Home / ମୁଖ୍ୟ ଖବର / ଠାକୁର ରାଜା   ଗଜପତି ଦିବ୍ୟସିଂହ ଦେବଙ୍କ ୬୯ ଅଙ୍କ ଏବଂ ୧୪୩୩ ସାଲ  ନୂଆ ଅଙ୍କଗଣନା

ଠାକୁର ରାଜା   ଗଜପତି ଦିବ୍ୟସିଂହ ଦେବଙ୍କ ୬୯ ଅଙ୍କ ଏବଂ ୧୪୩୩ ସାଲ  ନୂଆ ଅଙ୍କଗଣନା

whatsapp image 2025 09 04 at 21.11.52 2e7fa651

ପୁରୀ : ୦୪/୦୯/୨୦୨୫ ନି:ପ୍ର – ଆଜି ସୁନିଆଁ l ଉତ୍କଳୀୟ ଗଜପତି ପରମ୍ପରାରେ ଓଡ଼ିଆଙ୍କର ଆଉ ଗୋଟିଏ ନୂଆ ବର୍ଷ l ଆଜି ଠୁ ଆମ ପୁରୀ ଠାକୁର ରାଜାଙ୍କର ନୂଆ ଅଙ୍କଗଣନା ଆରମ୍ଭ ହେବ l ଆରମ୍ଭହେବ ଗଜପତି ଦିବ୍ୟସିଂହ ଦେବଙ୍କ ୬୯ ଅଙ୍କ ଏବଂ ୧୪୩୩ ସାଲ l ଓଡ଼ିଆ ପାଞ୍ଜିରେ ବିଷୁବସଂକ୍ରାନ୍ତି ବା ପଣାସଂକ୍ରାନ୍ତିରୁ ବର୍ଷ ଆରମ୍ଭ ହୁଏ,ଏହା ସାଧାରଣରେ ଓଡ଼ିଆ ନବବର୍ଷ ଭାବେ ଗୃହୀତ l

whatsapp image 2025 09 04 at 21.11.52 f3459c29

ସୁନିଆଁ ବା ବାମନ ଜନ୍ମ ତିଥିରେ ଶ୍ରୀମନ୍ଦିର ନୀତି ଅନୁଯାୟୀ ଗଜପତିଙ୍କ ରାଜ୍ୟାଭିଷକ ହୋଇଥାଏ l ସୁନିଆଁ ଓଡ଼ିଆ ରାଜାଙ୍କ ରାଜତ୍ୱ ଏବଂ ଓଡ଼ିଶାର ଶାସକୀୟ ଅଙ୍କଗଣନା ବର୍ଷର ପ୍ରଥମଦିନ l ଏହା ଗଜପତିଙ୍କ ରାଜସ୍ୱ ଆଦାୟ ଏବଂ ନୂତନ ଖାତା ଆରମ୍ଭର ଦିନ l ସୁନିଆଁଦିନ ଏକ ସୁନା ମୋହର ଉପରେ ଗଜପତିଙ୍କ ରାଜତ୍ୱର ଅଙ୍କ ଚିହ୍ନିତ କରା ଯାଏ l ଏହାକୁ କୁହାଯାଏ ଅଙ୍କ କଟା l ଏହା ସୁନା ସହିତ ଜଡ଼ିତ ପରମ୍ପରା ହୋଇଥିବାରୁ ସମ୍ଭବତଃ ଆଜିର ଦିନକୁ ସୁନିଆଁ କୁହାଯାଏ l

୧୯୭୦ ମସିହା ଜୁଲାଇ ୭ ତାରିଖ ଦିନ ଭୋଇ ବଂଶର ୨୫ତମ ଗଜପତିଭାବେ ମାତ୍ର ୧୭ ବର୍ଷ ବୟସରେ ରାଜଗାଦିନସୀନ ହୋଇଥଲେ ଏବେ କାର ଗଜପତିମହାରାଜା ଦିବ୍ୟସିଂହଦେବ ୪ର୍ଥ l ଶ୍ରୀମନ୍ଦିରରେ ଶାଢୀ ବନ୍ଧାଇ ଗଜପତି ମହାରାଜ ମହାପ୍ରଭୁଙ୍କ ଆଦ୍ୟ ସେବକ ହେବାପରେ ଆରମ୍ଭ ହୁଏ ଅଙ୍କ ଗଣନା l ଆଜି ହେଉଛି ଆମ ପ୍ରୀୟ ଠାକୁର ରାଜାଙ୍କ ୬୯ ଅଙ୍କ l

ପୁରୀ ଶ୍ରୀ ନହରରେ ୧୬ ଶାସନ, ଛତିଶବାଡର ବ୍ରାହ୍ମଣଙ୍କ ସହିତ ୧୬ କରଣମାନଙ୍କ ଉପସ୍ଥିତିରେ ସୁବର୍ଣ୍ଣ ମୋହର ପ୍ରଚଳନହେବ l ଆମ ରାଜ୍ୟରେ ଆଜିଠାରୁ ଜନ୍ମ ନେଉଥିବା ଶିଶୁ ମାନଙ୍କର ଜନ୍ମ ଜାତକରେ ଲେଖା ଯିବ ନୂଆ ଅଙ୍କ ଓ ଗଜପତି ମହାରାଜାଙ୍କ ନାଁ l ସୁନିଆଁ ଓଡ଼ିଆ ବ୍ୟବସାୟୀଙ୍କ ମଧ୍ୟ ନୂତନ ଖାତା ଦିବସ l 

SPREAD YOUR LOVE WITH YOUR FRIENDS AND FAMILY

Leave a Reply