Home / ମୁଖ୍ୟ ଖବର / ସ୍ବାୟତ୍ତ ଶାସନ ଦିବସ ଅବସରରେ ଜାତୀୟ ପତାକା ଉତ୍ତୋଳନ

ସ୍ବାୟତ୍ତ ଶାସନ ଦିବସ ଅବସରରେ ଜାତୀୟ ପତାକା ଉତ୍ତୋଳନ

whatsapp image 2025 08 31 at 19.07.53 2b9134e9

ପୁରୀ ୩୧/୮ ସ୍ବାୟତ୍ତ ଶାସନ ଦିବସ ପାଳନ ଅବସରରେ ପୁରୀ ପୌରପାଳିକା କାର୍ଯ୍ୟାଳୟ ଠାରେ ଆଜି ପୂର୍ବାହ୍ନରେ ପୁରୀ ଲୋକ ସଭା ସାଂସଦ ଡା ସମ୍ବିତ ପାତ୍ର ଜାତୀୟ ପତାକା ଉତ୍ତୋଳନ କରିଥିଲେ।ପୂର୍ବରୁ ଗାନ୍ଧି ଘାଟରେ ଥିବା ମହାତ୍ମାଗାନ୍ଧୀ ଙ୍କ ପ୍ରତିମୂର୍ତ୍ତି ରେ ସାଂସଦ ଡା ପାତ୍ର ମାଲ୍ୟାର୍ପଣ କରିବା ସହ ଆମ ଦେଶର ସ୍ବାଧୀନତା,ସୁରକ୍ଷା ଓ ଅଖଣ୍ଡତା ପାଇଁ ନାଗରିକ ମାନଙ୍କ ସହଭାଗିତା ଯେତିକି ଜରୁରୀ, ନିଜ ପରିସର କୁ ସ୍ବଛ ଓ ପରିଷ୍କାର ରଖିବା ମଧ୍ୟ ସେତିକି ଜରୁରୀ ବୋଲି କହିଥିଲେ।ମହାତ୍ମାଗାନ୍ଧୀ ସର୍ବଦା ସ୍ବଛତା କୁ ଗୁରୁତ୍ୱ ଦେଉଥିଲେ।

whatsapp image 2025 08 31 at 19.07.53 7b3dd2f5

ସ୍ବଛତା ବାର୍ତ୍ତା ରେ ତାଙ୍କ ଚଷମା ର ଉପସ୍ଥିତି ଆମର କାର୍ଯ୍ୟ କୁ ଅନୁଧ୍ୟାନ କରୁଛି ବୋଲି ଡା ପାତ୍ର କହିବା ସହ ପ୍ରତିବଦ୍ଧ ଓ ଉତ୍ତରଦାୟୀ ଭାବ ସ୍ବଛତା ରେ ସାମିଲ ପାଇଁ ସେ ପରାମର୍ଶ ଦେଇଥିଲେ।ଅନ୍ୟ ମାନଙ୍କ ମଧ୍ୟରେ ଅତିରିକ୍ତ ଜିଲ୍ଲାପାଳ ପ୍ରଶାସନ ଶରତ ଚନ୍ଦ୍ର ବେହେରା, ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ପ୍ରିୟରଞ୍ଜନ ପୃଷ୍ଟି, ପୌର ନିର୍ବାହୀ ଅଧିକାରୀ ଅଭିମନ୍ୟୁ ବେହେରା, ସୂଚନା ଓ ଲୋକ ସମ୍ପର୍କ ଉପ ନିର୍ଦ୍ଦେଶକ ସନ୍ତୋଷ କୁମାର ସେଠୀ, କ୍ରିଡା ଅଧିକାରୀ ଚନ୍ଦନ କୁମାର ସାହୁ, ସଂସ୍କୃତି ଅଧିକାରୀ ହେମନ୍ତ ବେହେରା, ପୌରପାଳିକା ର ସମସ୍ତ ଅଧିକାରୀ, କର୍ମଚାରୀ, କ୍ରିଡା ଛାତ୍ରାବାସର ଅନ୍ତେବାସୀ, ଛାତ୍ର ଛାତ୍ରୀ ପ୍ରମୁଖ ଯୋଗ ଦେଇଥିଲେ।

SPREAD YOUR LOVE WITH YOUR FRIENDS AND FAMILY

Leave a Reply