Home / ମୁଖ୍ୟ ଖବର / ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପାଇଲେ ଶିକ୍ଷକ ଗୋବିନ୍ଦ ଚନ୍ଦ୍ର ପ୍ରଧାନ

ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପାଇଲେ ଶିକ୍ଷକ ଗୋବିନ୍ଦ ଚନ୍ଦ୍ର ପ୍ରଧାନ

3e1823e5 4cfe 4c65 9559 3a5f98899977

ତା.- ୦୫/୦୯/୨୦୨୫ ରିଖ ପବିତ୍ର ଗୁରୁ ଦିବସରେ ଜିଲ୍ଲାସ୍ତରୀୟ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ସମ୍ବର୍ଦ୍ଧନା ସମାରୋହ ସଦ୍ଭାବନା ଗୃହ, ପୁରୀ ଠାରେ ଆୟୋଜିତ ହୋଇଥିଲା । ସମ୍ବର୍ଦ୍ଧନା ସଭାର ମୁଖ୍ୟ ଅତିଥି ମାନ୍ୟବର ଜିଲ୍ଲାପାଳ, ପୁରୀ ସତ୍ୟବାଦୀ ବ୍ଲକ୍ ଅନ୍ତର୍ଗତ ପରହାଟ ଉନ୍ନୀତ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ସହକାରୀ ଶିକ୍ଷକ ଶ୍ରୀଯୁକ୍ତ ଗୋବିନ୍ଦ ଚନ୍ଦ୍ର ପ୍ରଧାନଙ୍କୁ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ୨୦୨୪-୨୫ (ପ୍ରାଥମିକ ଶିକ୍ଷକ ପୁରସ୍କାର) ସାର୍ଟିଫିକେଟ ଓ ଟ୍ରଫି ପ୍ରଦାନ କରି ସମ୍ବର୍ଦ୍ଧିତ କରିଥିଲେ ।

image
ଶିକ୍ଷକ ଗୋବିନ୍ଦ ଚନ୍ଦ୍ର ପ୍ରଧାନ
ମାନ୍ୟବର ଜିଲ୍ଲାପାଳଙ୍କ ଦ୍ୱାରା ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାରରେ ସମ୍ବର୍ଦ୍ଧିତ ହେବା ଅବସରରେ

ଏହା ପୂର୍ବରୁ ଉକ୍ତ ଶିକ୍ଷକ ୨୦୨୩ ମସିହାରେ ସତ୍ୟବାଦୀ ବ୍ଲକରୁ ପ୍ରକୃତିବନ୍ଧୁ ପୁରସ୍କାର ମଧ୍ୟ ପାଇଥିଲେ । ଶିକ୍ଷକଙ୍କ ଏହି ଗୌରବରେ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀ, ଛାତ୍ରଛାତ୍ରୀ, ପରିଚାଳନା କମିଟିର ସଭ୍ୟସଭ୍ୟା, ଗ୍ରାମବାସୀ ତଥା ବିଭିନ୍ନ ଶିକ୍ଷକ ମହଲରୁ ତାଙ୍କୁ ଅଭିନନ୍ଦନ ଜଣାଇଛନ୍ତି । ନିକଟରେ ତାଙ୍କ ବଡ ପୁଅ ସାଇ ସୋହମ ପ୍ରଧାନ ଜାପାନ ଗସ୍ତରେ ଯାଇ ସେଠାରେ ଆୟୋଜିତ ‘ସାକୁରା’ ସାଇନ୍ସ ଏକ୍ସଚେଞ୍ଜ ପ୍ରୋଗ୍ରାମରେ ଅଂଶ ଗ୍ରହଣ କରି ସଫଳତା ଲାଭ କରି ଫେରିଛନ୍ତି । ଏହି କାର୍ଯ୍ୟକ୍ରମରେ ଭାରତରୁ ମୋଟ ୩୪ ଜଣ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ । ବିଭିନ୍ନ ଦେଶରୁ ଅଂଶଗ୍ରହଣ କରିଥିବା ଛାତ୍ରଛାତ୍ରୀ ମାନଙ୍କ ସହ ବାର୍ତ୍ତାଳାପ କରି ସାଇ ସୋହମ ବିଜ୍ଞାନର ନୂତନ ଜ୍ଞାନ କୌଶଳ ସମ୍ପର୍କରେ ଜ୍ଞାନ ଲାଭ କରିଛନ୍ତି । ସାଇ ସୋହମଙ୍କ ଠାରୁ ଜାପାନ ଅନୁଭୂତି ଶୁଣିବା ପରେ ଆଇକନିକ୍ ଓଡ଼ିଶା ଆଦର୍ଶ ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ତଥା ଅଞ୍ଚଳବାସୀ ତାଙ୍କର ଉଜ୍ଜ୍ୱଳ ଭବିଷ୍ୟତ କାମନା କରିଛନ୍ତି ।

SPREAD YOUR LOVE WITH YOUR FRIENDS AND FAMILY

Leave a Reply