍ବିତ କରିବା ସହିତ ଅଭିଭାବକ ତଥା ଖେଳପ୍ରେମୀ ମାନଙ୍କ ମଧ୍ଯରେ ଆନନ୍ଦ ଲହରୀ ଖେଳିଯାଇଛି। ନୟାଗଡ ଜିଲ୍ଲା ଟାଇକୋଣ୍ଡ ସଂଘର ସାଧାରଣ ସମ୍ପାଦକ ମାଷ୍ଟର ପ୍ରଦୀପ ଜେନା ଖେଳାଳିମାନଙ୍କୁ ଅଭିନନ୍ଦନ ଜଣାଇଥିବା ନେଇ ନୟାଗଡ ମାର୍ଶାଲ ଆର୍ଟ ଏକାଡେମୀର ମୂଖ୍ଯ ପ୍ରଶିକ୍ଷକ ତଥା ପ୍ରତିଷ୍ଠାତା ମାଷ୍ଟର ଭବାନୀ ଶଙ୍କର ରାୟଗୁର ସୂଚନା ଦେଇଛନ୍ତି ।

SPREAD YOUR LOVE WITH YOUR FRIENDS AND FAMILY

Leave a Reply