ପୁରୀ: ୦୨/୦୯/୨୦୨୫ -ନି:ପ୍ର – ସରକାରଙ୍କ ଦ୍ବାରା ମନୋନୀତ ଶ୍ରୀମନ୍ଦିର ପରିଚାଳନା କମିଟି ଏଣିକି ଭକ୍ତ ଓ ଭଗବାନଙ୍କ କଥା କହିବ ବୋଲି ଆଜି ନୁଆ ପରିଚାଳନା କମିଟି ସଦସ୍ୟ ଘୋଷଣା କରିଛନ୍ତି। ଓଡ଼ିଶା ର ଅନନ୍ୟ ଅନୁଷ୍ଠାନ ନିର୍ମାଲ୍ୟ ପକ୍ଷରୁ ହୋଟେଲ ହଲିଡେ ରିସୋର୍ଟ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ନାଗରିକ ସମ୍ବର୍ଦ୍ଧନା ରେ ଯୋଗଦାନ କରି ସଦସ୍ୟମାନେ, ବୟାଳିଶଟି ଅନୁଷ୍ଠାନ ପକ୍ଷରୁ ଦିଆଯାଇଥିବା ଠାକୁରଙ୍କ ଶୃଙ୍ଖଳିତ ନୀତି ସଂପାଦନ, ଭକ୍ତମାନଙ୍କ ସୁଗମ ଧାଡ଼ି ଦର୍ଶନ, ଜଗନ୍ନାଥ ସଂସ୍କୃତି ର ବ୍ୟାପକ ପ୍ରଚାର ପ୍ରସାର, ଭୂସଂପତ୍ତି ସମସ୍ୟା ର ଯୁଦ୍ଧକାଳୀନ ଭିତ୍ତିରେ ସମାଧାନ, ସେବାୟତ କଲ୍ୟାଣ ପାଇଁ ତୁରନ୍ତ ଗୁରୁକୁଳ ପ୍ରତିଷ୍ଠା, ସେବାୟତମାନଙ୍କ ଆର୍ଥିକ ଅଭିବୃଦ୍ଧି, ଶ୍ରୀମନ୍ଦିର ରେ ମୋବାଇଲ, କ୍ୟାମେରା ସମେତ ଡ୍ରୋନ ଉଡାଣ ଓ ଠାକୁରଙ୍କ ନାମରେ ଫେକ୍ ବ୍ୟବସାୟୀଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ବିଶେଷକରି ପୁରୀ ବାସିନ୍ଦାଙ୍କ ପାଇଁ ଦର୍ଶନ ର ସ୍ବତନ୍ତ୍ର ସୁବିଧା ଭଳି ପ୍ରସ୍ତାବ କୁ ମୁଖ୍ୟମନ୍ତ୍ରୀ, ଆଇନମନ୍ତ୍ରୀ, ସଂସ୍କୃତିମନ୍ତ୍ରୀ ଠାରେ ପହଞ୍ଚାଇବା ସହ ପରିଚାଳନା କମିଟି ରେ ଉପସ୍ଥାପନା କରିବେ ବୋଲି ଘୋଷଣା କରିଥିଲେ। ଶ୍ରୀଜଗନ୍ନାଥ ଧର୍ମ ସଂସ୍କୃତି ସୁରକ୍ଷା ସଂଗଠନ ଓଡ଼ିଶା ର ସଭାପତି ଡକ୍ଟର ବଦ୍ରି ମିଶ୍ରଙ୍କ ଅଧ୍ୟକ୍ଷତା ଓ ନିର୍ମାଲ୍ୟ ସଂପାଦକ ଡକ୍ଟର ବିଶ୍ଵନାଥ ମିଶ୍ରଙ୍କ ପରିଚାଳନା ରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମ ରେ ପରିଚାଳନା କମିଟି ସଦସ୍ୟ ପଣ୍ଡିତ ସିଦ୍ଧେଶ୍ୱର ମହାପାତ୍ର, ଜଗନ୍ନାଥ ପୂଜାପଣ୍ଡା ସାମନ୍ତ,ମଧୁସୂଦନ ସିଂହାରୀ, କୃଷ୍ଣଚନ୍ଦ୍ର ସାମନ୍ତରା, ରାମନାରାୟଣ ଗୋଛିକାର,ଗଣେଷ ଦାସମହାପାତ୍ର, ମହନ୍ତ ରଘୁଵୀର ଦାସ ଓ ମହେଶ କୁମାର ସାହୁଙ୍କୁ ନିର୍ମାଲ୍ୟ ସମେତ ପୁରୀ ର ଭୂସଂପତ୍ତି ସୁରକ୍ଷା ସଂଗଠନ, ପୁରୀ ବାର ଆସୋସିଏସନ, ଜାତୀୟ ସଂସ୍କୃତ ବିଶ୍ଵବିଦ୍ୟାଳୟ, ପୁରୀ ହୋଟେଲ ଆସୋସିଏସନ୍ ଶ୍ରୀଜଗନ୍ନାଥ ସଂସ୍କୃତ ବିଶ୍ଵବିଦ୍ୟାଳୟ,ମିଶନ ଓଡ଼ିଶା, ଭଏସ ଅଫ୍ କମନୱନ,ଦି ବେଲ୍, ଶ୍ରୀଶ୍ରୀ ଶ୍ରୀକ୍ଷେତ୍ର ସୂଚନା,ଜାଗାଆଖଡା ଅନୁଷ୍ଠାନ, ପୁରୀ କ୍ଲବ, ରୋଟାରୀ କ୍ଲବ, ଆପଣଙ୍କ ସେବାରେ, ଭକ୍ତି ନିର୍ମାଲ୍ୟ, ଅଭିନନ୍ଦନିକା, ସମର୍ପଣ, ଅନୁଷ୍ଠାନ ଆମର,.., ଅନ୍ନପୂର୍ଣ୍ଣା ରଂଗମଞ୍ଚ…..,ସମେତ ପୁଷ୍କର ମହାପାତ୍ର, ସୌମ୍ୟରଞ୍ଜନ ପାତ୍ର,ଜଗନ୍ନାଥ ଦାସ ମହାପାତ୍ର, ସିଦ୍ଧାର୍ଥ ରାୟ, ସୁକାନ୍ତ ପଣ୍ଡା,ପରିବେଶବିତ୍ ଅଜୟ ପ୍ରଧାନ, ଜ୍ୟୋତି ପ୍ରକାଶ ମହାପାତ୍ର ନାଟ୍ୟ ନିର୍ଦ୍ଦେଶକ ବିଶ୍ଵନାଥ ମହାପାତ୍ର, ଡକ୍ଟର ସୁଶାନ୍ତ ଶତପଥୀ, ଶିବରାମ ପ୍ରଧାନ,ପଣ୍ଡିତ ଚକ୍ରଧର କର,.ଭରତ ନାୟକ,.ରାଜେଶ୍ ମହାନ୍ତି.ବିଶ୍ଵରଞ୍ଜନ ପତି, ପ୍ରିୟରଞ୍ଜନ ରଥ,ରୁଦ୍ରପ୍ରସାଦ ମିଶ୍ର., ଦୁଷ୍ମନ୍ତ ସାହୁ,ସରୋଜ ଜେନା.ପ୍ରମୁଖ ଉପଢ଼ୌକନ, ପ୍ରଶଂସାପତ୍ର ଓ ପୁଷ୍ପମାଲ୍ୟ ପ୍ରଦାନ କରିଥିଲେ। ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ଜାତୀୟ ସଂସ୍କୃତ ବିଶ୍ଵବିଦ୍ୟାଳୟ ସଦାଶିବ ପରିସର ର ଶିକ୍ଷାବିତ୍ ପ୍ରଫେସର ପ୍ରଭାତ କୁମାର ମହାପାତ୍ର ଓ ସମ୍ମାନିତ ଅତିଥି ଭାବେ ପୁରୀ ହୋଟେଲ ଆସୋସିଏସନ୍ ର ସଂପାଦକ ରାଜକିଶୋର ପାତ୍ର ଯୋଗଦେଇ ଶ୍ରୀମନ୍ଦିର ର ସୁରକ୍ଷା ଓ ବିକାଶ, ସେବାୟତ କଲ୍ୟାଣ ଓ ଭକ୍ତ ଦର୍ଶନ ଉପରେ ଆଲୋକପାତ କରିଥିଲେ। ଏହି କାର୍ଯ୍ୟକ୍ରମ କୁ ଶ୍ୟାମପ୍ରକାଶ ସେନାପତି ସଂଯୋଜନା କରିଥିବା ବେଳେ ଧନ୍ୟବାଦ ଅର୍ପଣ କରିଥିଲେ ହେକ୍ଟର ମିଶ୍ର। ଏଥିରେ କଣ୍ଠଶିଳ୍ପୀ ରାଜେନ୍ଦ୍ର ମିଶ୍ର ଭକ୍ତି ସଂଗୀତ ପରିବେଷଣ କରିଥିବା ବେଳେ, ପରିଚାଳନା ରେ ସହଯୋଗ କରିଥିଲେ ତାପସ ନାୟକ, ଶୁଭେନ୍ଦୁ ତ୍ରିପାଠୀ ଓ ସିଲୁ ପଣ୍ଡା।
ଭାରତବର୍ଷର କୋଟି କୋଟି ଭକ୍ତଙ୍କ ପାଇଁ ସରକାର ସଂକଳ୍ପବଦ୍ଧ











