Home / ମୁଖ୍ୟ ଖବର / ପୁସ୍ତକ “ଅନ୍ନଦା” ର ଲୋକାର୍ପଣ

ପୁସ୍ତକ “ଅନ୍ନଦା” ର ଲୋକାର୍ପଣ

whatsapp image 2025 08 29 at 20.31.28 ac9f999a

ପୁରୀ ତା 29/8/25 – ଶ୍ରୀମନ୍ଦିର ସମ୍ମୁଖ ସିଂହଦ୍ଵାର ଶୁକ୍ରବାର ଅନ୍ନପୂର୍ଣ୍ଣା ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ଆଜି ଶ୍ରୀମନ୍ଦିର ପରିଚାଳନା କମିଟି ର ନୂତନସଦସ୍ୟ ମାନଙ୍କୁ ପ୍ରଥମ କରି ଶ୍ରୀମନ୍ଦିର ସିଂହଦ୍ଵାର ଠାରେ ସମ୍ବର୍ଦ୍ଧିତ କରାଯାଇଥିଲା।ଅନୁଷ୍ଠାନ ର ପ୍ରତିଷ୍ଠାତା ଡକ୍ଟର ପ୍ରମୋଦ କୁମାର ଆଚାର୍ଯ୍ୟ ଡକ୍ଟର ସିଦ୍ଧେଶ୍ୱର ମହାପାତ୍ର,ପୂଜାପଣ୍ଡା ସାମନ୍ତ ଜଗନ୍ନାଥ ପୂଜାପଣ୍ଡା,ବରିଷ୍ଠ ସିଂହାରୀ ସେବକ ମଧୁସୂଦନ ସିଂହାରୀ,ବଳରାମ କୋଟ ର ମଠାଧୀଶ ପୂଜ୍ୟ ରଘୁବୀର ଦାସ ମହାରାଜ ଙ୍କୁ ସମ୍ବର୍ଦ୍ଧିତ କରିଥିଲେ।ତରୁଣ କବି ଦାମୋଦର ପରିଡ଼ା ଅତିଥି ଙ୍କ ପରିଚୟ ପ୍ରଦାନ ଓ ସ୍ବାଗତ ଭାଷଣ ଦେଇଥିଲେ। କାର୍ଯ୍ୟକ୍ରମରେ ବରିଷ୍ଠ ସେବାୟତ ତଥା ବିଶ୍ବହିନ୍ଦୁ ପରିଷଦ ର ସର୍ବଭାରତୀୟ ପୂଜକ ଅର୍ଚ୍ଚକ ବିଭାଗ ର ଉପସଭାପତି ଦୋଳ ଗୋବିନ୍ଦ ପଣ୍ଡା,ପ୍ରସନ୍ନ ମିଶ୍ର, ଙ୍କ ସହ ପୁରୀ ସହର ର ବହୁ ମାନଗନ୍ୟ ବ୍ୟକ୍ତି ତଥା ଶୁଭେଚ୍ଛୁ ଉପସ୍ଥିତ ଥିଲେ। ଗୁଣ୍ଡିଚା ମନ୍ଦିର ନିକଟରେ 2008 ମସିହା ଠାରୁ ସାଧୁ,ସନ୍ଥ,ବାବାଜୀ ବୈଷ୍ଣବ,ଭୋକିଲା ଲୋକମାନଙ୍କୁ ଅନ୍ନ ଦାନ ଆଜି ପର୍ଯ୍ୟନ୍ତ ଚାଲୁ ଅଛି। ଟ୍ରଷ୍ଟ ଦ୍ବାରା ଭାଗବତ ଗ୍ରନ୍ଥ 200 ଗ୍ରାମରେ ନିତ୍ୟ ପାଠ ପାଇଁ ବଣ୍ଟନ, ବୃକ୍ଷ ରୋପଣ,ସ୍ବାସ୍ଥ୍ୟ ସେବା,ଗରିବ ମେଧାବୀ ଛାତ୍ରଛାତ୍ରୀ ଙ୍କୁ ନିଶୁଳ୍କ ବିଦ୍ୟାଦାନ,ପ୍ରାକୃତିକ ବିପର୍ଯ୍ୟୟ ସମୟରେ ସହାୟତା ଇତ୍ୟାଦି କାର୍ଯ୍ୟ ଚାଲୁଅଛି। ଏହି ଅବସରରେ ଅନୁଷ୍ଠାନ ର ବାର୍ଷିକ ବିଶେଷାଙ୍କ “ଅନ୍ନଦା” ର ଶୁଭ ଲୋକାର୍ପଣ ଅତିଥି ମାନଙ୍କ ଦ୍ଵାରା ଆୟୋଜିତ ହୋଇଥିଲା। ସମସ୍ତ କାର୍ଯ୍ୟକୁ ଅନୁଷ୍ଠାନ ର ସମ୍ପାଦିକା ଶ୍ରୀମତୀ ଅନ୍ନପୂର୍ଣ୍ଣା ପାଣି, ପ୍ରତାପ ଚନ୍ଦ୍ର ଦାସ, କିରଣ କୁମାର ସାହୁ,ଡକ୍ଟର ନାରାୟଣ ପତି,ପୂର୍ଣ୍ଣ ଚନ୍ଦ୍ର ସାହୁ,ସ୍ଥିତପ୍ରଜ୍ଞ ଜେନା,ଅନିଲ ସାହୁ , ବରିଷ୍ଠ ସେବାୟତ ରବିନାରାୟଣ ଦାସ, ଶ୍ରୀମତୀ ଦିନମଣି ବଳ, କବି ପ୍ରଶାନ୍ତ ତ୍ରିପାଠୀ, ସଂଗ୍ରାମ କେଶରୀ ମହାପାତ୍ର, ପରିଚାଳନା କରିଥିଲେ। ଅନୁଷ୍ଠାନ ପକ୍ଷରୁ ସମସ୍ତଙ୍କୁ କୃତଜ୍ଞତା ଜ୍ଞାପନ କରି କାର୍ଯ୍ୟକ୍ରମ ସମାପ୍ତ ହୋଇଥିଲା।

SPREAD YOUR LOVE WITH YOUR FRIENDS AND FAMILY

Leave a Reply