Home / ମୁଖ୍ୟ ଖବର / ପୁରୀରେ ରାଷ୍ଟ୍ରୀୟ ୧୦୮ କୁଣ୍ଡୀୟ ମହାଯଜ୍ଞରେ ବୃଷ୍ଟିପାତରେ ହେଲା ପୂର୍ଣ୍ଣାହୁତି

ପୁରୀରେ ରାଷ୍ଟ୍ରୀୟ ୧୦୮ କୁଣ୍ଡୀୟ ମହାଯଜ୍ଞରେ ବୃଷ୍ଟିପାତରେ ହେଲା ପୂର୍ଣ୍ଣାହୁତି

1

ପୁରୀ – ଶ୍ରୀରାମ ସୁନ୍ଦରକାଣ୍ଡ ଚାରିଟେବୁଲ ଟ୍ରଷ୍ଟ (ଗୋବିନ୍ଦ ଗୋଧାମ ଗୋଶାଳା) ଏବଂ ରାଜସ୍ଥାନର ଶ୍ରୀ ସୀତାରାମ ଦାସ ଜୀ ମହାରାଜ ବଲଡାଧାମ ବିକାଶ ସମିତି ମିଳିତ ଆନୁକୁଲ୍ୟରେ ୯ ଦିନ ଧରି ଚାଲିଥିବା ରାଷ୍ଟ୍ରୀୟ ୧୦୮ କୁଣ୍ଡୀୟ ଶ୍ରୀ ଶ୍ରୀ ୧୦୦୮ ଶ୍ରୀ ଜଗନ୍ନାଥ ପରମବ୍ରହ୍ମ ବିଶ୍ୱ କଲ୍ୟାଣ ଶାନ୍ତି ମହାଯଜ୍ଞର ପୂର୍ଣ୍ଣାହୁତି କାର୍ଯ୍ୟକ୍ରମ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଅଛି ।

ରାଜସ୍ଥାନ ସରକାରଙ୍କର ଖଣି, ଜଙ୍ଗଲ, ପରିବେଶ ଓ ଦେବସ୍ଥାନ ବିଭାଗର ପୂର୍ବତନ କ୍ୟାବିନେଟ ମନ୍ତ୍ରୀ ରାଜକୁମାର ରିଣୁୱା ମୁଖ୍ୟଅତିଥି ରୂପେ ଉପସ୍ଥିତ ରହି ପୂର୍ଣ୍ଣାହୁତି ଯଜ୍ଞରେ ସାମିଲ ହୋଇଥିଲେ । ଏହାପରେ ଗଣମାଧ୍ୟମକୁ ଭାବ ବିହ୍ୱଳ କଣ୍ଠରେ କହିଥିଲେ ରାଜସ୍ଥାନ ବଲଡାଧାମର ପ୍ରସିଦ୍ଧ ସନ୍ଥ ଶ୍ରୀ ଶ୍ରୀ ୧୦୮ ଶ୍ରୀ ସୀତାରାମ ଦାସ ଜୀ ମହାରାଜଙ୍କର ପ୍ରୟାସର ସଫଳତା ଜଗନ୍ନାଥଧାମ ପୁରୀରେ ୧୦୦ ତମ ମହାଯଜ୍ଞ ରୂପେ ଆଜି ପୂର୍ଣ୍ଣାହୁତିରେ ହଜାର ହଜାର ଦେଶବାସୀ ସାମିଲ ହୋଇ ନିଜକୁ ଧନ୍ୟ ମନେ କରୁଛନ୍ତି । ନଅ ଦିନର ମହାଯଜ୍ଞରେ ଦେବତାଗଣ ସନ୍ତୁଷ୍ଟ ହୋଇ ଭଗବାନ ଇନ୍ଦ୍ରଙ୍କ ଦ୍ୱାରା ପ୍ରତ୍ୟକ୍ଷ ଉପସ୍ଥିତିର ପ୍ରମାଣ ସ୍ୱରୁପ ବୃଷ୍ଟିପାତ କରାଇଥିଲେ । ଯାହାକି ଉପସ୍ଥିତ ଶ୍ରଦ୍ଧାଳୁମାନେ ଭକ୍ତିଭାବରେ ବିହ୍ୱଳ ହାଇଥିଲେ । ଗୋମାତାଙ୍କ ସୁରକ୍ଷା ଓ ପରିବେଶର ସୁରକ୍ଷା ପାଇଁ ଯଜ୍ଞ ଜରୁରୀ । ଏହି ଯଜ୍ଞ ଦ୍ୱାରା ପରିବେଶର ସୁରକ୍ଷା ସହିତ ଗୋମାତାଙ୍କ ସୁରକ୍ଷା ପାଇଁ ବିଶ୍ୱବାସୀଙ୍କ ମନରେ ପ୍ରେରଣା ଜାଗ୍ରତ ହେବ ଏଥିରେ ସନ୍ଦେହ ନାହିଁ । ବିଶ୍ୱକଲ୍ୟାଣ ପାଇଁ ଏଭଳି ଯଜ୍ଞ ଜଗନ୍ନାଥଧାମ ପୁରୀରେ ପ୍ରତିବର୍ଷ ହେଉ ବୋଲି ଅତିଥିମାନେ ମତପୋଷଣ କରିଥିଲେ ।

2

ଅନ୍ୟମାନଙ୍କ ମଧ୍ୟରେ ସମ୍ମାନିତ ଅତିଥିରୂପେ ଭାଜପାର ବରିଷ୍ଠନେତା ଶଙ୍କର୍ଷଣ ପରିଡା, ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗର ପୂର୍ବତନ ଅଧ୍ୟକ୍ଷା ସଂଧ୍ୟାବତୀ ପ୍ରଧାନ, ମହାରାଷ୍ଟ୍ରର ନାଗପୁର ରାମଟେକର ମହନ୍ତ ଅଜୟରାମ ଦାସ ଜୀ ମହାରାଜ, ରାଜସ୍ଥାନ ପଲସାନାର ମହାରାଜା ଶ୍ରୀ ରାମଶରଣ ଜୀ , ପୁରୀ ମହୀପ୍ରକାଶ ମଠର ମହନ୍ତ ଶୁଭାନନ୍ଦ ପୁରୀ ମହାରାଜ, ନେବଳଦାସ ମଠର ମହନ୍ତ ଡ. ରାମଚରଣ ଦାସ ଜୀ ମହାରାଜ, କଣ୍ଟାବାଞ୍ଜିର ସମାଜସେବୀ ପୱନ ଶର୍ମା, ପୁରୀ ଜିଲ୍ଲା ପଶୁ ସଂପଦ ଅଧିକାରୀ ଡ. ଶରତ ଚନ୍ଦ୍ର ବେହେରା, ଖୋର୍ଦ୍ଧା ଜିଲ୍ଲା ହଟକେଶ୍ୱର ମନ୍ଦିର ସେବାୟତ ଦୀଲ୍ଲିପ କୁମାର ପଣ୍ଡା ପ୍ରମୁଖ ଯୋଗ ଦେଇଥିଲେ ।

3

ଉପସ୍ଥିତ ଅତିଥିମାନେ ଯଜ୍ଞରେ ସାମିଲହେବା ସହିତ ରାଜସ୍ଥାନ ବଲଡାଧାମର ପ୍ରସିଦ୍ଧ ସନ୍ଥ ଶ୍ରୀ ଶ୍ରୀ ୧୦୮ ଶ୍ରୀ ସୀତାରାମ ଦାସ ଜୀ ମହାରାଜଙ୍କର ଦର୍ଶନ କରିଥିଲେ । ସମସ୍ତ ଅତିଥିମାନଙ୍କୁ ଗୋବିନ୍ଦ ଗୋଧାମ ଗୋଶାଳାର ପ୍ରତିଷ୍ଠାତା ତଥା ସଂପାଦକ ପଣ୍ଡିତ ବିଷ୍ଣୁ ଚରଣ ପଣ୍ଡା ଜୀ ମହାରାଜ ଏବଂ ଅଭ୍ୟର୍ଥନା କମିଟିର ଅଧ୍ୟକ୍ଷା ରଞ୍ଜିତା ପାଢୀ ସ୍ୱାଗତ କରିଥିଲେ । କାର୍ଯ୍ୟକ୍ରମକୁ ବରିଷ୍ଠ ସାମ୍ବାଦିକ ତଥା ଟ୍ରଷ୍ଟର ମୁଖପାତ୍ର ବିଷ୍ଣୁଦତ୍ତ ଦାସ ପରିଚାଳନା କରିଥିଲେ ।
ଇନ୍ଦ୍ରଦେବଙ୍କ ଉପସ୍ଥିତି ଅନୁଭବ କଲେ ସାଧୁ, ସନ୍ଥ ଓ ଶ୍ରଦ୍ଧାଳୁ । ଗୋମାତା ଓ ପରିବେଶର ସୁରକ୍ଷାପାଇଁ ଯଜ୍ଞ ଜରୁରୀ – ରାଜକୁମାର ରିଣୁୱା

SPREAD YOUR LOVE WITH YOUR FRIENDS AND FAMILY