Home / ମୁଖ୍ୟ ଖବର / ଜିଲ୍ଲା ସ୍ତରୀୟ ଅଭିଯୋଗ ଶୁଣାଣୀ ଅନୁଷ୍ଠିତ

ଜିଲ୍ଲା ସ୍ତରୀୟ ଅଭିଯୋଗ ଶୁଣାଣୀ ଅନୁଷ୍ଠିତ

whatsapp image 2025 09 01 at 18.58.22 8243efdc

ପୁରୀ ୧/୯ ପୁରୀ ଜିଲ୍ଲା ସ୍ତରୀୟ ଅଭିଯୋଗ ଶୁଣାଣୀ ଆଜି ସଦଭାବନା ସଭାଗୃହରେ ଅନୁଷ୍ଠିତ ହୋଇଥିଲା।ଜିଲ୍ଲାପାଳ ଦିବ୍ୟ ରଞ୍ଜନ ପରିଡା ଏଥିରେ ଅଧ୍ୟକ୍ଷତା କରିଥିଲେ।ଏଥିରେ ମୋଟ ୧୨୨ ଗୋଟି ଅଭିଯୋଗ ମିଳିଥିଲା।ସେଥିରୁ ୯୪ ଗୋଟି ବ୍ୟକ୍ତିଗତ,୨୦ ଗୋଟି ଗ୍ରାମ ସମ୍ବନ୍ଧୀୟ ଓ ୮ ଗୋଟି ମୁଖ୍ୟମନ୍ତ୍ରୀ ଙ୍କ ରିଲିଫ ପାଣ୍ଠିରୁ ସହାୟତା ସମ୍ପର୍କରେ ରହିଥିଲା।ତତକ୍ଷଣାତ ୧୬ ଗୋଟି ର ସମାଧାନ କରାଯାଇଥିଲା।ଅନ୍ୟ ଅଭିଯୋଗ ଗୁଡିକ ର ଆଇନ ଅନୁସାରେ ସମାଧାନ ପାଇଁ ସମ୍ପୃକ୍ତ ବିଭାଗ ମାନଙ୍କୁ ପ୍ରେରଣ କରାଯାଇଥିଲା।

whatsapp image 2025 09 01 at 18.58.22 75d751af

ଏହି ଶୁଣାଣୀ ରେ ଆରକ୍ଷୀ ଅଧିକ୍ଷକ ପ୍ରତୀକ ସିଂ, ଅତିରିକ୍ତ ଜିଲ୍ଲାପାଳ ପ୍ରଶାସନ ଶରତ ଚନ୍ଦ୍ର ବେହେରା, ଅତିରିକ୍ତ ଜିଲ୍ଲାପାଳ ପ୍ରୋଟୋକଲ ନିଳମାଧବ ଭୋଇ, ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ପ୍ରିୟରଞ୍ଜନ ପୃଷ୍ଟି,ପୌର ନିର୍ବାହୀ ଅଧିକାରୀ ଅଭିମନ୍ୟୁ ବେହେରା,ଉପ ଜିଲ୍ଲାପାଳ ରାଜ କିଶୋର ଜେନା, ଡେପୁଟି କଲେକ୍ଟର ମନୀଷା ଷଡ଼ଙ୍ଗୀ,ଭାରପ୍ରାପ୍ତ ଅଭିଯୋଗ ଶୁଣାଣୀ ଅଧିକାରୀ ପଞ୍ଚାନନ ପରିଜା ଓ ଅନ୍ୟ ଜିଲ୍ଲା ସ୍ତରୀୟ ଅଧିକାରୀ ମାନେ ଯୋଗ ଦେଇଥିଲେ।ସେପ୍ଟେମ୍ବର ୮ ତାରିଖରେ ପିପିଲି ବ୍ଲକ ସମ୍ମିଳନୀ କକ୍ଷରେ, ସେପ୍ଟେମ୍ବର ୧୫ ତାରିଖରେ ଡେଲାଙ୍ଗ ବ୍ଲକ ସମ୍ମିଳନୀ କକ୍ଷରେ ଓ ସେପ୍ଟେମ୍ବର ୨୨ ତାରିଖରେ ଗୋପ ବ୍ଲକ ସମ୍ମିଳନୀ କକ୍ଷରେ ଦିବା ୧୦ ଘଟିକା ସମୟରେ ଜିଲ୍ଲା ସ୍ତରୀୟ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହେବ ବୋଲି ଅଭିଯୋଗ ପ୍ରକୋଷ୍ଠ ସୂତ୍ରରୁ ପ୍ରକାଶ।

SPREAD YOUR LOVE WITH YOUR FRIENDS AND FAMILY

Leave a Reply