Home / ମୁଖ୍ୟ ଖବର / ପୁରୀ ଜିଲ୍ଲା ମୌଳିକ ସାକ୍ଷରତା ଓ ସଂଖ୍ୟାଜ୍ଞାନ ପ୍ରକଳ୍ପ ପରିଚାଳନା କମିଟିର ସମୀକ୍ଷା ବୈଠକ

ପୁରୀ ଜିଲ୍ଲା ମୌଳିକ ସାକ୍ଷରତା ଓ ସଂଖ୍ୟାଜ୍ଞାନ ପ୍ରକଳ୍ପ ପରିଚାଳନା କମିଟିର ସମୀକ୍ଷା ବୈଠକ

whatsapp image 2025 08 31 at 19.11.26 ff5621a0

ପୁରୀ: ପୁରୀ ଜିଲ୍ଲାପାଳ ଶ୍ରୀଯୁକ୍ତ ଦିବ୍ୟଜ୍ୟୋତି ପରିଡ଼ାଙ୍କ ଅଧ୍ୟକ୍ଷତାରେ ଜିଲ୍ଲାର ମୌଳିକ ସାକ୍ଷରତା ଓ ସଂଖ୍ୟାଜ୍ଞାନ ତଥା ନିପୁଣ ଓଡିଶା ମିଶନ ପ୍ରକଳ୍ପ ପରିଚାଳନା କମିଟିର ୨୦୨୫-୨୬ ଶିକ୍ଷା ବର୍ଷର ପ୍ରଥମ ତ୍ରୈମାସିକ ସମୀକ୍ଷା ବୈଠକ ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ପ୍ରକୋଷ୍ଠରେ ତା ୩୦.୦୮.୨୦୨୫ରିଖ ଦିନ ୧୨:୩୦ ସମୟ ରେ ଅନୁଷ୍ଠିତ ହୋଇଥିଲା। ପୁରୀ ଜିଲ୍ଲା ଶିକ୍ଷା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନ ର ଅଧକ୍ଷ ଶ୍ରୀ ସନ୍ତୋଷ କୁମାର ପରିଡ଼ା ସମସ୍ତ ସଦସ୍ୟମାନଙ୍କୁ ସ୍ବାଗତ କରିବା ସହିତ ଉକ୍ତ ବୈଠକ ର ଆଭିମୁଖ୍ୟ ତଥା ଜିଲ୍ଲା ର ସମସ୍ତ ପ୍ରାଥମିକ ବିଦ୍ୟାଳୟରେ ଶିଶୁବାଟିକା , ପ୍ରଥମ, ଦ୍ଵିତୀୟ ଓ ତୃତୀୟ ଶ୍ରେଣୀ ଗୁଡିକରେ ମୌଳିକ ସାକ୍ଷରତା ଓ ସଂଖ୍ୟାଜ୍ଞାନ ତଥା ନିପୁଣ ଓଡିଶା କାର୍ଯ୍ୟକ୍ରମର କାର୍ଯ୍ୟକାରିତା ଏବଂ ପର୍ଯ୍ୟବେକ୍ଷଣ ସମ୍ବନ୍ଧରେ ବିଶେଷ ଆଲୋଚନା କରିଥିଲେ।

whatsapp image 2025 08 31 at 19.11.27 7afd5fa5

ଜିଲ୍ଲାପାଳ ଶ୍ରୀ ପରିଡ଼ା ନିପୁଣ ଓଡ଼ିଶା ମିଶନ କାର୍ଯ୍ୟକ୍ରମର ତୃଣମୂଳ ସ୍ତରରେ ସଠିକ୍ କାର୍ଯ୍ୟକାରିତା ଓ ପିଲାମାନଙ୍କ ଶୈକ୍ଷିକ ସ୍ଥିତି ଉପରେ ଏହାର ପ୍ରଭାବକୁ ଅନୁଧ୍ୟାନ କରିବା ନିମନ୍ତେ ପରାମର୍ଶ ଦେଇଥିଲେ। ଉକ୍ତ ବୈଠକରେ ଅତିରିକ୍ତ ଜିଲ୍ଲା ଶିକ୍ଷଧିକାରୀ ଶ୍ରୀ ଦ୍ଵିତିକାନ୍ତ ପ୍ରଧାନ,ଜିଲ୍ଲା ଶିକ୍ଷା ସଂଯୋଜକ ଶ୍ରୀ ରମେଶ ବଲ୍ଲଭ ସାହୁ, ଜିଲ୍ଲା ସୁଚନା ଓ ଲୋକ ସମ୍ପର୍କ ଉପନିର୍ଦ୍ଦେଶକ ଶ୍ରୀ ସନ୍ତୋଷ କୁମାର ସେଠୀ, ଜିଲ୍ଲା ମଙ୍ଗଳ ଅଧିକାରୀ ଶ୍ରୀ ବିକାଶ କୁମାର ମହାନ୍ତି, ଜିଲ୍ଲା ସମାଜ ଉନ୍ନୟନ ଅଧକାରିଣୀ ଶ୍ରୀମତୀ ତାନୁପ୍ରଭା ବେଉରା, ପୁରୀ ସଦର ଅତିରିକ୍ତ ବ୍ଲକ ଶିକ୍ଷାଧିକାରୀ ଶ୍ରୀ ରତ୍ନାକର ବେହେରା, ସିଆରସିସି ଶ୍ରୀ ମିହିର ମାନସିଂହ, ପ୍ରଧାନଶିକ୍ଷକ ଶ୍ରୀ ସନ୍ତୋଷ କୁମାର ତ୍ରପାଠୀ ଓ ଅକ୍ଷୟ କୁମାର ଦାଶ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ର ସଫଳ ରୁପାୟନ ନିମନ୍ତେ ସୁଚିନ୍ତିତ ମତବ୍ୟକ୍ତ କରିଥିଲେ। ଶେଷରେ ଜିଲ୍ଲା ଶିକ୍ଷା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନ ର ବରିଷ୍ଠ ଶିକ୍ଷକ ପ୍ରଶିକ୍ଷକ ଶ୍ରୀ ରାମକୃଷ୍ଣ ଦାସ ଧନ୍ୟବାଦ ଅର୍ପଣ କରିଥିଲେ।

SPREAD YOUR LOVE WITH YOUR FRIENDS AND FAMILY

Leave a Reply