Home / ମୁଖ୍ୟ ଖବର / ପୁରୀ ରେ ଅଖିଳ ଭାରତୀୟ କଂଗ୍ରେସ କମିଟି ଦ୍ବାରା ସ୍ଥିରୀକୃତ ଜିଲ୍ଲା ସଭାପତି ଚୟନ ପ୍ରକିୟା

ପୁରୀ ରେ ଅଖିଳ ଭାରତୀୟ କଂଗ୍ରେସ କମିଟି ଦ୍ବାରା ସ୍ଥିରୀକୃତ ଜିଲ୍ଲା ସଭାପତି ଚୟନ ପ୍ରକିୟା

whatsapp image 2025 09 02 at 20.40.32 04179fc3

ପୁରୀ: ତା୦୨/୦୯/୨୦୨୫ରିଖ ନି:ପ୍ର – ପୁରୀ ସଂସ୍କୃତି ଭବନ, ଚକ୍ରତୀର୍ଥ ରୋଡ଼ ପୁରୀ ରେ ଅଖିଳ ଭାରତୀୟ କଂଗ୍ରେସ କମିଟି ଦ୍ବାରା ସ୍ଥିରୀକୃତ ଜିଲ୍ଲା ସଭାପତି ଚୟନ ପ୍ରକିୟା “ସଙ୍ଗଠନ ସୃଜନ ଅଭିଯାନ” କାର୍ଯ୍ୟକ୍ରମ କୁ ପୁରୀ ଜିଲ୍ଲା ପାଇଁ ନିଯୁକ୍ତ ପର୍ଯ୍ୟବେକ୍ଷକ କର୍ଣ୍ଣାଟକ ପ୍ରଦେଶ କଂଗ୍ରେସ କାର୍ଯ୍ୟକାରୀ ସଭାପତି ତଥା ରାଜ୍ୟସଭା ସାଂସଦ ଜି.ସି. ଚନ୍ଦ୍ରଶେଖର କାର୍ଯ୍ୟକ୍ରମ ଉଦଘାଟନ କରିଥିଲେ । ତାଙ୍କ ସହ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ପକ୍ଷରୁ ନିଯୁକ୍ତ ସହଯୋଗୀ ପର୍ଯ୍ୟବେକ୍ଷକ ପୂର୍ବତନ ମନ୍ତ୍ରୀ ଜଗନ୍ନାଥ ପଟ୍ଟନାୟକ, କୁସୁମ ପ୍ରଧାନ, ମନୋରଞ୍ଜନ ପଟ୍ଟନାୟକ ଆଦି ଉପସ୍ଥିତ ରହି ସହଯୋଗ କରିଥିଲେ ଏବଂ ସଙ୍ଗଠନ ସୃଜନ କାର୍ଯ୍ୟକ୍ରମ ଏବଂ କର୍ଣ୍ଣାଟକରେ କିପରି କଂଗ୍ରେସ ସରକାରକୁ ଆସିଲା ସଙ୍ଗଠନ ବ୍ୟବସ୍ଥା କିପରି ସୁଧାର ହୋଇପାରିବ ସେଥିପାଇଁ ସଞ୍ଜୀବନି ବାର୍ତ୍ତା ଉପସ୍ଥିତ ନେତା ଏବଂ କର୍ମୀମାନଙ୍କୁ କହିଥିଲେ ସେହିପରି ସଙ୍ଗଠନ ସୃଜନ ଅଭିଯାନ କାର୍ଯ୍ୟକ୍ରମ ବାସ୍ତବରେ ଜିଲ୍ଲା ର ସମସ୍ତ କଂଗ୍ରେସ କର୍ମୀ ଛାମୁଆ ସଂଗଠନ ର ନେତା ଙ୍କ ମତାମତ ନେଇ ଜିଲ୍ଲା ସଭାପତି ଚୟନ କରାଯିବ ନା କାହାର ସୁପାରିଶ ନା କାହାର ପ୍ରଭାବ ଏବଂ ବିନା ପକ୍ଷପାତିତା ରେ ଜିଲ୍ଲା ସଭାପତି ଚୟନ ହେବା ନେଇ ସୁନିଶ୍ଚିତ କରିଥିଲେ ।

whatsapp image 2025 09 02 at 20.40.33 097a4633

ଏବଂ ଉପସ୍ଥିତ ସାମ୍ବାଦିକ ମାନଙ୍କୁ ସଙ୍ଗଠନ ସୃଜନ ଅଭିଯାନ କାର୍ଯ୍ୟକ୍ରମ ବିଷୟରେ ସୂଚନା ପ୍ରଦାନ କରିବା ସହିତ ସାମ୍ବାଦିକ ମାନଙ୍କ ପ୍ରଶ୍ନର ଉତ୍ତର ଦେଇଥିଲେ । ସାମ୍ବାଦିକ ସମ୍ମିଳନୀରେ ରେ ପୂର୍ବତନ ପିସିସି ସଭାପତି ପ୍ରସାଦ ହରିଚନ୍ଦନ ସାମ୍ବାଦିକ ମାନଙ୍କୁ ସରଳ ଭାଷାରେ ବୁଝାଇ ଓଡ଼ିଆ ଭାଷାରେ ଅଭିଯାନ ସଂପର୍କରେ ସୂଚନା ପ୍ରଦାନ କରିଥିଲେ । ଏବଂ ପୂର୍ବତନ ମନ୍ତ୍ରୀ ରବିନ୍ଦ୍ର କୁମାର ସେଠୀ, ଭାରତୀୟ କିଷାନ କଂଗ୍ରେସ ନେତା ଅମିୟ ପଟ୍ଟନାୟକ ଏବଂ ସମସ୍ତ ବ୍ଲକ୍ ସଭାପତି ସହିତ ସମସ୍ତ ଛାମୁଆ ସଂଗଠନ ର ନେତା ଓ କର୍ମକର୍ତ୍ତା ଉପସ୍ଥିତ ରହି ପର୍ଯ୍ୟବେକ୍ଷକ ଙ୍କୁ ବ୍ୟକ୍ତିଗତ ଭାବେ ସାକ୍ଷାତ କରି ନିଜ ନିଜ ମତପୋଷଣ କରିଥିଲେ ଏବଂ ଆଶାୟୀ ଜିଲ୍ଲା କଂଗ୍ରେସ ସଭାପତି ନିଜ ନିଜ ଦରଖାସ୍ତ ପର୍ଯ୍ୟବେକ୍ଷକ ଙ୍କୁ ପ୍ରଦାନ କରିଥିଲେ ।

whatsapp image 2025 09 02 at 20.40.33 385165af

ଏବଂ ଅପରାହ୍ନ ୫ଟା ସମୟରେ ବ୍ରହ୍ମଗିରି ବିଧାନସଭା ଗସ୍ତ ରେ ପର୍ଯ୍ୟବେକ୍ଷକ ବାହାରିଥିଲେ ଆଜି ପୁରୀ ରେ ରାତ୍ରୀ ଜାପନ କରି ଆସନ୍ତା କାଲି କାକଟପୁର, ନିମାପଡ଼ା, ପିପିଲି, ସତ୍ୟବାଦୀ ବିଧାନସଭା ଗସ୍ତ କରି କର୍ମୀମାନଙ୍କ ମତାମତ ନେବେ । ଏହି ସମସ୍ତ କାର୍ଯ୍ୟକ୍ରମ ପୁରୀ ଜିଲ୍ଲା କଂଗ୍ରେସ ସଂଯୋଜକ ଇଂ ରାଜେଶ କୁମାର ମିଶ୍ର ସଂଯୋଜନା କରିଥିଲେ ଏବଂ ଅନ୍ୟମାନଙ୍କ ମଧ୍ୟରେ ପୁଷ୍କର ମହାପାତ୍ର, ଉତ୍ତମ ଆଚାର୍ଯ୍ୟ, ଜୟନାରାୟଣ ପଟ୍ଟନାୟକ, ସୁଜିତ ମହାପାତ୍ର, ବିନାୟକ ଦାସ ମହାପାତ୍ର, ନିରଞ୍ଜନ ରଥ, ବିଶ୍ବକେସନ ହରିଚନ୍ଦନ ମହାପାତ୍ର, ଉମାକାନ୍ତ ବରାଳ, ବିଦ୍ୟୃତଲତା ଆଚାର୍ଯ୍ୟ, ସରସ୍ଵତୀ ପାତ୍ର, ନିରୁପମା ପାତ୍ର, ସସ୍ମିତା ସ୍ବାଇଁ, ବିଶ୍ଵନାଥ ଦାଶ, ଅମରେନ୍ଦ୍ର ପାଇକରାୟ, ସ୍ବାଧୀନ କୁମାର ପଣ୍ଡା, ସୁକାନ୍ତ କୁମାର ପ୍ରଧାନ, କାଳୀ ପ୍ରସାଦ ନାୟକ, ରଜତ କୁମାର ସାହୁ ଆଦି ଉପସ୍ଥିତ ଥିଲେ ।

SPREAD YOUR LOVE WITH YOUR FRIENDS AND FAMILY

Leave a Reply