Home / ମୁଖ୍ୟ ଖବର / ସୁସ୍ଥ ଓ ଫିଟ ରହିବାକୁ ସାଇକେଲ ଚାଳନା ଏକ ସୁନ୍ଦର ଅଭ୍ୟାସ: ସାଂସଦ ଡା ପାତ୍ର।

ସୁସ୍ଥ ଓ ଫିଟ ରହିବାକୁ ସାଇକେଲ ଚାଳନା ଏକ ସୁନ୍ଦର ଅଭ୍ୟାସ: ସାଂସଦ ଡା ପାତ୍ର।

whatsapp image 2025 08 31 at 19.05.07 3383b9de

ପୁରୀ ୩୧/୮ ନିଜକୁ ସୁସ୍ଥ, ନୀରୋଗ ଓ ଫିଟ ରଖିବାକୁ ସାଇକେଲ ଚାଳନା ଏକ ସୁନ୍ଦର ଅଭ୍ୟାସ।ପ୍ରଧାନମନ୍ତ୍ରୀ ଙ୍କ ଫିଟ ଇଣ୍ଡିଆ ଅଭିଯାନ ପାଇଁ ତଥା ନିଜକୁ ସୁସ୍ଥ ରଖିବା ପାଇଁ ଯୋଗ, ପ୍ରାଣାୟମ ଭଳି ସାଇକେଲ ଚାଳନାରେ ସାମିଲ ହେବାକୁ ଆହ୍ବାନ ଦେଇଛନ୍ତି ପୁରୀ ଲୋକ ସଭା ସାଂସଦ ଡା ସମ୍ବିତ ପାତ୍ର।ଆଜି ସ୍ବାୟତ୍ତ ଶାସନ ଦିବସ ଓ ଜାତୀୟ କ୍ରିଡା ଦିବସର ତିନି ଦିନିଆ କାର୍ଯ୍ୟକ୍ରମ ର ଅନ୍ତିମ ଦିବସ ରେ ଏକ ବିଶାଳ ସାଇକେଲ ଶୋଭାଯାତ୍ରା ପୁରୀ ପୌରପାଳିକା ଓ କ୍ରିଡା କାର୍ଯ୍ୟାଳୟ ପକ୍ଷରୁ ଅନୁଷ୍ଠିତ ହୋଇଥିଲା।

whatsapp image 2025 08 31 at 19.05.07 27e49363

ଏହାକୁ ଉଦଘାଟନ କରି ସାଂସଦ ଡା ପାତ୍ର ପ୍ରତ୍ୟେକ କିଛି ନା କିଛି କାର୍ଯ୍ୟ କଳାପ ମାଧ୍ୟମରେ ନିଜକୁ ଫିଟ ରଖିବା ଉଚିତ।ଚଳିତ ବର୍ଷ ସେପ୍ଟେମ୍ବର ୨୧ରୁ ଆରମ୍ଭ ହେଉଥିବା ସାଂସଦ ଖେଳ ମହୋତ୍ସବ ପାଇଁ ପଞ୍ଜିକରଣ କରିବା ପାଇଁ ସେ ସମସ୍ତଙ୍କୁ ପରାମର୍ଶ ଦେଇଥିଲେ।ଅନ୍ୟ ମାନଙ୍କ ମଧ୍ୟରେ ଅତିରିକ୍ତ ଜିଲ୍ଲାପାଳ ପ୍ରଶାସନ ଶରତ ଚନ୍ଦ୍ର ବେହେରା,ପୌର ନିର୍ବାହୀ ଅଧିକାରୀ ଅଭିମନ୍ୟୁ ବେହେରା, ଜିଲ୍ଲା କ୍ରିଡା ଅଧିକାରୀ ଚନ୍ଦନ କୁମାର ସାହୁ, ସୂଚନା ଓ ଲୋକ ସମ୍ପର୍କ ଉପ ନିର୍ଦ୍ଦେଶକ ସନ୍ତୋଷ କୁମାର ସେଠୀ, ଜିଲ୍ଲା ସଂସ୍କୃତି ଅଧିକାରୀ ହେମନ୍ତ ବେହେରା, ଖୋ ଖୋ କ୍ରିଡା ର ବରିଷ୍ଠ ପ୍ରଶିକ୍ଷକ ସଞ୍ଜୀବ ଶର୍ମା,ବିଭିନ୍ନ ବିଭାଗର କ୍ରିଡା କୋଚ ଓ ଛାତ୍ର ଛାତ୍ରୀ ମାନେ ଯୋଗ ଦେଇଥିଲେ।ଏହି ଶୋଭାଯାତ୍ରା ତାଳବଣିଆ ସ୍ପୋର୍ଟ୍ସ କମ୍ଲେକ୍ସ ଠାରୁ ବାହାରି ସିଟି ରୋଡ ଦେଇ ଗାନ୍ଧୀ ପାର୍କ ଠାରେ ପହଞ୍ଚିଥିଲା।

SPREAD YOUR LOVE WITH YOUR FRIENDS AND FAMILY

Leave a Reply