Home / ମୁଖ୍ୟ ଖବର / ଭାଗବତକାର ଅତିବଡୀ ଜଗନ୍ନାଥ ଦାସ ଚିର ଅମର ।

ଭାଗବତକାର ଅତିବଡୀ ଜଗନ୍ନାଥ ଦାସ ଚିର ଅମର ।

whatsapp image 2025 09 01 at 18.57.41 78bb6ff7

ପୁରୀ ୧/୯ ଅତିବଡୀ ଜଗନ୍ନାଥ ଦାସଙ୍କ କାଳଜୟୀ ଓଡ଼ିଆ ଭାଗବତ ଓଡ଼ିଆ ଅସ୍ମିତାର ପ୍ରତୀକ।ଏହା ଯୁଗ ଯୁଗ କୁ ଆମ ସଂସ୍କୃତି ର ରକ୍ଷା କବଚ ପାଲଟି ଥିବ ବୋଲି ବକ୍ତା ମାନେ ମତବ୍ୟକ୍ତ କରିଛନ୍ତି।ଆଜି ପୁରୀ ସାତଲହଡି ମଠ ଠାରେ ଓଡ଼ିଆ ଭାଷା,ସାହିତ୍ୟ ଓ ସଂସ୍କୃତି ବିଭାଗ ଆନୁକୂଲ୍ୟରେ ଓଡିଶା ସାହିତ୍ୟ ଏକାଡେମୀ ପକ୍ଷରୁ ଅତିବଡୀ ଜଗନ୍ନାଥ ଦାସଙ୍କ ରାଜ୍ୟ ସ୍ତରୀୟ ଜୟନ୍ତୀ ସମାରୋହ ପାଳିତ ହୋଇଥିଲା।ଏହି ଅବସରରେ ଶ୍ରୀଜଗନ୍ନାଥ ଓ ଭାଗବତ ଧର୍ମ ଭାବନା କ୍ଷେତ୍ରରେ ଅତିବଡୀ ଜଗନ୍ନାଥ ଦାସ ଙ୍କ ଭୂମିକା ଶୀର୍ଷକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଥିଲା। ଏଥିରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଶ୍ରୀଜଗନ୍ନାଥ ସଂସ୍କୃତି ଗବେଷକ ଶୁକଦେବ ମହାନ୍ତି ଭାଗବତ ସମର୍ପଣ ଓ ଭକ୍ତି ର ସୂତ୍ର ବୋଲି କହିଥିଲେ।

whatsapp image 2025 09 01 at 18.57.42 a6871eb0

ଏହାକୁ ଏତେ ସରଳତାରେ, ଭାବରେ ଓ ସାବଲୀଳ ଭାଷାରେ ଅତିବଡୀ ଜଗନ୍ନାଥ ଦାସ ରଚନା କରିଛନ୍ତି ଯେ ଅତି ସାଧାରଣ ଲୋକ ଟିଏ ମଧ୍ୟ ଏହାକୁ ପଢି,ଶୁଣି,ବୁଝି ପ୍ରଭାବିତ ହୋଇ ପାରୁଛନ୍ତି।ଯୁଗ ଯୁଗ ପାଇଁ ଏହା ସମଗ୍ର ମାନବ ଜାତି କୁ ପ୍ରେରଣା ଦେଇ ଚାଲିଥିବ ବୋଲି ସେ କହିଥିଲେ।ଆଲୋଚକ ଭାବେ ପ୍ରବକ୍ତା ଦୟାନିଧି ତ୍ରିପାଠୀ, ନିର୍ମଳା ଫତେସିଂହ, ପଣ୍ଡିତ ବିପିନ ବିହାରୀ ମିଶ୍ର, ଭାଷ୍ୟକାର ବଦ୍ରି ମିଶ୍ର ପ୍ରମୁଖ ଯୋଗ ଦେଇ ଭାଗବତ ର ଲକ୍ଷ୍ୟ, ଉଦ୍ଦେଶ୍ୟ ଓ ଆମ ଜୀବନ ଚର୍ଯ୍ୟାରେ ଭାଗବତର ଭୂମିକା ସମ୍ପର୍କରେ ଆଲୋଚନା କରିବା ସହ ଜନ୍ମ ପୂର୍ବରୁ ମୃତ୍ୟୁ ପରେ ମଧ୍ୟ ଭାଗବତ ର ପ୍ରାସଙ୍ଗିକତା ରହିଛି ବୋଲି ସେମାନେ କହିଥିଲେ।ଓଡିଶା ସାହିତ୍ୟ ଏକାଡେମୀର ପ୍ରାକ୍ତନ ସଦସ୍ୟ ଡ କୈଳାସ ଚନ୍ଦ୍ର ଟିକାୟତରାୟ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସମାରୋହରେ ଏକାଡେମୀର ସଚିବ ଡ ଚନ୍ଦ୍ରଶେଖର ହୋତା କାର୍ଯ୍ୟକ୍ରମ ର ଆଭିମୁଖ୍ୟ ସମ୍ପର୍କରେ ଆଲୋକପାତ କରିବା ସହ ଓ ଭାଗବତ ଚିରକାଳ ଆମକୁ ଶାନ୍ତି ଓ ମୁକ୍ତି ପ୍ରଦାନ ର ମାଧ୍ୟମ ହୋଇ ଚାଲିଥିବ ବୋଲି କହିଥିଲେ।ଏକାଡେମୀର ସହ ସଚିବ ସଞ୍ଜୟ ଛୁଆଳସିଂ ପ୍ରାରମ୍ଭିକ ସୂଚନା ଦେବା ସହ ସମସ୍ତଙ୍କୁ ସ୍ବାଗତ କରିଥିଲେ ଓ ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ।ଅନ୍ୟ ମାନଙ୍କ ମଧ୍ୟରେ ସୂଚନା ଓ ଲୋକ ସମ୍ପର୍କ ଉପ ନିର୍ଦ୍ଦେଶକ ସନ୍ତୋଷ କୁମାର ସେଠୀ, ଜିଲ୍ଲା ସଂସ୍କୃତି ଅଧିକାରୀ ହେମନ୍ତ ବେହେରା ପ୍ରମୁଖ ଯୋଗ ଦେଇଥିଲେ। ପ୍ରାରମ୍ଭରେ ସିଂହଦ୍ବାର ଠାରେ ଆନୁଷ୍ଠାନିକ ପୂଜାର୍ଚ୍ଚନା ପରେ ଦୀପଦାନ କରାଯାଇଥିଲା।ପରେ ସଂକୀର୍ତ୍ତନ ଦଳ ମାନଙ୍କ ସହଯୋଗ ରେ ଏକ ଶୋଭାଯାତ୍ରା ସାତଲହଡି ମଠ ପର୍ଯ୍ୟନ୍ତ ଅଣାଯାଇଥିଲା।ମଠରେ ବଦ୍ରି ମିଶ୍ର ଙ୍କ ଦ୍ଵାରା ଭାଗବତ ପଠନ କରାଯାଇଥିଲା।ଶୋଭାଯାତ୍ରାରେ ଶ୍ରୀମନ୍ଦିର ମୁଖ୍ୟ ସୁରକ୍ଷା ଅଧିକାରୀ ହେମନ୍ତ କୁମାର ପାଢ଼ୀ ଓ ଅନ୍ୟାନ୍ୟ ସୁରକ୍ଷା କର୍ମୀ ସହଯୋଗ କରିଥିଲେ।କାର୍ଯ୍ୟକ୍ରମ ରେ ନାଚଘର ସମ୍ପାଦକ କୁମାର ଭୀମସେନ ସାହିତ୍ୟିକ କୃଷ୍ଣ ଚନ୍ଦ୍ର ରଥ, ବିପିନ ବିହାରୀ ମହାନ୍ତି,ବିଜୟଲକ୍ଷ୍ମୀ ଦାଶ ମିଶ୍ର, ରାମଚନ୍ଦ୍ର ସୁର,ବିଜୟ କୁମାର ପଣ୍ଡା, ସୁବାସ ଚନ୍ଦ୍ର ପରିଡା,ପ୍ରମୋଦ କୁମାର ପ୍ରଧାନ, ଦେବରାଜ ପ୍ରଧାନ, ପ୍ରଶାନ୍ତ କୁମାର ତ୍ରିପାଠୀ, ପ୍ରଭାକର ପ୍ରଧାନ, ଡ ପ୍ରମୋଦ କୁମାର ଆଚାର୍ଯ୍ୟ ବିଭିନ୍ନ ସଂକୀର୍ତ୍ତନ ମଣ୍ଡଳୀ ର ସଦସ୍ୟ ପ୍ରମୁଖ ଯୋଗ ଦେଇଥିଲେ।

SPREAD YOUR LOVE WITH YOUR FRIENDS AND FAMILY

Leave a Reply